ଦିଲ୍ଲୀରେ ପ୍ରସ୍ତୁତ କରୁଥିଲା ନକଲି ପରିଚୟପତ୍ର, ଦସ୍ତାବିଜ୍

ନକଲି ଡାକ୍ତର ରମେଶର କାରନାମା

ଦିଲ୍ଲୀରେ ପ୍ରସ୍ତୁତ କରୁଥିଲା ନକଲି ପରିଚୟପତ୍ର, ଦସ୍ତାବିଜ୍

ଭୁବନେଶ୍ବର: ରମେଶ ସ୍ବାଇଁ ଓରଫ୍ ବିଜୟଶ୍ରୀ ରମେଶ ଓରଫ୍ ବିଧୁ ପ୍ରକାଶ ସ୍ବାଇଁ ଓରଫ୍ ଡାକ୍ତର ରଜନୀ ରଞ୍ଜନ। ନକଲି ଡାକ୍ତର ରମେଶର ଇଏ ହେଉଛି ଏକାଧିକ ନାଁ। କେବଳ ରମେଶକୁ ଛାଡ଼ି ଦେଲେ ବାକି ସବୁ ଜାଲ୍ ଥିଲା। କିନ୍ତୁ ନକଲି ନାଁରେ ଜାଲ୍ ଆଧାର କାର୍ଡ, ପରିଚୟପତ୍ର ତିଆରି କରୁଥିଲା। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉପ ମହାନିର୍ଦ୍ଦେଶକ ପରିଚୟ ଦେଇ ଜାଲ୍ କାଗଜପତ୍ର ପ୍ରସ୍ତୁତ କରି ଠକେଇ କରୁଥିଲା ରମେଶ। ଏକାଧିକ ମହିଳାଙ୍କୁ ଜାଲରେ ଫସାଇ ବିବାହ କରୁଥିଲା, ଘର ଭଡ଼ା ନେଉଥିଲା, ଗାଡ଼ି କିଣୁଥିଲା, ବ୍ୟାଙ୍କ ପାସବୁକ୍ ତିଆରି କରୁଥିଲା।

ଦିଲ୍ଲୀର ଏକ ସାଇବର କାଫେରେ ରମେଶ ଏହି ସବୁ ଜାଲ କାଗଜପତ୍ର ତିଆରି କରୁଥିଲା ବୋଲି ଗୁମର ଖୋଲିଛି ଡ୍ରାଇଭର ପପୁ। ରିମାଣ୍ଡର ଶେଷ ଦିନରେ ଆଜି ଜେରା ବେଳେ ପୁଲିସକୁ କିଛି ଏଭଳି ତଥ୍ୟ ଦେଇଛି। ପପୁ ଦିଲ୍ଲୀର ଯେଉଁ ଠିକଣା ଦେଇଛି ତଦନ୍ତ କରିବା ଲାଗି ସେଠାକୁ ଏକ ଟିମ୍ ଖୁବଶୀଘ୍ର ଯିବ ବୋଲି ସୂଚନା ମିଳିଛି। ନିର୍ବାଚନ, ବିଧାନସଭା ଓ ଅନ୍ୟ କିଛି କାର୍ଯ୍ୟବ୍ୟସ୍ତତା ଯୋଗୁଁ ରମେଶ ଠାରୁ ବେଶୀ ତଥ୍ୟ କାଢ଼ି ପାରି ନ ଥିଲା ତଦନ୍ତକାରୀ ଟିମ୍। ସେହିପରି ଅନ୍ୟ ଅଭିଯୁକ୍ତଙ୍କ ସମ୍ପର୍କରେ ମଧ୍ୟ ତଥ୍ୟ ହାସଲ କରିପାରି ନାହିଁ।

ରମେଶର ଠକେଇ ଗୁମର ସମ୍ପର୍କରେ ଅଧିକ ଖୋଳତାଡ଼ କରିବା ଲାଗି ଗତ ୨୨ ତାରିଖରେ ପପୁକୁ ୫ ଦିନିଆ ରିମାଣ୍ଡରେ ଆଣିଥିଲା ମହିଳା ଥାନା ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe