ବାହ୍ୟ ମଳତ୍ୟାଗମୁକ୍ତ ଅଞ୍ଚଳ : ଭୁବନେଶ୍ବରକୁ ମିଳିଲା ଓଡିଏଫ୍‌++ ମାନ୍ୟତା

Advertisment
ବାହ୍ୟ ମଳତ୍ୟାଗମୁକ୍ତ ଅଞ୍ଚଳ : ଭୁବନେଶ୍ବରକୁ ମିଳିଲା ଓଡିଏଫ୍‌++ ମାନ୍ୟତା

Science Chronicle

ଭୁବନେଶ୍ବର : ବାହ୍ୟ ମଳତ୍ୟାଗମୁକ୍ତ ଅଞ୍ଚଳ ଶ୍ରେଣୀରେ ଭୁବନେଶ୍ବରକୁ ଓଡିଏଫ୍‌++ ମାନ୍ୟତା ମିଳିଛି। ସ୍ବଚ୍ଛ ସର୍ବେକ୍ଷଣ ଆରମ୍ଭ ହୋଇଯାଇଥିବାବେଳେ ଓଡିଏଫ୍+ ମାନ୍ୟତାରେ ଥିବା ଭୁବନେଶ୍ବରକୁ ଓଡିଏଫ୍‌++ ମାନ୍ୟତା ମିଳିବା ଭୁବନେଶ୍ବରକୁ ଭଲ ରୢାଙ୍କ ମିଳିବାରେ ସହାୟକ ହେବ ବୋଲି କୁହାଯାଉଛି।

କ୍ୟୁସିଆଇ ପକ୍ଷରୁ ଡିସେମ୍ବର ୧୦ ଓ ୧୧ରେ ହୋଇଥିବା ସର୍ଭେ ଅନୁଯାୟୀ ଭୁବନେଶ୍ବରକୁ ଏହି ରୢାଙ୍କ ମିଳିଛି। ଭାରତ ସରକାରଙ୍କ ଓଡିଏଫ୍++ର ନିୟମାବଳି ଅନୁସାରେ ସର୍ବସାଧାରଣରେ ଶୌଚାଳୟ ସେବା ମିଳୁଥିବା ଦରକାର, ସହର ବାହ୍ୟ ମଳତ୍ୟାଗ ମୁକ୍ତ ହୋଇଥିବ, ବିଜ୍ଞାନସମ୍ମତ ମଳ ପରିଚାଳନା ହେଉଥିବ, ବ୍ୟକ୍ତିଗତ ଘରୋଇ ପାଇଖାନାର ବ୍ୟବହାର ଥିବ, ବ୍ୟକ୍ତିଗତ ପାଇଖାନାଗୁଡିକ ସ୍ବେରେଜ ଲାଇନ୍ ସହ ସଂଯୋଗ ଏବଂ ପ୍ରତ୍ୟେକ ଘରୋଇ ପାଇଖାନାର ଦୁଇଟି ସେଫଟିକ୍ ଟାଙ୍କି ରହିଥିବ, ସେଫ୍‌ଟିକ୍ ଟାଙ୍କି ନିୟମିତ ସଫା ହେଉଥିବ ଏବଂ ଏହି ସଂକ୍ରାନ୍ତୀୟ ସେବା ଲୋକଙ୍କୁ ନିୟମିତ ମିଳୁଥିବ, ମଳ ପରିଚାଳନା ସଂସ୍ଥା ସମ୍ପୃକ୍ତ ପୌର ସଂସ୍ଥା ସହିତ ନିବନ୍ଧିତ ହୋଇଥିବେ, ମଳ ପରିଚାଳନା ଉଲ୍ଲଘଂନ କରିଥିବା ସଂସ୍ଥାକୁ ଜରିମାନା କରାଯାଉଥିବ, ପରିମଳ ସମ୍ବନ୍ଧୀୟ ବାଇ ଲ’ ଥିବ ଏବଂ  ଏହା ଅନୁଯାୟୀ ପଦକ୍ଷେପ ନିଆ ଯାଉଥିବ। ଏହି ସବୁ କାମ ଭୁବନେଶ୍ବରରେ ହେଉଥିବାରୁ ଏବଂ ବିଏମ୍‌ସି କରୁଥିବାରୁ ଭୁବ‌ନେଶ୍ବରକୁ ଓଡିଏଫ୍‌++ ମାନ୍ୟତା ମିଳିଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe