ପୁଲିସ ପଞ୍ଝାରେ ୨ ନକଲି ସ୍ପେସାଲ ସ୍କ୍ବାଡ୍‌ କର୍ମଚାରୀ

Advertisment
ପୁଲିସ ପଞ୍ଝାରେ ୨ ନକଲି ସ୍ପେସାଲ ସ୍କ୍ବାଡ୍‌ କର୍ମଚାରୀ

ଭୁବନେଶ୍ବର : ନକଲି ସ୍ପେସାଲ ସ୍କ୍ବାଡ୍‌ କର୍ମଚାରୀଙ୍କୁ ଧରିଛି ଅସଲି ସ୍ପେସାଲ୍‌ ସ୍କ୍ବାଡ୍‌। ଆଜି ଘଟଣାଟି ରାଜଧାନୀରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ସ୍ପେସାଲ ସ୍କ୍ବାଡ୍‌ କର୍ମଚାରୀ ବେଶରେ ଲୋକଙ୍କୁ ଧମକ ଦେଇ ଠକୁଥିବା ଏହି ଦୁଇ ଧୂର୍ତ୍ତ ହେଲେ ସହିଦନଗର ଅଞ୍ଚଳର ଜ୍ଞାନ ରଂଜନ ମହାନ୍ତି(୬୦) ଓ ନୂଆପଲ୍ଲୀ ଅଞ୍ଚଳର କାହ୍ନୁଚରଣ ସାହୁ(୫୮)। ପୁଲିସ ସେମାନଙ୍କଠାରୁ ଗୋଟିଏ ବାଇକ୍‌ ଜବତ କରିଛି। ଲିଙ୍ଗରାଜ ଥାନା ପୁଲିସ ଓ ସ୍ପେସାଲ୍‌ ସ୍କ୍ବାଡ୍‌ ମିଳିତ ଭାବେ ଚଢ଼ଉ ଏହି ଠକଦ୍ବୟଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ଗତ ୧୦ ତାରିଖ ଦିନ ଅଭିଷେକ ଦାସ ସତ୍‌ସଙ୍ଗବିହାର ନିକଟରୁ ଫଳ କିଣି ଘରକୁ ଫେରୁଥିବା ବେଳେ ଧୂର୍ତ୍ତ ଜ୍ଞାନ ଓ କାହ୍ନୁ ତାଙ୍କୁ ପିଛା କରିଥିଲେ। ଲିଙ୍ଗରାଜ ଥାନା ଅଞ୍ଚଳରେ ସେମାନେ ତାଙ୍କୁ ଅଟକାଇ ସ୍ପେସାଲ ସ୍କ୍ବାଡ୍‌ ପୁଲିସ ବୋଲି ପରିଚୟ ଦେଇଥିଲେ। ତାଙ୍କ ନାଁରେ ଏକାଧିକ ମାମଲା ଥିବା କହି ଥାନାକୁ ଡାକିଥିଲେ। ପୁଲିସ କେସ୍‌ ଶୁଣି ଅଭିଷେକ ଭୟ କରିଥିଲେ। ମାମଲାର ଦଫାରଫା କରିବାକୁ କହି ସେମାନେ ଅଭିଷେକଙ୍କଠାରୁ ୮ହଜାର ଟଙ୍କା ନେଇ ଚାଲିଯାଇଥିଲେ। ତେବେ ପରେ ସନ୍ଦେହ ହେବାରୁ ଅଭି‌ଷେକ ଏବିଷୟରେ ଲିଙ୍ଗରାଜ ଥାନାକୁ ଜଣାଇଥିଲେ ଓ କଥା ସ୍ପେସାଲ ସ୍କ୍ବାଡ୍‌ ପର୍ଯ୍ୟନ୍ତ ଯାଇଥିଲା। ପୁଲିସ ସିସିଟିଭି ଯାଞ୍ଚ କରି ଉଭୟଙ୍କୁ ଚିହ୍ନଟ କରିଥିଲା। ସୂଚନାଯୋଗ୍ୟ, ଜ୍ଞାନରଂଜନ ଜଣେ ଅବସରପ୍ରାପ୍ତ ପୁଲିସ୍ କର୍ମଚାରୀ। ତେଣୁ ତାକୁ ଏହି ଧାରାରେ ‌ଠକିବା ଜଣାଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe