ନକଲି ଡାକ୍ତର ରଙ୍ଗିଲା ରମେଶ ମାମଲା : ବିଶ୍ବରଂଜନ ସହ ମୁହାଁମୁହିଁ ଜେରା

ନକଲି ଡାକ୍ତର ରଙ୍ଗିଲା ରମେଶ ମାମଲା : ବିଶ୍ବରଂଜନ ସହ ମୁହାଁମୁହିଁ ଜେରା

ଭୁବନେଶ୍ବର: ଆଜିଠାରୁ ଉଭୟ ବିଶ୍ବରଂଜନ ଦାସ ଓ ନକଲି ଡାକ୍ତର ରମେଶକୁ କମିସନରେଟ୍‌ ପୁଲିସ ୫ ଦିନିଆ ରିମାଣ୍ଡରେ ଆଣିଥିବା ବେଳେ ବିଭିନ୍ନ ଦିଗ ଉପରେ ମାରାଥନ ଜେରା କରିଛି। ପ୍ରଥମେ ଦୁଇ ଜଣଙ୍କୁ ଭିନ୍ନ ଭିନ୍ନ ରୁମ୍‌ରେ ଜେରା କରାଯାଇଥିଲା। ସେମାନଙ୍କଠାରୁ ତଥ୍ୟ ହାତେଇବା ପରେ ଉଭୟଙ୍କୁ ମୁହାଁମୁହିଁ ଜେରା କରାଯାଇଥିଲା। ହେଲେ ଅନେକ କ୍ଷେତ୍ରରେ ସେମାନଙ୍କ ବୟାନ ତାଳମେଳ ଖାଇନଥିଲା। ସେହିପରି ସେମାନଙ୍କୁ ଜେରା ବେଳେ ସୋସିଆଲ୍‌ ମିଡିଆରେ ଥିବା ଆକାଉଣ୍ଟ, ଡେକ୍ସଟପ ପାସ୍‌ୱାଡ୍‌ ମଗାଯାଇଥିଲା। ‌ହେଲେ ସେମାନେ ବାରମ୍ବାର ଭୁଲ୍‌ ପାସ୍‌ୱାର୍ଡ ଦେଇଥିଲେ। ପୁଲିସକୁ ତଦନ୍ତରେ ଆଦୌ ସହଯୋଗ କରିନଥିଲେ।

ପୁଲିସ ପାସ୍‌ୱାର୍ଡ ବ୍ରେକ୍‌ କରି ସୋସିଆଲ୍‌ ମିଡିଆ ଓ ଡେକ୍ସଟପ୍‌ରୁ କେତେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତେଇଛି। ଅନ୍ୟପଟେ ସେମାନଙ୍କ ଉତ୍ତରକୁ ନେଇ ପୁଲିସ ଦ୍ବନ୍ଦ୍ବରେ ଅଛି। କାରଣ ଗତକାଲି ରମେଶର ଲାଏ ଡିଟେକ୍‌ସନ ରିପୋର୍ଟ ଯାହା ଆସିଥିଲା ତାହା ପୁଲିସ ନିଦ ହଜାଇଦେଇଥିଲା। ରମେଶ କେବଳ ମିଛ ହିଁ କହିଥିଲା ବୋଲି ‌ରିପୋର୍ଟରେ ଦର୍ଶାଯାଇଥିଲା। ତେଣୁ ଚତୁର୍ଥ ଥରପାଇଁ ରମେଶ ରିମାଣ୍ଡରେ ଅସିଥିବା ବେଳେ ସେ ଓ ତା’ର ସହଯୋଗୀ କେତେ ସତ ଓ ମିଛ କହୁଛନ୍ତି? ଉତ୍ତରକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe