ମୃତ୍ୟୁ ପରେ ଚକ୍ଷୁ ଦାନ କଲେ ସୁହାସିନୀ

ମୃତ୍ୟୁ ପରେ ଚକ୍ଷୁ ଦାନ କଲେ ସୁହାସିନୀ

ବାରଙ୍ଗ: ଭୁବନେଶ୍ବର ଉପକଣ୍ଠ ବରିମୁଣ୍ଡ ପଞ୍ଚାୟତ ଟାଙ୍ଗିମନ୍ତ ଗ୍ରାମର ବିଶିଷ୍ଟ ଧର୍ମପରାୟଣା ମହିଳା ସୁହାସିନୀ ମହାନ୍ତି (୬୨)ଙ୍କ ପରଲୋକ ଘଟିଛି। ମୃତ୍ୟୁ ପରେ ପରିବାର ଲୋକେ ତାଙ୍କ ଦୁଇ ଚକ୍ଷୁ ଦାନ କରିଛନ୍ତି। ମୃତ୍ୟୁ ପୂର୍ବରୁ ସେ ଏହି ଇଚ୍ଛା ପୋଷଣ କରିଥିବାରୁ ପରିବାର ଲୋକେ ଏଭଳି ମହତ ପଦକ୍ଷେପ ଗ୍ରହଣ କରିଛନ୍ତି। ଗତକାଲି ରାତିରେ ସେ ହୃଦ୍‌ଘାତର ଶିକାର ହୋଇଥିଲେ। ପରିବାର ଲୋକ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ଏକ ଶୋକାକୂଳ ପରିବେଶରେ ସ୍ବାମୀ କୈଳାସ ଚନ୍ଦ୍ର ମହାନ୍ତି, ପରିବାର, ଜ୍ଞାତି କୁଟୁମ୍ବଙ୍କ ଉପସ୍ଥିତିରେ ଗ୍ରାମ ଶ୍ମଶାନରେ ତାଙ୍କ ଶବ ସଂସ୍କାର କରାଯାଇଛି। ଜ୍ୟେଷ୍ଠ ପୁତ୍ର ସନାତନ ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗରେ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe