କ୍ୟାପିଟାଲ ହସ୍ପିଟାଲରେ ଏମିତି ଚାଲିଛି ମୋତିଆବିନ୍ଦୁ ଅସ୍ତ୍ରୋପଚାର, ବାମ ବଦଳରେ ଡାହାଣ ଆଖି

କ୍ୟାପିଟାଲ ହସ୍ପିଟାଲରେ ଖୋଲିବ  ଆୟୋଡିନ୍ ପରୀକ୍ଷାଗାର

image source-capitalhospital.nic.in

ଭୁବନେଶ୍ବର: ବାମ ଆଖିରେ ଶତ ପ୍ରତିଶତ ମୋତିଆବିନ୍ଦୁ। ହେଲେ ଡାକ୍ତର ଡାହାଣ ଆଖିରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିଦେଲେ। କ୍ୟାପିଟାଲ ହସ୍ପିଟାଲର ମୋତିଆବନ୍ଦୁ ଅସ୍ତ୍ରୋପଚାରକୁ ନେଇ ଏଭଳି ଅଭିଯୋଗ ଆସିଛି। ସହିଦନଗରରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଏଭଳି ସାଂଘାତିକ ତ୍ରୁଟି ସଂପର୍କରେ ବଖାଣିଥିଲେ ହେଁ, ଅଭିଯୋଗ ପାଇଁ ସାହସ ଜୁଟାଇ ପାରୁନାହାନ୍ତି।

ସହିଦନଗରରେ ରହୁଥିବା ୬୦ବର୍ଷର ଜଣେ ବ୍ୟକ୍ତିଙ୍କ ବାମ ଆଖିରେ ଶତ ପ୍ରତିଶତ ମୋତିଆବିନ୍ଦୁ ହୋଇଥିବା ବେଳେ ଡାହଣ ଆଖି ପ୍ରାୟ ୫୦ ପ୍ରତିଶତ‌ ମୋତିଆବିନ୍ଦୁ ରହିଥିଲା। ଡାହାଣ ଆଖିରେ ସେ ଭଲରେ ଦେଖିପାରୁଥିଲେ। କିଛିଦିନ ପୂର୍ବରୁ କ୍ୟାପିଟାଲ ହସ୍ପିଟାଲକୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଯାଇଥିବା ବେଳେ ବାମ ଆଖି ବଦଳରେ ତାଙ୍କର ଡାହାଣ ଆଖିରେ ଅସ୍ତ୍ରୋପଚାର କରାଯାଇଥିଲା। ଆଖିରେ ଡ୍ରପ୍ ପକାଇବା ସମୟରେ ସେ ଏ ବିଷୟରେ ଉପସ୍ଥିତ ନର୍ସଙ୍କୁ କହିଥିଲେ। ପରେ ଡାକ୍ତରଙ୍କୁ ଏ ସଂପର୍କରେ ଜଣାଇବେ ପରେ ସେ ‘ଆଇ ଏମ୍‌ ସରି’ କହିଥିବା ବ୍ୟକ୍ତି ଜଣକ କହିଛନ୍ତି। ଡାକ୍ତର କହିଥିଲେ କିଛି ଅସୁବିଧା ନାହିଁ, କିଛିଦିନ ପରେ ବାମ ଆଖି ଅସ୍ତ୍ରୋପଚାର କରିଦେବା। ନିକଟରେ ବ୍ୟକ୍ତି ଜଣକ ଆଖି ଦେଖାଇବା ଲାଗି ଯାଇଥିବା ବେଳେ ତାଙ୍କୁ ୪ ହଜାର ଟଙ୍କା ମଗାଯାଇଥିବା ସେ ଅଭିଯୋଗ କରିଛନ୍ତି। କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷ କହିଛନ୍ତି, ଅଭିଯୋଗ ଆସିଲେ ଘଟଣାର ତଦନ୍ତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe