ନଦୀରେ ବାଉଁଶପୋଲ ତିଆରି କଲେ ଚାଷୀ

ଲୋକଙ୍କ ଗୁହାରି ସରକାର ଶୁଣିଲେନି। ନଦୀର ଆରପଟେ ଥିବା ଜମିରେ ଚାଷକରି ଶହଶହ ଚାଷୀ ଜୀବିକା ନିର୍ବାହ କରୁଛନ୍ତି। କିନ୍ତୁ ନଦୀରେ ବନ୍ୟା ଆସିଲେ ଚାଷୀଙ୍କ ଚିନ୍ତା ବଢ଼ିଯାଏ। ବିପଦପୂର୍ଣ୍ଣ ଭାବେ ପାଣିରେ....

Untitled-8

ବାଲିପାଟଣା: ଲୋକଙ୍କ ଗୁହାରି ସରକାର ଶୁଣିଲେନି। ନଦୀର ଆରପଟେ ଥିବା ଜମିରେ ଚାଷକରି ଶହଶହ ଚାଷୀ ଜୀବିକା ନିର୍ବାହ କରୁଛନ୍ତି। କିନ୍ତୁ ନଦୀରେ ବନ୍ୟା ଆସିଲେ ଚାଷୀଙ୍କ ଚିନ୍ତା ବଢ଼ିଯାଏ। ବିପଦପୂର୍ଣ୍ଣ ଭାବେ ପାଣିରେ ପାରହୋଇ ଚାଷୀ ଯା’ଆସ କରନ୍ତି। ପକ୍‌କା ରାସ୍ତାରେ ଯିବାକୁ ହେଲେ ୫ରୁ ୭ କିଲୋମିଟର ବୁଲିବାକୁ ପଡ଼ୁଛି।ଏଠାରେ ଏକ ପୋଲ ନିର୍ମାଣ ପାଇଁ ଚାଷୀ ବାରମ୍ବାର ଦାବି କରି ନିରାଶ ହେବା ପରେ ଗ୍ରାମବାସୀ ଶେଷରେ ନିଜ ପରିଶ୍ରମ ଓ ହାତରୁ ଖର୍ଚ୍ଚ କରି ନଦୀ ଉପରେ ବାଉଁଶପୋଲ ତିଆରି କରିଛନ୍ତି। 
ବାଲିପାଟଣା ବ୍ଲକ୍ ରାଜସ ଗ୍ରାମ ପଞ୍ଚାୟତ ଗରିଆ ଗ୍ରାମ ଦେଇ ଧନୁଆ ନଦୀ ପ୍ରବାହିତ ହେଉଛି। ଧନୁଆ ନଦୀରେ ବନ୍ୟା ଆସିଲେ ଗରିଆ ଗାଁ ବାହ୍ୟ ଜଗତରୁ ସମ୍ପୂର୍ଣ ବିଚ୍ଛିନ୍ନ ହୋଇଯାଏ। ନଦୀର ଅପର ପାର୍ଶ୍ୱରେ ଗ୍ରାମବାସୀଙ୍କ ଏକର ଏକର ଚାଷଜମି ରହିଛି। ତେଣୁ  ଧାନ, ପନିପରିବା ଫସଲ ପାଇଁ ରାତି ପାହିଲେ ନଦୀର ଅପର ପାର୍ଶ୍ୱରେ ଥିବା ଚାଷଜମିକୁ ଗାଁ’ ଲୋକେ ଯାଇଥାନ୍ତି। ମାତ୍ର ନଦୀରେ ସ୍ଥାୟୀ ପୋଲ ନଥିବାରୁ ଲୋକେ ପାଣିରେ ପହଁରି ବିପଦପୂର୍ଣ୍ଣ ଭାବେ ଯାତାୟାତ କରନ୍ତି। ଏନେଇ ସ୍ଥାନୀୟ ଲୋକେ ପୂର୍ବ ବିଜେଡି ସରକାର ଅମଳରେ ଗୁହାରି ଜଣାଇଥିଲେ। ହେଲେ କେବଳ ମାପଚୁପରେ ପୋଲ ନିର୍ମାଣ ସୀମିତ ରହିଯାଇଛି। ତୁରନ୍ତ ସରକାର ଏ ଦିଗରେ ଦୃଷ୍ଟି ଦେଇ ଗରିଆ ନିକଟରେ ଧନୁଆନଦୀ ଉପରେ ପୋଲ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ସ୍ଥାନୀୟ ୱାର୍ଡ ସଭ୍ୟ ଧୀରେନ ସାହୁ , ବସନ୍ତ ବାରିକ, ଯୁଧିଷ୍ଠିର ସ୍ୱାଇଁ, ପ୍ରଦୀପ ସାହୁଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe