ଭୁବନେଶ୍ୱର: କେରଳରେ ବନ୍ୟା ପୀଡ଼ିତଙ୍କୁ ଶିଳ୍ପାନୁଷ୍ଠାନ ‘ଫାଲ୍କନ ମେରାଇନ ଏକ୍ସପୋର୍ଟ୍ସ ଲିମିଟେଡ୍’ର କର୍ମଚାରୀମାନେ ସହାୟତାର ହାତ ବଢ଼ାଇଛନ୍ତି। କର୍ମଚାରୀମାନେ ସେମାନଙ୍କ ବେତନ ସହ ଅନ୍ୟ କ୍ଷେତ୍ରରୁ ୨୦ ଲକ୍ଷ ଟଙ୍କା ଆଦାୟ କରି ସେଥିରେ ବିଭିନ୍ନ ସାମଗ୍ରୀ କିଣି ବନ୍ୟା ପୀଡ଼ିତ ଅଞ୍ଚଳରେ ବାଣ୍ଟିଥିଲେ। କମ୍ପାନିର ପ୍ରତିନିଧି ଚେଙ୍ଗାନୁର, ଆଳପି, ଇଡ୍କି ଓ ଆଲୁଆ ଅଞ୍ଚଳର କ୍ୟାମ୍ପ୍ରେ ଉପସ୍ଥିତ ରହି ବନ୍ୟା ପୀଡ଼ିତଙ୍କୁ ଚାଉଳ, ବିସ୍କୁଟ୍, ଚୁଡ଼ା, ଗୁଡ଼, ଓଆର୍ଏସ୍, ସାବୁନ୍, ଗ୍ଲୁକୋଜ୍, ଔଷଧ, ପିଇବା ପାଣି, ପୋଷାକ, ଶୋଇବା ନିମନ୍ତେ ଆବଶ୍ୟକୀୟ ସାମଗ୍ରୀ ସହ ରାସନ ଯୋଗାଇ ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us