ପାରିବାରିକ କଳହ: ଜୀବନ ହାରିଲେ ୩

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ପକେଟରେ ଥିବା ୪ ଲକ୍ଷ ଟଙ୍କା ଗଲା କୁଆଡ଼େ?

stock.adobe.com

ଭୁବନେଶ୍ବର: ମଞ୍ଚେଶ୍ବର ଥାନା ଗାଡ଼କଣରେ ରହୁଥିବା ବଙ୍ଗୀୟ ଶ୍ରମିକ ଝେଣ୍ଟୁ ଶେଖ୍‌ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ଗତ ଦୁଇ ଦିନ ତଳୁ ସେ ଆତ୍ମହତ୍ୟା କରିଥିବା ବେଳେ ଆଜି ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ପୁଲିସ ତାଙ୍କ ମୃତଦେହ ଜବତ କରିଛି। ଆର୍ଥିକ ସମସ୍ୟାକୁ କେନ୍ଦ୍ର କରି ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେହିଭଳି ଜିଜିପି କଲୋନିରେ ରହୁଥିବା ବିକାଶ ପଲେଇ ଗତକାଲି ରାତିରେ ଆତ୍ମହତ୍ୟା କରିଛନ୍ତି। ଭାଇ ରାଜକିଶୋରଙ୍କ ସୂଚନାନୁସାରେ ନିଶାସକ୍ତ ବିକାଶର ରୋଜଗାର ନଥିବାରୁ ଟଙ୍କା ପାଇଁ ପରିବାର ଲୋକଙ୍କୁ ମାର୍‌ପିଟ୍ କରେ। ଏନେଇ ସବୁବେଳେ ପରିବାରରେ ଅଶାନ୍ତି ଲାଗି ରହିଥିଲା। ଗତକାଲି ରାତିରେ ସମସ୍ତେ ଶୋଇଯିବା ପରେ ବିକାଶ ବେକରେ ରଶି ବାନ୍ଧି ବାଲ୍‌କୋନି ପଙ୍ଖାରେ ଝୁଲି ପଡ଼ିଥିଲା। ‌

ସେହିପରି ଭରତପୁର ଥାନା ଆଇଗିଣିଆ ଶ୍ରୀକ୍ଷେତ୍ରବିହାରରେ ଭଡ଼ା ଘରେ ରହୁଥିବା ଗଞ୍ଜାମ ଆସ୍କା ଅଞ୍ଚଳର ଯୁବ ବ୍ୟବସାୟୀ ଶକ୍ତିସ୍ବରୂପ ଶତପଥୀ ଆଜି ଅପରାହ୍ଣରେ ଆତ୍ମହତ୍ୟା କରିଛନ୍ତି। ଘର ମାଲିକଙ୍କଠାରୁ ଖବର ପାଇ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ପ୍ରେମରେ ବିଫଳ ହୋଇ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୁଲିସ ସୂଚନାନୁସାରେ ଶକ୍ତିସ୍ବରୂପ ୨ ବର୍ଷ ହେଲା ଭୁବନେଶ୍ବରରେ ରହୁଥିଲେ। ସେ ଟ୍ରାଭେଲ୍ସ ବ୍ୟବସାୟ କରୁଥିଲେ। ବ୍ୟବସାୟ ପାଇଁ ସେ କିଛି ଋଣ କରିଥିବା ବେଳେ ତାଙ୍କ ପ୍ରେମିକା ତାଙ୍କୁ ବିବାହ କରିବନି ବୋଲି ମନା କରିଦେଇଥିଲା। ତେଣୁ ମାନସିକ ଭା‌ରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe