ଶିକ୍ଷୟତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Advertisment
ଶିକ୍ଷୟତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଭୁବନେଶ୍ବର: ବୀର ସୁରେନ୍ଦ୍ର ସା‌ଏ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ବଳ ଆଜି ଚାକିରିରୁ ଅବସର ନେଇଛନ୍ତି। ସ୍କୁଲ ପରିଚାଳନା କମିଟି ଓ ମୋ’ ସ୍କୁଲ କମିଟି ପକ୍ଷରୁ ଶ୍ରୀମତୀ ବଳଙ୍କ ଉଦ୍ଦେଶ୍ୟରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା‌ ସଭା ଆୟୋଜିତ ହୋଇଥିଲା।

ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମହେନ୍ଦ୍ରନାଥ ଖଟୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପରିଚାଳନା କମିଟି ସଭାପତି କୈଳାସ ମିଶ୍ର, ହାଡ଼ିବନ୍ଧୁ ପଟ୍ଟନାୟକ, ମୋ’ ସ୍କୁଲ ସଭାପତି ସୌମ୍ୟରଞ୍ଜନ ପ୍ରଧାନ, ବିପିନ ବିହାରୀ ରାୟ ଓ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ପୁରାତନ ଛାତ୍ର ସଂଘ କୋଷାଧକ୍ଷ ଅନନ୍ତ ରେଡ୍ଡୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe