ବିଏମ୍‌ସି ମାଗିଛି ୨୩୦କୋଟି ଟଙ୍କାଟେ ମିଳିନି

କ୍ବାର୍ଟର୍ସ କାମ ଆରମ୍ଭ ହେଲାଣି, ସ୍କୁଲ କଲେଜର ହେଲାନି

ବିଏମ୍‌ସି ମାଗିଛି ୨୩୦କୋଟି ଟଙ୍କାଟେ ମିଳିନି

Deccan Herald

ବାତ୍ୟାରେ ରାଜଧାନୀରେ ଡ୍ରେନ୍‌ରୁ ଆରମ୍ଭ କରି ଷ୍ଟ୍ରିଟ୍‌ ଲାଇଟ୍‌ ପର୍ଯ୍ୟନ୍ତ ବହୁତ କିଛି ଭାଙ୍ଗିଗଲା। ରାସ୍ତା ବି ନଷ୍ଟ ହେଲା। ବାତ୍ୟା ପରେ ରାଜଧାନୀକୁ ସ୍ବାଭାବିକ କରିବାକୁ ବିଏମ୍‌ସି ଆଜି ପର୍ଯ୍ୟନ୍ତ ଟ୍ରକ୍ ଲଗାଇ ସବୁଜ ଆବର୍ଜନା ଉଠାଉଛି। ଏହିପରି ବାତ୍ୟା ପରେ ମରାମତି ଏବଂ ଅନ୍ୟାନ୍ୟ ଖର୍ଚ୍ଚକୁ ମିଶାଇ ବିଏମ୍‌ସି ୨୩୦କୋଟି ଟଙ୍କା ଆବଶ୍ୟକ ବୋଲି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲା। ହେଲେ ଏବେ ବି ବିଏମ୍‌ସିକୁ ଟଙ୍କା‌ଟିଏ ମିଳିନି। ଏପଟେ ବର୍ଷା ପୂର୍ବରୁ ଭାଙ୍ଗି ଯାଇଥିବା ଡ୍ରେନ୍ ନିର୍ମାଣ କରିବା, ଷ୍ଟ୍ରିଟଲାଇଟ୍ ମରାମତି କରିବା ଏବଂ ଅତ୍ୟନ୍ତ ଜରୁରୀ ଥିବା ରାସ୍ତା ମରାମତି ପାଇଁ ବିଏମ୍‌ସି ପାଖରେ ଟଙ୍କା ନଥିଲେ ବି କାମ ଆରମ୍ଭ ହେଲାଣି। ଯଦି ଟଙ୍କା ନ ମିଳେ, କାମ କରୁଥିବା ଠିକା ସଂସ୍ଥାକୁ କିପରି ଅର୍ଥ ଦିଆଯିବ, ସେ ଚିନ୍ତା ଏବେ ବିଏମ୍‌ସି ଅଧିକାରୀଙ୍କୁ ଘାରିଲାଣି। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବର୍ଷା ଋତୁ ଆସୁଥିବାରୁ ଏବେ ଆମେ ଜରୁରୀକାଳୀନ ଭିତ୍ତିରେ ମୁଖ୍ୟ ଡ୍ରେନ୍‌ଗୁଡ଼ିକ ଯେଉଁଠି ସମ୍ବେଦନଶୀଳ ଅଛି ସେଠାରେ ମରାମତି ଆରମ୍ଭ କରିଛୁ। ସହର ଭିତରେ ଥିବା ଡ୍ରେନ୍ ବି କେତେକ ସ୍ଥାନରେ ମରାମତି ହେବ। ଷ୍ଟ୍ରିଟଲାଇଟ୍ କେତେ ଭାଙ୍ଗିଛି, କ’ଣ ଭାଙ୍ଗିଛି ତା’ର ୱାର୍ଡ ଅନୁଯାୟୀ ସର୍ଭେ ହେଉଛି। ଖୁବ୍‌ଶୀଘ୍ର ଏହାର କାମ ଆରମ୍ଭ ହେବ। ସେହିପରି ବହୁ ଅଞ୍ଚଳ‌େର ରାସ୍ତା ଭାଙ୍ଗି ଯାଇଥିବା ବେଳେ ଏବେ ବି ଲୋକ ବହୁ ହଇରାଣ ହେଉଛନ୍ତି। ଏହାକୁ ନଜରରେ ରଖି ବିଏମ୍‌ସି ପକ୍ଷରୁ ଗୋଟିଏ ଦୁଇଟି ସ୍ଥାନରେ ରାସ୍ତା ମରାମତି କରାଯାଇଛି।

ବିଏମ୍‌ସି ପକ୍ଷରୁ ରାସ୍ତା ଏବଂ ‌ଛୋଟଛୋଟ ଡ୍ରେନ୍ କ୍ଷତି ବାବଦକୁ ୧୫୫ କୋଟି ୬୦ଲକ୍ଷ, ଭାଙ୍ଗି ଯାଇଥିବା ମୁଖ୍ୟ ଡ୍ରେନ୍ ମରାମତି ବାବଦକୁ ୩୨କୋଟି ୪୨ଲକ୍ଷ, ବିଭିନ୍ନ କୋଠା, ନଷ୍ଟ ହୋଇଥିବା ପାର୍କ ରାସ୍ତା, ସବୁଜୀକରଣ, ଖରାପ ହୋଇଥିବା ମେକାନିକାଲ ଯନ୍ତ୍ରପାତି ମରାମତି ବାବଦକୁ ୨୫କୋଟି ୭୦ଲକ୍ଷ ଟଙ୍କା, ଷ୍ଟ୍ରିଟଲାଇଟ୍ ଏବଂ ଅନ୍ୟାନ୍ୟ ବିଦ୍ୟୁତ ଜନିତ କ୍ଷୟକ୍ଷତି ବାବଦକୁ ୫କୋଟି ୩୯ଲକ୍ଷ, ସବୁଜ ଆବର୍ଜନା ଉଠାଇବା, ଡମ୍ପିଂୟାର୍ଡରେ ପକାଇବା ବାବଦକୁ ୧୦କୋଟି ମାଗିଛି। କିନ୍ତୁ ଏବାବଦକୁ ଟଙ୍କା‌ଟିଏ ବି ମିଳିନି।

ଅପରପକ୍ଷେ ବାତ୍ୟା ପରର ସହାୟତା ପ୍ରଦାନ କରିବା ଏବଂ ଜରୁରୀକାଳୀନ ସେବା ଯୋଗାଇବା ପାଇଁ ବିଏମ୍‌ସି ରାଜ୍ୟ ସରକାରଙ୍କଠାରୁ ପ୍ରାୟ ୧୦୦କୋଟି ଟଙ୍କା ଆଣିଛି।

publive-image

କ୍ବାର୍ଟର୍ସ କାମ ଆରମ୍ଭ ହେଲାଣି, ସ୍କୁଲ କଲେଜର ହେଲାନି

ଭୁବନେଶ୍ବର : ରାଜଧାନୀରେ ବାତ୍ୟାରେ ୧୦୩୩୦ଟି କ୍ବାର୍ଟର୍ସ ଭାଙ୍ଗିଥିବା ବେଳେ ୫୩୮ଟି ସରକାରୀ କାର୍ଯ୍ୟାଳୟ କ୍ଷତିଗ୍ରସ୍ତ ହୋଇଛି। ଏହାବାଦ୍ ବହୁ ସ୍କୁଲ, କଲେଜରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ହେଲେ ପୂର୍ତ୍ତ ବିଭାଗ ଏବେ ସରକାରୀ କ୍ବାର୍ଟର୍ସ ମରାମତି କରିବାରେ ବ୍ୟସ୍ତ। ଆଉ ୧୫ ଦିନ ପରେ ସ୍କୁଲ, କଲେଜ ଖୋଲିବାକୁ ଥିବା ବେଳେ ମରାମତି ହେବା ଦୂର କଥା, ଏପର୍ଯ୍ୟନ୍ତ ଭଗ୍ନାବଶେଷ ବି ଉଠାଯାଇନି। ଏବେ ବି ବହୁ ସ୍କୁଲରେ ଆଜବେଷ୍ଟସ୍ ଉଡ଼ି ଯାଇଥିବା ବେଳେ କାନ୍ଥ ଉପରେ ଗଛ ପଡ଼ି ଭାଙ୍ଗି ଯାଇଛି। ବର୍ଷା ଋତୁରେ ପିଲା କିପରି ପାଠ ପଢ଼ିବେ, ସେନେଇ ସରକାର ଚିନ୍ତା ନକରି ବାବୁମାନଙ୍କ କ୍ବାର୍ଟର୍ସ ମରାମତିରେ ଲାଗିଛନ୍ତି। ଏଥିରେ କାହାର ପାଚେରି ନିର୍ମାଣ ହେଉଛି ତ କାହାର ଗାଧୁଆ ଘର ନିର୍ମାଣ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe