ନକଲି ଡାକ୍ତର ରଙ୍ଗିଲା ରମେଶ ମାମଲା: ପ୍ରଥମ ସ୍ତ୍ରୀ ଉପରକୁ ଦୋଷ ଠେଲିଲେ କମଳା

Advertisment

ସତ ମାନିଲେ ଦ୍ବିତୀୟ ପତ୍ନୀ, ମୋତେ ଟ୍ରାପ୍‌ କରି ବାହା ହୋଇଥିଲେ

ସତ ମାନିଲେ ଦ୍ବିତୀୟ ପତ୍ନୀ, ମୋତେ ଟ୍ରାପ୍‌ କରି ବାହା ହୋଇଥିଲେ

ନକଲି ଡାକ୍ତର ରଙ୍ଗିଲା ରମେଶ ମାମଲା: ପ୍ରଥମ ସ୍ତ୍ରୀ ଉପରକୁ ଦୋଷ ଠେଲିଲେ କମଳା

Kanak News

ଭୁବନେଶ୍ବର: ‘ମୁଁ ବି ଫସି ଯାଇଥିଲି। ଅବିବାହିତ ବୋଲି କହି ରମେଶ ମୋତେ ବିବାହ ପ୍ରସ୍ତାବ ଦେଇଥିଲା। ସେତେବେଳେ ତା’ ପ୍ରଥମ ସ୍ତ୍ରୀ ଅଲଗା ପରିଚୟ ଦେଇ ତାକୁ ଅବିବାହିତ ବୋଲି ପ୍ରମାଣିତ କରିଥିଲେ। ଫଳରେ ମୁଁ ଧୋକା ଖାଇଯାଇଥିଲି ଓ ରମେଶକୁ ବିବାହ କରିଥିଲି। ବିବାହ ପରେ ରମେଶର ଅସଲ ଚରିତ୍ର ଜାଣିବା ବେଳକୁ କଥା ସରିଥିଲା। ମୁଁ ନିରୁପାୟ ହୋଇପଡ଼ିଥିଲି। ଡାକ୍ତର ଚାକିରି କରି ଭଲ ଦରମା ପାଉଥିଲେ ବି ରମେଶର ମାୟାଜାଲରେ ପଡ଼ି ତାକୁ ଏମିତି ଠକାମିରେ ସହଯୋଗ କରିଚାଲିଲି। ରମେଶର ଚକ୍ରବ୍ୟୁହରେ ଫସି ସାରିବା ପରେ ଆଉ ମୁକୁଳିବା ରାସ୍ତା ପାଇନଥିଲି।’ ଏହା ହେଉଛି ନକଲି ଡାକ୍ତର ରଙ୍ଗିଲା ରମେଶର ଦ୍ବିତୀୟ ପତ୍ନୀ କମଳା ତିର୍କୀଙ୍କ ସ୍ବୀକାରୋକ୍ତି। ୪ ଦିନିଆ ରିମାଣ୍ଡରେ ଆସିଥିବା କମଳା ଆଜି ପୁଲିସକୁ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ତେଣୁ ଆଜି ପର୍ଯ୍ୟନ୍ତ ପୁଲିସକୁ ଭୁଆଁ ବୁଲାଉଥିବା ଧୂର୍ତ୍ତ ରମେଶ ବିରୋଧରେ ପୁଲିସକୁ ବଳିଷ୍ଠ ପ୍ରମାଣ ମିଳିଛି ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ଗତ ୧୭ ତାରିଖଠାରୁ କମିସନରେଟ୍‌ ପୁଲିସ ନକଲି ଡାକ୍ତର ରଙ୍ଗିଲା ରମେଶଙ୍କ ଦ୍ବିତୀୟ ପତ୍ନୀ କମଳା ତିର୍କୀ ଓରଫ୍ କମଳା ସ୍ବାଇଁଙ୍କୁ ୪ ଦିନିଆ ରିମାଣ୍ଡରେ ଆଣିଛି। ଆଜି ତୃତୀୟ ଦିନରେ ସେ ମୁହଁ ଖୋଲି ରମେଶର ଅସଲ ଚେହେରାକୁ ପଦାକୁ ଆଣିଛନ୍ତି। ତେବେ ରମେଶର ଏହି ଜାଲିଆତିରେ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ହାତ ରହିଛି ବୋଲି ସେ କହିଛନ୍ତି। ରମେଶର କଳା କାରନାମାରେ ମୂଳରୁ ହିଁ ପ୍ରଥମ ସ୍ତ୍ରୀ ରହିଥିବା ନେଇ ସେ କହିଛନ୍ତି। ତେଣୁ ପୁଲିସ ଧୂର୍ତ୍ତ ରମେଶର ପ୍ରଥମ ସ୍ତ୍ରୀଙ୍କ ପୁଣି ପଚରାଉଚରା କରିବ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆସନ୍ତାକାଲି ଅର୍ଥାତ ବୁଧବାର ଦିନ କମଳାଙ୍କ ରିମାଣ୍ଡ ଅବଧି ସରୁଥିବା ବେଳେ ଶେଷ ଦିନରେ ପୁଲିସ ଆଉ କିଛି ନୂଆ ତଥ୍ୟ ହାତେଇବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe