ସାପ କାମୁଡ଼ାରେ ଚାଷୀ ମୃତ

ବିଦ୍ୟୁତ ବିଭାଗର ଚରମ ଅବହେଳା: ବିଦ୍ୟୁତ୍‌ ତାର ଲାଗି ୪ ବର୍ଷର ଶିଶୁ ମୃତ

ବାଲିଅନ୍ତା: ଜିତିକାରସୁଅାଁଲୋ ଗ୍ରାମର ସୁକାନ୍ତ ଭୋଇ (୫୨)ଙ୍କ ଆଜି ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ମଧ୍ୟାହ୍ନ ପ୍ରାୟ ୧୨ଟାରେ ସେ କ୍ଷେତରେ କାମ କରୁଥିବା ବେଳେ ଏକ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ସେଠାରେ କାମ କରୁଥିବା ଅନ୍ୟ କିଛି ଲୋକ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାଲିଅନ୍ତା ଥାନା ପୁଲିସ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ସୁକାନ୍ତଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe