ବାଣ କାରଖାନାରେ ବିସ୍ଫୋରଣ: ସବୁ ଜାଣି ଚୁପ୍‌ଥିଲା ପୁଲିସ

Advertisment

ଇନ୍‌ଫୋସିଟି ଥାନା ଅଧୀନ ଚୁନକୋଳି ବସ୍ତିରେ ଗତକାଲି ବେଆଇନ ବାଣ କାରଖାନାରେ ବିସ୍ଫୋରଣ ହେବା ପରେ ଆଜି ସକାଳେ ଚନ୍ଦକା ଆର୍‌ଆଇ ଘଟଣାସ୍ଥଳ ବୁଲି ଦେଖିଛନ୍ତି। ରାଜଧାନୀ ଉପକଣ୍ଠ ଚନ୍ଦକା ମୌଜା...

ଇନ୍‌ଫୋସିଟି ଥାନା ଅଧୀନ ଚୁନକୋଳି ବସ୍ତିରେ ଗତକାଲି ବେଆଇନ ବାଣ କାରଖାନାରେ ବିସ୍ଫୋରଣ ହେବା ପରେ ଆଜି ସକାଳେ ଚନ୍ଦକା ଆର୍‌ଆଇ ଘଟଣାସ୍ଥଳ ବୁଲି ଦେଖିଛନ୍ତି। ରାଜଧାନୀ ଉପକଣ୍ଠ ଚନ୍ଦକା ମୌଜା...

dagdadga

ଚନ୍ଦ୍ରଶେଖରପୁର: ଇନ୍‌ଫୋସିଟି ଥାନା ଅଧୀନ ଚୁନକୋଳି ବସ୍ତିରେ ଗତକାଲି ବେଆଇନ ବାଣ କାରଖାନାରେ ବିସ୍ଫୋରଣ ହେବା ପରେ ଆଜି ସକାଳେ ଚନ୍ଦକା ଆର୍‌ଆଇ ଘଟଣାସ୍ଥଳ ବୁଲି ଦେଖିଛନ୍ତି। ରାଜଧାନୀ ଉପକଣ୍ଠ ଚନ୍ଦକା ମୌଜା ପଥରଗାଡ଼ିଆ ଅଞ୍ଚଳ ଜଙ୍ଗଲ ଜମିରେ ହୋଇଥିବା ଘରେ କିପରି ବାଣ କାରଖାନା ଚାଲିଥିଲା ‌ସେନେଇ ଇନ୍‌ଫୋସିଟି ଥାନା ଆଇଆଇସି ମହେନ୍ଦ୍ର କୁମାର ସାହୁଙ୍କୁ ପ୍ରଶ୍ନ କରିଛନ୍ତି। ସନ୍ତୋଷଜନକ ଉତ୍ତର ନପାଇ ଘଟଣାର ତଦନ୍ତ କରିବା ପାଇଁ ଆର୍‌ଆଇ ତାଗିଦ କରି ଚାଲିଯାଇଥିବା ଜଣାପଡ଼ିଛି। ବର୍ତ୍ତମାନ ପୁଲିସ ଏକ ମାମଲା ରୁଜୁକରି ଘରକୁ ସିଲ୍ କରି ଘଟଣାର ତଦନ୍ତ କରୁଥିବା କହିଛି। ତେବେ ଘରେ ‌ଖୁଲମଖୁଲା ଭାବେ ଚଳାଉଥିବା ବେଆଇନ ବାଣ କାରଖାନାର ମାଲିକ ସ୍ମୁତିରଞ୍ଜନ ପଟ୍ଟନାୟକ ସହଯୋଗୀଙ୍କ ସହ ଫେରାର ହୋଇଯାଇଥିବା ପୁଲିସ କହିଛି। ଗତକାଲି ଘର କେୟାରଟେକର୍ ଭାବେ ଥିବା ଦୁଇ ଜଣ ଯୁବକଙ୍କୁ ପୁଲିସ ପଚରାଉଚରା କରିବା ପରେ ମାଲିକଙ୍କୁ ଯୋଗାଯୋଗ କରିଥିଲା। ମାତ୍ର ପୁଲିସ ଗୋଟିଏ ଥର କଥା ହେବା ପରେ ତାଙ୍କ  ମୋବାଇଲ ବନ୍ଦ ହୋଇଯାଇଥିବା ଜଣାପଡ଼ିଛି। 

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଏହା ଏକ ବେଆଇନ ବାଣ କାରଖାନା ଓ ଗୋଦାମ ଥିଲା। କେବଳ ଦୀପାବଳି ସମୟରେ ବ୍ୟବସାୟୀ ଜଣଙ୍କ ହୋଲସେଲ୍ ପାଇଁ ସରକାରୀ ଅନୁମତି ଆଣି ଛୋଟ ବ୍ୟବସାୟୀଙ୍କୁ ବାଣ ବିକ୍ରି କରୁଥିଲେ। ମାତ୍ର ବର୍ଷ ତମାମ ବାଣ ତିଆରି କରିବା ଓ ଗୋଦାମ କରି ରଖିବା ନେଇ ତାଙ୍କ ନିକଟରେ କୌଣସି ଅନୁମତି ପତ୍ର ନଥିଲା। ସ୍ଥାନୀୟ ଇନ୍‌ଫୋସିଟି ଓ ଚନ୍ଦକା ଥାନା ଅଧିକାରୀ ଏନେଇ ଜାଣିଥିଲେ। ଦୁଇ ଥାନାର ପିସିଆର ଭ୍ୟାନ୍ ବିଭିନ୍ନ ସମୟରେ ଆସି କାରଖାନା ଆଗରେ ଠିଆହୋଇ କର୍ମଚାରୀଙ୍କ ସହ କଥାହୋଇ ଚାଲିଯାଇଥିଲେ। ଘରମାଲିକ ଓ ପୁଲିସ କର୍ମଚାରୀଙ୍କ ମଧୁଚନ୍ଦ୍ରିକାକୁ ଦେଖି ଆଖପାଖ ଲୋକମାନେ ମଧ୍ୟ ଭାବୁଥିଲେ ଏଠାରେ ଚାଲିଥିବା ବାଣ ବେପାର ଲାଇସେନ୍ସପ୍ରାପ୍ତ। ତେଣୁ ପୁଲିସ ଓ ସାଧାରଣ ଲୋକେ ଭଲଭାବେ ଜାଣିଥିଲେ ଏଠାରେ ବର୍ଷ ତମାମ ବିଭିନ୍ନ ଉତ୍ସବ ପାଇଁ ବାଣ ମିଳିଥାଏ। କିଛି ବାଣ ତିଆରି କାରିଗର ମଧ୍ୟ ପ୍ରତିଦିନ ଏଠାକୁ କାମ କରିବା ପାଇଁ ଆସୁଥିଲେ। ଗତକାଲି ଅଗ୍ନିକାଣ୍ଡ ଘଟିବା ପରେ ଉପରମହଲା ସହ ସିଡ଼ିଘର ଓ ସହିତ ଆଖପାଖ ଲୋକଙ୍କ ଘର କାନ୍ଥ ଓ ଆଜ୍‌ବେଷ୍ଟସ୍‌ ଫାଟି ଯାଇଥିଲା। ବାଣ କାରଖାନା ପାଖରେ ସ‌ବୁବେଳେ ୫୦ରୁ ଅଧିକ ଲୋକ ରହୁଥିଲେ। ସବୁଠାରୁ ବଡ଼ କଥା ହେଉଛି ଏହି ଘଟଣାରେ କୌଣସି ଜୀବନହାନି ହୋଇନାହିଁ। 

ଘର ଛାଡ଼ି ଚାଲିଗଲେ ୩୦ କର୍ମଜୀବୀ ଯୁବତୀ
ବାଣ କାରଖାନା ତଳ ମହଲାରେ ଗତ କିଛି ବର୍ଷ ହେଲା ୬ଟି କୋଠରୀରେ ପ୍ରାୟ ୩୦ କର୍ମଜୀବୀ ମେସ୍ କରି ରହୁଥିଲେ। କରୋନା ପରେ ହଠାତ ଘରମାଲିକ ସେଠାରେ ବାଣ ତିଆରି କାରଖାନା ଆରମ୍ଭ କରିଥିଲେ। କିଛି ଲୋକ ବାଣ ତିଆରି କରିବା ପାଇଁ ଆସୁଥିଲେ। ପ୍ରତି ମାସରେ ଅନେକ ଲୋକ ବାଣ ନେବାପାଇଁ ମଧ୍ୟ ଆସୁଥିଲେ। ତେଣୁ ଖୁଲମଖୁଲା ବ୍ୟବସାୟ ଦେଖି ଅନ୍ତେବାସୀମାନେ ପ୍ରଶ୍ନ କରିନଥିଲେ। ଗତକାଲି ଘଟଣା ପରେ ଆଜି ସମସ୍ତେ ଘରଛାଡ଼ି ଅନ୍ୟ ସ୍ଥାନକୁ ପଳାଇଛନ୍ତି। 

ଯୁବତୀମାନଙ୍କ ଆଢ଼ୁଆଳରେ ଚାଲିଥିଲା ବେଆଇନ ବାଣ ବ୍ୟବସାୟ
ଯୁବତୀମାନେ ବାଣ କାରଖାନା ତଳ ଘରେ ମେସ୍ କରି ରହୁଥିବାରୁ କେହି ସନ୍ଦେହ କରୁନଥିଲେ। କିମ୍ବା ଘର ମାଲିକଙ୍କୁ ଏ ସମ୍ପର୍କରେ କେହି ପ୍ରଶ୍ନ ମଧ୍ୟ କରୁନଥିଲେ। ଅନ୍ୟପକ୍ଷରେ ଆଖପାଖର ଯୁବକ ସଂଘ ଠାରୁ ସ୍ଥାନୀୟ ଲୋକେ ପ୍ରତିବାଦ କରିବାକୁ ଚେଷ୍ଟା କରୁଥିବା ବେଳେ ଘର ମାଲିକ ଆର୍ଥିକ ସହାୟତା ଦେଇ ସେମାନଙ୍କ ମୁହଁ ବନ୍ଦ କରୁଥିଲେ। ଫଳରେ ଜନବସତି ଭିତରେ ବାଣ କାରଖାନା ଚାଲିଥିବା ଦେଖି ସମସ୍ତେ ନିରବ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe