Farewell address at KMBB College: କେଏମ୍‌ବିବି କଲେଜରେ ବିଦାୟକାଳୀନ ସମ୍ବର୍ଦ୍ଧନା: ‘ଦେଶ ଦୁନିଆରେ ନିଜର ପରିଚୟ ତିଆରି କର’

Advertisment

ସ୍ଥାନୀୟ ଦଳେଇପୁଟସ୍ଥିତ କେଏମ୍‌ବିବି କଲେଜର ଚତୁର୍ଥ ବର୍ଷର ଛାତ୍ରଛାତ୍ରୀଙ୍କୁ ନେଇ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଡ. ଅମରନାଥ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଇଷ୍ଟର୍ଣ୍ଣ ମିଡିଆ ଲିମି‌େଟଡ୍‌ର ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ....

ସ୍ଥାନୀୟ ଦଳେଇପୁଟସ୍ଥିତ କେଏମ୍‌ବିବି କଲେଜର ଚତୁର୍ଥ ବର୍ଷର ଛାତ୍ରଛାତ୍ରୀଙ୍କୁ ନେଇ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଡ. ଅମରନାଥ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଇଷ୍ଟର୍ଣ୍ଣ ମିଡିଆ ଲିମି‌େଟଡ୍‌ର ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ....

dgdaadgzvvzvc

ଖୋର୍ଦ୍ଧା: ସ୍ଥାନୀୟ ଦଳେଇପୁଟସ୍ଥିତ କେଏମ୍‌ବିବି କଲେଜର ଚତୁର୍ଥ ବର୍ଷର ଛାତ୍ରଛାତ୍ରୀଙ୍କୁ ନେଇ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଡ. ଅମରନାଥ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଇଷ୍ଟର୍ଣ୍ଣ ମିଡିଆ ଲିମି‌େଟଡ୍‌ର ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବରେ ଯୋଗଦେଇ ଜୀବନରେ କେବେ ହତାଶ ନ ହେବାକୁ ବିଦାୟୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସେ କହିଥିଲେ, ନିଜର ବାହୁବଳ ଓ ମନୋବଳ ଜୀବନର ଦୁଇଟି ବଳ।

Mayurbhanj Chhau: ମୟୂରଭଂଜ ଛଉକୁ ପ୍ରଶଂସା କଲେ ପଶ୍ଚିମବଙ୍ଗ ରାଜ୍ୟପାଳ

ଏହି ଦୁଇ ବଳକୁ ବିନିଯୋଗ କରି ପିଲାମାନେ ନିଜ ଜୀବନରେ ସଫଳ ହେବାକୁ ପରାମର୍ଶ ଦେବା ସହିତ ବାପା-ମାଙ୍କ ପାଇଁ ଗୌରବ ଅର୍ଜନ କରିବାକୁ କହିଥିଲେ। ଏହି ଅବସରରେ ସେ ଯୌଥ ପରିବାରରର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ  କରିଥିଲେ। ବର୍ତ୍ତମାନ ଯୌଥ ପାରିବାର କଥାଟି ଦେଖିବାକୁ ମିଳୁନି। ତୁମେମାନେ ଗଲା ଚାରି ବର୍ଷ ହେଲା ଗୋଟିଏ ଛାତ ତଳେ ଏଠି ଏକାଠି ହୋଇ ରହିବାର ଯେଉଁ ଯୌଥ ପରିବାରର ଅନୁଭୂତି ସାଉଁଟିଲ, ସେହି ମନୋଭାବକୁ ନେଇ ଚାଲିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଏହା ବିଦାୟର ସମୟ ନୁହେଁ ବରଂ ବୃହତ୍ତର ଦୁନିଆ ଭିତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିବାର ସମୟ। ତୁମେମାନେ ଏହି କଲେଜର ପରିଚୟ। ତାର ଗୌରବକୁ ଦେଶ ଦୁନିଆ ଭିତରେ ଝଲସାଇବାକୁ  ସେ ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି।

Bhadrak News: ସରକାରଙ୍କ ନିୟମ ଭାଙ୍ଗୁଛି ସରକାରୀ ବିଭାଗ

କଲେଜର ନିର୍ଦ୍ଦେଶକ (ପ୍ରଶାସନ) ସରୋଜ କୁମାର ପଣ୍ଡା, ନିର୍ଦ୍ଦେଶକ ଡ. ବିଜୁନି ଚରଣ ସୂତାର ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ଥିଲେ। ଏହି ଅବସରରେ ଚତୁର୍ଥ ବର୍ଷର ବିଦାୟୀ ଛାତ୍ରଛାତ୍ରୀମାନେ ନିଜର ଅନୁଭୂତି ବାଣ୍ଟିଥିଲେ। ଶେଷରେ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସହକାରୀ ପ୍ରଫେସର ପବିତ୍ର କୁମାର ପାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହକାରୀ ପ୍ରଫେସର ଶିବାଶିଷ ପ୍ରଧାନ, ସଞ୍ଜୀବ କୁମାର ମିଶ୍ର, ଡ. ସୌମ୍ୟ ମହାନ୍ତି, ଅଜୟ କୁମାର ପଣ୍ଡା, ଇତିଶ୍ରୀ ମହାନ୍ତି, ଅଞ୍ଜନ କୁମାର ପ୍ରଧାନଙ୍କ ସମେତ କଲେଜର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe