ବର୍ଷକ ଶିଶୁର ଶ୍ବାସନଳୀରୁ ବାହାରିଲା ମଞ୍ଜି ‘ସମ୍ ଅଲଟିମେଟ୍‌ରେ ବିଶେଷଜ୍ଞଙ୍କ ସଫଳ ଅସ୍ତ୍ରୋପଚାର

Advertisment
ବର୍ଷକ ଶିଶୁର ଶ୍ବାସନଳୀରୁ ବାହାରିଲା ମଞ୍ଜି ‘ସମ୍ ଅଲଟିମେଟ୍‌ରେ ବିଶେଷଜ୍ଞଙ୍କ ସଫଳ ଅସ୍ତ୍ରୋପଚାର

ଭୁବନେଶ୍ବର: ବର୍ଷକ ଶିଶୁର ଶ୍ବାସନଳୀରୁ ଏଣ୍ଡୋସ୍କୋପି ଜରିଆରେ ଏକ ଆତ ମଞ୍ଜିକୁ ବାହାର କରିବାରେ ସଫଳ ହୋଇଛନ୍ତି ସମ୍ଅ ଲ୍‌ଟିମେଟ୍‌ ମେଡିକେୟାରର ବିଶେଷଜ୍ଞ। ଏହି ମଞ୍ଜି ଅଟକିଥିବା କାରଣରୁ ଶିଶୁର ଜୀବନ ସଂକଟାପନ୍ନ ହୋଇ ପଡ଼ିଥିଲା। ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳର ହେମଲତା ଯାଦବ ନାମକ ବର୍ଷକର ଶିଶୁକନ୍ୟାଟି ଗତ ମାସ ୩୦ ତାରିଖରେ ଘରେ ଖେଳୁଥିବା ବେଳେ ଭୁଲବଶତଃ ଆତ ମଞ୍ଜିକୁ ଗିଳି ଦେଇଥିଲା। ମଞ୍ଜିଟି ଶ୍ବାସନଳୀରେ ଅଟକି ଯାଇଥିଲା। ଶିଶୁର ପିତାମାତା ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ତାଙ୍କୁ ଅନ୍ୟତ୍ର ବଡ଼ ହସ୍ପିଟାଲକୁ ତୁରନ୍ତ ରେଫର୍‌ କରି ଦିଆଯାଇଥିଲା। ୧୦ଦିନ ଧରି ଶିଶୁର ପିତାମାତା ଅନେକ ହସ୍ପିଟାଲକୁ ଯାଇଥିଲେ ହେଁ କେହି ମଞ୍ଜିକୁ ବାହାର କରିପାରି ନ ଥିଲେ। ଶେଷରେ ଚିକିତ୍ସା ପାଇଁ ସେମାନେ ସମ୍ ଅଲ୍‌ଟିମେଟ ମେଡିକେୟାରକୁ ଆସିଥିଲେ।

ଗୁରୁତର ଅବସ୍ଥାରେ ଶିଶୁଟି ‘ସମ୍ମମ୍‌’ରେ ଭର୍ତି ହୋଇଥିବା ବେଳେ ପରୀକ୍ଷାରୁ ସେ ରକ୍ତହୀନତା ସହିତ ଯକ୍ଷ୍ମାରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ସମ୍ମମ୍‌ର ଇଏନ୍‌ଟି ଓ ସ୍କଲ୍‌ ବେସ ସର୍ଜରିର ମୁଖ୍ୟ ଡା. ରାଧାମାଧବ ସାହୁ ଏଣ୍ଡୋସ୍କୋପି ପଦ୍ଧତିରେ ଅସ୍ତ୍ରୋପଚାର କରିବା ଲାଗି ନିଷ୍ପତ୍ତି ନେଇଥିଲେ। ପରେ ଶ୍ବାସନଳୀରୁ ସଫଳତାର ସହ ଆତ ମଞ୍ଜିକୁ ବାହାର କରାଯାଇଥିଲା। ଏଣ୍ଡୋସ୍କୋପି ପ୍ରକ୍ରିୟାରେ ଅପ୍ଟିକାଲ ଫୋର‌‌ସେପ୍‌ ବ୍ୟବହାର କରାଯାଇ ଶିଶୁର ଶ୍ବାସନଳୀରୁ ଆତ ମଞ୍ଚିକୁ ବାହାର କରାଯାଇଥିବା ଡା. ସାହୁ କହିଛନ୍ତି। ଏହି ଅସ୍ତ୍ରୋପଚାରରେ ସମ୍ମମ୍‌ର ନିଶ୍ଚେତକ ବିଭାଗର କନସଲଟାଣ୍ଟ ଡା. ଦୀପଙ୍କର ପଢ଼ିଆରୀ ଓ ନିଶ୍ଚେତକ ଟିମ୍ ସହାୟତା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe