representetional immage - Shiksha Shiksha
ଜଟଣୀ: ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ପାରାମେଡିକ୍ସ ଓ ଆଲାଏଡ୍ ହେଲଥ୍ ସାଇନ୍ସ ପକ୍ଷରୁ ୩ଦିନ ବ୍ୟାପୀ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନ ପାନବରଜ ପଞ୍ଚାୟତ ତୋଟାପଡ଼ା ଗ୍ରାମରେ ଏକ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୨ଶହରୁ ଊର୍ଦ୍ଧ୍ବ ବ୍ୟକ୍ତି ଚକ୍ଷୁ ପରୀକ୍ଷା କରାଇଥିଲେ। ସେମାନଙ୍କ ମଧ୍ୟରୁ ୬୦ ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିଲା। ସେହିପରି ଦ୍ବିତୀୟ ଦିନରେ ବିଶ୍ବବିଦ୍ୟାଳୟ ପରିସରରେ ଥିବା ଗୋଷ୍ଠୀ ନିଦାନ କେନ୍ଦ୍ରରେ ଚକ୍ଷୁ ପରୀକ୍ଷା କରାଯାଇଥିଲା।
ଶେଷ ଦିନରେ ଚକ୍ଷୁ ରୋଗ, ଏହାର ନିରାକରଣ ଓ ଆଧୁନିକ ଚିକିତ୍ସା ପ୍ରଣାଳୀ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପ୍ରଫେସର ଡା. ପ୍ରସନ୍ନ ମହାନ୍ତି, ମୁଖ୍ୟବକ୍ତା ଭାବେ ସାଇଟ୍ ସେଭର୍ସ ଇଣ୍ଡିଆର ରାଜ୍ୟ କାର୍ଯ୍ୟକ୍ରମ ମୁଖ୍ୟ ଶିବପ୍ରସାଦ ବେହେରା, ସମ୍ମାନିତ ଅତିଥିଭାବେ ଡା. ସାରଙ୍ଗଧର ସାମଲ, ଲେନ୍ସକାର୍ଟର ବରିଷ୍ଠ ଅପ୍ଟୋମେଟ୍ରିଷ୍ଟ ଏସ ଏମ ଇସ୍ଲାମ, ସେଞ୍ଚୁରିଆନ୍ ବିଶ୍ବବିଦ୍ୟାଳୟର ଉପକୁଳପତି ପ୍ରଫେସର ବିଶ୍ବଜିତ ମିଶ୍ର, ସୁନୀଲ କୁମାର ଝା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଶେଷରେ ସୌମ୍ୟା ଜାଲ ଧନ୍ୟବାଦ ଦେଇଥିଲେ।
Follow Us