ଅସଲିଙ୍କ ନିଦ ହଜାଇଲେଣି ନକଲି ପୁଲିସ: ବର୍ଷକରେ ବନ୍ଧା ହେଲେଣି ୧୫ରୁ ଊର୍ଦ୍ଧ୍ବ

Advertisment

ଦେହରେ ଅସଲି ପୋଷାକ ହାତରେ ବାଡ଼ି, ଅଣ୍ଟାରେ ବନ୍ଧୁକ ସାଙ୍ଗରେ ପରିଚୟପତ୍ର। ବେଶପୋଷାକ ସାଙ୍ଗକୁ କଥାବାର୍ତ୍ତା ସହଜରେ ନକଲି ବୋଲି ଠଉରେଇବା କାଠିକର ପାଠ। ରାଜଧାନୀ ରାସ୍ତାଘାଟରେ ଏମିତି ଅସଲି ପୁଲିସ ବେଶରେ ବୁଲୁଛନ୍ତି ମାଳ ମାଳ ନକଲି ପୁଲିସ।

ଦେହରେ ଅସଲି ପୋଷାକ ହାତରେ ବାଡ଼ି, ଅଣ୍ଟାରେ ବନ୍ଧୁକ ସାଙ୍ଗରେ ପରିଚୟପତ୍ର। ବେଶପୋଷାକ ସାଙ୍ଗକୁ କଥାବାର୍ତ୍ତା ସହଜରେ ନକଲି ବୋଲି ଠଉରେଇବା କାଠିକର ପାଠ। ରାଜଧାନୀ ରାସ୍ତାଘାଟରେ ଏମିତି ଅସଲି ପୁଲିସ ବେଶରେ ବୁଲୁଛନ୍ତି ମାଳ ମାଳ ନକଲି ପୁଲିସ।

fhbvbg

ଭୁବନେଶ୍ବର: ଦେହରେ ଅସଲି ପୋଷାକ ହାତରେ ବାଡ଼ି, ଅଣ୍ଟାରେ ବନ୍ଧୁକ ସାଙ୍ଗରେ ପରିଚୟପତ୍ର। ବେଶପୋଷାକ ସାଙ୍ଗକୁ କଥାବାର୍ତ୍ତା ସହଜରେ ନକଲି ବୋଲି ଠଉରେଇବା କାଠିକର ପାଠ। ରାଜଧାନୀ ରାସ୍ତାଘାଟରେ ଏମିତି ଅସଲି ପୁଲିସ ବେଶରେ ବୁଲୁଛନ୍ତି ମାଳ ମାଳ ନକଲି ପୁଲିସ। କାହାକୁ ଚାକିରି ଦେବାକୁ କହି ତ କାହାକୁ ମାମଲାରେ ରଫାଦଫା କରାଇଦେବାର ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କାର ଚୂନ ଲଗାଇଲେଣି। ପୁଣି କେଉଁଠି ଚେକିଂ ବ୍ଲକିଂ କରି ଜରିମାନା ଆଦାୟ କଲେଣି ତ ଆଉ କେଉଁଠି ଲୁଟ୍‌ ଓ ଜାଲ୍‌ ନୋଟ୍‌ କାରବାରରେ ଲିପ୍ତ ହେଉଛନ୍ତି। ରାଜଧାନୀରେ ଏଭଳି ଗୋଟିଏ ପରେ ଗୋଟିଏ ନକଲି ପୁଲିସ ଗ୍ୟାଙ୍ଗ୍‌ ମୁଣ୍ଡ ଟେକିବା ଫଳରେ କମିସନରେଟ୍‌ ପୁଲିସର ନିଦ ହଜିଯାଇଛି। ବର୍ଷକ ମଧ୍ୟରେ ପୁଲିସ ୧୫ରୁ ଊର୍ଦ୍ଧ୍ବ ନକଲି ପୁଲିସକୁ ଗିରଫ କରିଥିବା ବେଳେ ଏବେ ବି ଅନେକ ସକ୍ରିୟ ଅଛନ୍ତି। 

କଣ୍ଟ୍ରୋଲ୍‌ରୁମ୍‌ରୁ ପୁଲିସକୁ କଣ୍ଟ୍ରୋଲ୍‌
ଗତ ମାର୍ଚ୍ଚ ୨୪ ତାରିଖରେ ଏକ ନକଲି ପୁଲିସ ରୢାକେଟ୍‌ର ପର୍ଦ୍ଦାଫାସ୍‌ ହୋଇଥିଲା। ଯେଉଁଥରେ ରୢାକେଟ୍‌ର ମାଷ୍ଟରମାଇଣ୍ଡ୍‌ ତଥା ନକଲି ଏସିପି ମାନସ ରଂଜନ ସେନାପତି ଓ ସହଯୋଗୀ ତଥା ନକଲି କନେଷ୍ଟବଳ ଆଶିଷ କୁମାର ସ୍ବାଇଁକୁ ପୁଲିସ୍‌ ଗିରଫ କରିଥିଲା। ମାନସ ପୁଲିସ କଣ୍ଟ୍ରୋଲ୍‌ ରୁମ୍‌ରେ ବସିବାର ଫଟୋକୁ ସୋସିଆଲ୍‌ ମିଡିଆରେ ଛାଡ଼ି ଲୋକଙ୍କ ଆସ୍ଥାଭାଜନ ହେଉଥିଲା। ଆଉ ପୁଲିସ ପରିଚୟ ଦେଇ ଚେକିଂ ବ୍ଲକିଂ କରି ଲୋକଙ୍କଠୁ ଜରିମାନା ଆଦାୟ କରୁଥିଲା। ଖାଲି ଏତିକି ନୁହେଁ ଚାକିରି କରାଇ ଦେବା ନାଁରେ ଲୋକଙ୍କଠୁ ଲକ୍ଷ ଲକ୍ଷ ଟଙ୍କା ଚୂନ ଲଗାଇବା ସହ ଜାଲ୍‌ ନୋଟ୍‌ କାରବାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ତାଠାରୁ ଲକ୍ଷାଧିକ ଟଙ୍କାର ନକଲି ନୋଟ୍‌ ମଧ୍ୟ ଜବତ କରାଯାଇଥିଲା। 

ଟାର୍ଗେଟ୍‌ରେ ମହିଳା ଓ ବୟସ୍କ ବ୍ୟକ୍ତି
ସକାଳେ ସନ୍ଧ୍ୟାରେ ଚାଲୁଥିବା ମହିଳା ଓ ବୟସ୍କ ଲୋକଙ୍କୁ ଏମାନେ ଟାର୍ଗେଟ୍‌ କରନ୍ତି। ସେମାନଙ୍କୁ ପୁଲିସ ପରିଚୟ ଦେଇ ସହରରେ ବଢ଼ୁଥିବା ଲୁଟ୍‌ପାଟ ବାବଦ‌ରେ ସଚେତନ କରାନ୍ତି। ସଚେତନତା ଆଳରେ କାଗଜପୁଡ଼ିଆରେ ସୁନାଗହଣା ଗୁଡ଼ାଇବା ବେଳେ ହାତ ସଫେଇ କୌଶଳରେ ଅସଲି ଗହଣାକୁ ନେଇ ନକଲି ଗହଣା ଧରାଇ ଚମ୍ପଟ ମାରନ୍ତି। ପୁଲିସ ବେଶରେ ରାଜଧାନୀରେ ଲୁଟ୍‌ତରାଜ ଚଳାଇ ଆସିଥିବା ୭ ଜଣିଆ ଲୁଟେରା ଗ୍ୟାଙ୍ଗ୍‌କୁ କମିସନରେଟ୍‌ ପୁଲିସ୍‌ ଗତ ୨୦୨୪ ମସିହା ଏପ୍ରିଲ୍‌ ୨୨ ତାରିଖରେ ଗିରଫ ପରେ ଗ୍ୟାଙ୍ଗ୍‌ର ଗୁମର ଖୋଲିଥିଲା। ଗ୍ୟାଙ୍ଗ୍‌ ମୁଖିଆ ସ‌ଦାକ୍‌ ହୁସେନ୍‌, ସବିର୍‌ ଅଲ୍ଲୀ, ହାସନ୍‌ ଅଲ୍ଲୀ, ରାଜେନ୍ଦ୍ର କୁମାର କୁଶୱାହା, ଫୟାଜ୍‌ ହୁସେନ୍‌, ଆବୁଜାର୍‌ ଅଲ୍ଲୀ ଓ ଜାହିର୍‌ ଅଲ୍ଲୀକୁ ପୁଲିସ ଗିରଫ କରିବାରେ ସଫଳ ହୋଇଥିଲା। ଏହି ଗ୍ୟାଙ୍ଗ ରାଜଧାନୀରେ ୩ମାସ ଆତଙ୍କ ଖେଳାଇଥିଲା। ୩ମାସ ମଧ୍ୟରେ ରାଜଧାନୀରୁ ୧୫ଟି ଲୁଟ୍‌ପାଟ ପରେ ଶେଷରେ ଧରାପଡ଼ିଥିଲା। 

ଘରେ ଚଳାଇଥିଲା ସ୍ପେସାଲ୍‌ ସ୍କ୍ବାଡ୍‌
ପୁଲିସ ପୋଷାକ ପିନ୍ଧି ନିଜକୁ ଥାନା ବାବୁ ସଜାଇଥିଲା। ଭଡ଼ା ଘରେ ଥାନା ବସାଇ ନିଜର ରୋବାବ୍ ଦେଖାଉଥିଲା। ମାଡ଼ ମାରି ମାମଲା ଫଇସଲା ବି କରୁଥିଲା। ଏପରିକି ସ୍ପେସାଲ ସ୍କ୍ବାଡ୍ ଗଠନ କରି ଚଢ଼ଉ କରିବାର ଭୟ ଦେଖାଉଥିଲା। ରାଜଧାନୀରେ ପୁଲିସକୁ ଲଣ୍ଠନ ଦେଖାଇଥିବା କେନ୍ଦ୍ରାପଡ଼ା ଆଳି ଅଞ୍ଚଳର ରଞ୍ଜନ ଭୂୟାଁ ନାମକ ଜଣେ ଯୁବକଙ୍କୁ ଏୟାରଫିଲ୍ଡ ଥାନା ପୁଲିସ ୨୦୨୪ ଫେବ୍ରୁଆରି ମାସରେ ଗିରଫ ପରେ ଘଟଣା ପଦାକୁ ଆସିଥିଲା। ନିଜକୁ ଏୟାରଫିଲ୍ଡ ଥାନା ଆଇଆଇସି ସୁବୋଧ କୁମାର ନାୟକ ବୋଲି ପରିଚୟ ଦେଇ ଜଣେ ଯୁବକଙ୍କୁ ମାଡ଼ ମାରି ଲହୁଲୁହାଣ କରିବା ପରେ ଏୟାରଫିଲ୍ଡ ଥାନା ପୁଲିସ ତାକୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe