ବରିଷ୍ଠ ଅଧ୍ୟାପକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Advertisment
ବରିଷ୍ଠ ଅଧ୍ୟାପକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବାଲିପାଟଣା,: ବାଲିପାଟଣାସ୍ଥିତ ଶିଶୁ ଅନନ୍ତ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ତରୁଣକାନ୍ତ ନାୟକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଏବଂ +୩ ପ୍ରାଣୀବିଜ୍ଞାନ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସଭା ଅନୁଷ୍ଠିତ ହୋଇଯାଇଛି।

ମହାବିଦ୍ୟାଳୟ ଅଧ୍ୟକ୍ଷ ନିମାଇଁ ଚରଣ ଜେନାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ନିଆଳି ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଡ. ସତ୍ୟ ନାରାୟଣ ସାହୁ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇଂରାଜୀ ବିଭାଗର ଅଧ୍ୟାପକ ସରୋଜ ରାୟ, ପ୍ରାଣୀବିଜ୍ଞାନ ବିଭାଗର ଅଧ୍ୟାପକ ବିଜୟ କୁମାର ଶତପଥୀ, ମଧୁମତି ରଥ, ରଶ୍ମିତା ମହାପାତ୍ର, ସମର୍ପିତା ଷଡ଼ଙ୍ଗୀ ଏବଂ ଅନ୍ୟ ଅଧ୍ୟାପକ ଅଧ୍ୟାପିକାମାନେ ଯୋଗଦେଇଥିଲେ। ବିଶ୍ୱଜିତ୍ ନାୟକ ଓ ଶୁଚିସ୍ମିତା ରଥ ସଭା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe