ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା

Advertisment
ସର୍ପାଘାତରେ ନାବାଳିକା ମୃତ

ଭୁବନେଶ୍ବର: ଆଜି ଇନ୍‌ଫୋଭ୍ୟାଲି ଥାନା ପୁଲିସ ଯାଁଳା ଗାଁରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ ସିପୁନ ବାରିକ(୪୫)। ଋଣ କିସ୍ତି ଟଙ୍କା ଶୁଝିବାକୁ ନେଇ ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୂଚନାନୁସାରେ, ସିପୁନ କିଛି ଫାଇନାନ୍ସରୁ ଟଙ୍କା ଋଣରେ ଆଣିଥିଲେ। ସେ ବେକାର ଥିବାରୁ ଠିକ୍ ସମୟରେ କିସ୍ତି ପରିଶୋଧ କରିପାରୁନଥିଲେ। ତେଣୁ ଏହି ଋଣ କିସ୍ତି ଦେବା ପାଇଁ ପରିବାର ମଧ୍ୟରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା। ଆଜି ସକାଳେ ସିପୁନ ବଜାରକୁ ଚା’ ପିଇ ଘରକୁ ଫେରୁଥିଲେ। ଋଣ କିସ୍ତି ପାଳି ଥିବାରୁ ତାଙ୍କ ଘରେ ପହଞ୍ଚି କିଛି ଯୁବକ ଟଙ୍କା ମାଗିଥିଲେ।

କିଛି ସମୟ ପରେ ଟଙ୍କା ଦେବେ କହି ସେ ଗାଧୁଆ ଘରେ ଭିତର ପଟୁ କବାଟ ଦେଇ ବେକରେ ରଶି ଲଗାଇ ଝୁଲିପଡ଼ିଥିଲେ। ଗାଧୁଆ ଘରେ ସିପୁନଙ୍କ ଝୁଲନ୍ତା ଶରୀର ଦେଖିଥିଲେ। ଇନ୍‌ଫୋଭ୍ୟାଲି ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୁଲିସ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ କହିଛି।

ଦୁଇ ଶିଶୁଙ୍କ ଆଗରେ ଜୀବନ ହାରିଲେ ମହିଳା

ଚନ୍ଦ୍ରଶେଖରପୁର:ପାରିବାରିକ କଳହକୁ କେନ୍ଦ୍ର କରି ଗତ ରାତିରେ ଜଣେ ମହିଳା ନିଜ ବେକରେ ଓଢ଼ଣୀ ଦେଇ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳାଜଣଙ୍କ ହେଲେ, ପ୍ରିୟଙ୍କା ସାମନ୍ତ (୩୫)। ମିଳିଥିବା ସୂଚନାନୁଯାୟୀ, ଗତ ରାତିରେ କୌଣସି କଥାକୁ କେନ୍ଦ୍ର କରି ସ୍ବାମୀ ଋତ୍ବିକଙ୍କ ସହ ଝଗଡ଼ା ହୋଇଥିଲା। ଫଳରେ ଦୁଇ ଶିଶୁକନ୍ୟାଙ୍କୁ ନେଇ ପ୍ରୟିଙ୍କା ଅଲଗା ଏକ ରୁମ୍‌ରେ ଶୋଇବାକୁ ଯାଇଥିଲେ। ଏହି ସମୟରେ ଋତ୍ବିକ୍‌ କିଛି ସମୟ ପାଇଁ ଘର ବାହାରକୁ ଚାଲି ଆସିଥିବା ବେଳେ ପ୍ରିୟଙ୍କା ବେକରେ ଓଢ଼ଣୀ ଦେଇ ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ। ପିଲାଙ୍କ କାନ୍ଦ ଶୁଣି ପଡ଼ୋଶୀ ଧାଇଁ ଆସିଥିଲେ ହେଁ ସେତେବେଳକୁ ପ୍ରିୟଙ୍କାଙ୍କ ମୃତ୍ୟୁ ହୋଇସାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe