ବନ୍ଧାହେଲା ନକଲି ବ୍ୟାଙ୍କ ଅଫିସର, ଋଣ କରାଇବା ଆଳରେ ମହିଳାଙ୍କ ୭୫ ହଜାର ଚଳୁ

ବିଜେବି କଲେଜ ଗଣ୍ଡଗୋଳ ମାମଲା: ଆଉ ଜଣେ ଅଭିଯୁକ୍ତ ଗିରଫ

Image Courtesy of India Today

ବାଲିଅନ୍ତା ବଜାର : ବ୍ୟାଙ୍କ୍‌ରୁ ଋଣ କରାଇବା ଆଳରେ ଜଣେ ମହିଳାଙ୍କଠାରୁ ୭୫ ହଜାର ଟଙ୍କା ଠକି ନେଇଥିବା ଜଣେ ନକଲି ବ୍ୟାଙ୍କ ଅଫସିରକୁ ଆଜି ପାହାଳ ଥାନା ପୁଲିସ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲା ଏୟାର୍‌ପୋର୍ଟ ଥାନା ଗଙ୍ଗନଗରରେ ରହୁଥିବା କେନ୍ଦ୍ରାପଡ଼ା ରାଜକନିକା ବଡ଼ଗଡ଼ର ପ୍ରିୟବ୍ରତ ପ୍ରୀତମ ସାହୁ(୩୦)। ପୁଲିସ ତା’ଠାରୁ ଚାରି ଚାରିଟି ବୀମା କମ୍ପାନିର ନକଲି ଆଇକାର୍ଡ ଜବତ କରିଛି।

ପୁଲିସ ସୂଚନାନୁସାରେ ପାହାଳ ଥାନା ନୂଆଗାଁ ତିରଣପଦାର ସୁଜାତା ଘଡେ଼ଇ ହଂସପାଳ ନିକଟରେ ଏକ ସେଲୁନ୍‌ ଚଳାଉଛନ୍ତି। ଏକଦା ଧୂର୍ତ୍ତ ପ୍ରିୟବ୍ରତ ଜଷ୍ଟ୍‌ ଡାୟାଲ୍‌ ଆପ୍‌ରେ ସୁଜାତାଙ୍କୁ କଲ୍‌ କରି ବ୍ରାଇଡାଲ୍‌ ମେକ୍‌ଅପ୍‌ ଚାର୍ଜ ବାବଦରେ ପଚାରିଥିଲା। ନିଜକୁ ଆଇସିଆଇସିଆଇ ବ୍ୟାଙ୍କ୍‌ର ଡେପୁଟି ମ୍ୟାନେଜର ବୋଲି ସେ ପରିଚୟ ଦେଇ ସୁଜାତାଙ୍କ ସହ କଥା ହୋଇଥିଲା। ମେକ୍‌ଅପ୍‌ କରାଇବା ଥିଲା କେବଳ ବାହାନା ମାତ୍ର, ଅସଲରେ ସୁଜାତାଙ୍କୁ ଠକାମି ଜାଲରେ ଫସାଇବାକୁ ଧୂର୍ତ୍ତ ରାସ୍ତା ତିଆରି କରିଥିଲା। କିଛି ଦିନ ପରେ ଧୂର୍ତ୍ତ ପ୍ରିୟବ୍ରତ ସୁଜାତାଙ୍କ ପାଖକୁ ଏକ ଲିଙ୍କ୍‌ ପଠାଇଥିଲା ଏବଂ ଲୋନ୍‌ କରାଇଦେବ ବୋଲି କହିଥିଲା। ସୁଜାତା ବ୍ୟବସାୟ ବଢ଼ାଇବାକୁ ୧୫ ଲକ୍ଷ ଟଙ୍କା ଲୋନ୍‌ କରାଇବା ପାଇଁ ଅନୁରୋଧ କରିଥିଲେ। ଏଥିପାଇଁ ଆବଶ୍ୟକ କାଗଜପତ୍ର ହ୍ୱାଟ୍‌ସଆପ୍ ଯୋଗେ ପଠାଇଥିଲେ। ଏହାପରେ ଠକ ପ୍ରିୟବ୍ରତ ଋଣର ୧୦ ପ୍ରତିଶତ ତା’ ଆକାଉଣ୍ଟରେ ଜମା କରିବାକୁ କହିଥିଲା। ବିଶ୍ବାସ କରି ସୁଜାତା ୭୫ ହଜାର ଟଙ୍କା ତା’ ଆକାଉଣ୍ଟକୁ ପଠାଇଥିଲେ। ଏହାପରଠୁ ଧୂର୍ତ୍ତ ପ୍ରିୟବ୍ରତର ମୋବାଇଲ ସ୍ୱିଚ୍‌ ଅଫ୍‌ ହୋଇଯାଇଥିଲା। ତେଣୁ ଠକାମିର ଶିକାର ହେବା ନିଶ୍ଚିତ ହୋଇ ସୁଜାତା ପାହାଳ ଥାନାର ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe