ଆସନ୍ତା ବିଏମ୍‌ସି ନିର୍ବାଚନରେ ମେୟର ପଦ ଉପରେ ଆଖି

ମୁକ୍ତା ଯୋଜନାରେ ଶୀର୍ଷରେ ବିଏମ୍‌ସି, ୧୭୦୦ ବର୍ଷାଜଳ ଅମଳ ପ୍ରକଳ୍ପ

Odisha Diary

ଆସନ୍ତା ନିର୍ବାଚନରେ ମେୟର ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବ। ଅର୍ଥାତ୍‌ ବିଭିନ୍ନ ଦଳ ମେୟର ପଦ ପାଇଁ ପ୍ରାର୍ଥୀ ଦେ‌େବ। ରାଜଧାନୀବାସୀ କର୍ପୋରେଟର୍‌ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବା ବେଳେ ମେୟର ପା‌ଇଁ ଭୋଟ୍‌ ଦେବେ। ତେଣୁ ଏଥର ନିର୍ବାଚନରେ ଦଳ କର୍ପୋରେଟର୍‌ ବାଛିବା ପାଇଁ ଯେତିକି କସରତ କରିବ, ମେୟର ବାଛିବା ପାଇଁ ତା’ଠାରୁ ଅଧିକ କସରତ କରିବ। କାରଣ ଅଧିକ କର୍ପୋରେଟର୍‌ ଥିଲେ ବି ମେୟର ନିଜ ଦଳର ନଥିଲେ ଦଳ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିପାରିବନି।

ଏହାକୁ ନଜରରେ ରଖି ବିଭିନ୍ନ ଦଳରେ ଏବେ ମେୟର ଆଶାୟୀ ବଢ଼ିଲେଣି। ଖାସ୍‌ କରି ବିଜେଡିରେ। ଯେଉଁମାନେ ଦୁଇଥର ବା ଏହାଠାରୁ ଅଧିକଥର କର୍ପୋରେଟର୍‌ ହେଲେଣି, ସେମାନଙ୍କ ଆଖି ଏବେ ମେୟର ପଦ ଉପରେ। ବିଜେଡିରେ ଏହି ସଂଖ୍ୟା ୧୫ରୁ ଅଧିକ ଥିଲେ ହେଁ ପ୍ରାୟ ୫/୬ଜଣ ଟାଣୁଆ ପୂର୍ବତନ କର୍ପୋରେଟର୍‌ ଏବେ ମେୟର ହେବା ପାଇଁ ଲବିରେ ଅଛନ୍ତି। କିଏ ବିଧାୟକଙ୍କ ସମର୍ଥିିତ ତ କିଏ ବିଧାୟକ ଓ ପୂର୍ବତନ ମେୟରଙ୍କ ସମର୍ଥିତ। ଆଉ କିଏ ଦଳର ଟାଣୁଆ ନେତାଙ୍କ ସମର୍ଥିତ। ତେଣୁ ବିଜେଡିକୁ ମେୟର ପଦବି ପାଇଁ ପ୍ରାର୍ଥୀ ବାଛିବା ବେଳେ ବହୁତ ଭାବିବାକୁ ପଡ଼ିବ। ନଚେତ୍‌ ଦଳ ଭିତରେ ବିବାଦ କାଳ ସାଜିପାରେ।

ଏପଟେ ବିଜେପିରେ ଏବେ ସବୁ ୱାର୍ଡ ପାଇଁ କର୍ପୋରେଟର୍‌ ପ୍ରାର୍ଥୀ ବାଛିବା ଯେତିକି ଚିନ୍ତାଜନକ ନୁହେଁ, ତା’ଠାରୁ ଅଧିକ ଆଗ୍ରହ ମେୟର ପ୍ରାର୍ଥୀ ପାଇଁ। ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ଜଣେ ବି ବିଜେପି ପ୍ରାର୍ଥୀ ବିଧାୟକ ଜିତି ନଥିଲେ ବି ‌ଯେପରି ଅପରାଜିତା ଷଡ଼ଙ୍ଗୀ ସାଂସଦ ହେଲେ, ସେହିପରି କର୍ପୋରେଟର୍‌ କମ୍‌ ଜିତିଲେ ବି ମେୟର ପ୍ରାର୍ଥୀ ଯେମିତି ଜିତି‌େବ, ତାହାକୁ ଆଖେଇଛି। ଅପରାଜିତା ବି ଏବେଠାରୁ ସେହି ଅନୁଯାୟୀ କର୍ମୀଙ୍କୁ ପ୍ରସ୍ତୁତ କରୁଛନ୍ତି। ଫୋକସ୍‌ରେ ମେୟର ପଦ ରଖିବାକୁ ଦଳର ଅନ୍ଦର ମହଲରେ ଆଲୋଚନା ଚାଲିଥିବା ଜାଣିବାକୁ ମିଳିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦଳର ବିଧାୟକ ପ୍ରାର୍ଥୀ ହୋଇଥିବା ବାବୁ ସିଂହ ଓ ଜଗନ୍ନାଥ ପ୍ରଧାନ ମେୟର ପଦ ପାଇଁ ଆଶାୟୀ ନ ଥିଲେ ବି ତାଙ୍କ ସମର୍ଥିତ ପ୍ରାର୍ଥୀ ଯେପରି ମେୟର ଟିକେଟ୍ ପାଇବେ, ସେନେଇ ଲବି କରୁଛନ୍ତି। ଏପଟେ ଦଳର ଗୋଟେ ଗୋଷ୍ଠୀ ବିଧାୟକ ଟିକେଟ୍ ପାଇ ନଥିବା ଅସନ୍ତୁଷ୍ଟ ନେତାଙ୍କ ମଧ୍ୟରୁ ଜଣଙ୍କୁ ଟିକେଟ୍ ଦେବାକୁ ଯୋଜନା କରିଥିବା କୁହାଯାଉଛି। ନିର୍ବାଚନ ତାରିଖ ଏବେ ସୁଦ୍ଧା ଜଣାପଡ଼ି ନଥିବାରୁ ଏନେଇ ଏବେ କେହି ମୁହଁ ଖୋଲୁନାହାନ୍ତି। ଅପରପକ୍ଷେ ଏଥର ମେୟର ପଦ ମହିଳାଙ୍କ ପାଇଁ ସଂରକ୍ଷଣ ରହିବ ବୋଲି ଚର୍ଚ୍ଚା ହେଉଥିବାରୁ ଦୁଇ ପ୍ରମୁଖ ଦଳ ମଧ୍ୟ ଏଥିପାଇଁ ବ୍ୟାକ୍ଅପ୍ ପ୍ରସ୍ତୁତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe