ତହସିଲ ଓ ଉଦ୍ୟାନ ବିଭାଗ କଥାରେ ତାଳମେଳ ରହୁନାହିଁ : ଫନି ସହାୟତାରୁ ୭ ହଜାରରୁ ଊର୍ଦ୍ଧ୍ବ ଚାଷୀ ବଞ୍ଚିତ

Advertisment
ଏଣିକି କୃଷକମାନେ ରାଜ୍ୟ ବାହାରେ ନିଜର ସାମଗ୍ରୀ ବିକ୍ରି କରିପାରିବେ

thebetterindia.com

ବାଲିପାଟଣା : ୨୦୧୯ ମସିହା ମେ’ ୩ ତାରିଖରେ ହୋଇଥିବା ପ୍ରଳୟଙ୍କରୀ ବାତ୍ୟା ଫନିକୁ ୯ମାସ ବିତିଲାଣି। ବାତ୍ୟା ପ୍ରଭାବରେ ବାଲିପାଟଣା ବ୍ଲକର ଚାଷୀ ସର୍ବସ୍ବ ହରାଇଥିଲେ। ଅଥଚ ଏଯାଏ ସରକାରୀ ସହୟତା ପାଇବାରୁ ୭ହଜାରରୁ ଊର୍ଦ୍ଧ୍ବ ଚାଷୀ ବଞ୍ଚିତ ହୋଇଛନ୍ତି। ଉଦ୍ୟାନ ବିଭାଗ ଅଧୀନରେ ଥିବା ପ୍ରାୟ ୪ହଜାର ପାନବରଜ ଓ ଦେଢ଼ ହଜାର ନଡିଆ ଚାଷୀଙ୍କୁ ସହାୟତା ମିଳିନାହିଁ। ସେହିପରି କୃଷି ବିଭାଗ ଅଧୀନରେ ପାଖାପାଖି ୧୦ଟି ପଞ୍ଚାୟତର ୨ହଜାର ଚାଷୀ ଏବେ ବି ସହାୟତାକୁ ଅପେକ୍ଷା କରିଛନ୍ତି।

ବାଲିପାଟଣା ତହସିଲର ଜଣେ ବରିଷ୍ଠ କର୍ମଚାରୀଙ୍କ ତଥ୍ୟ ଅନୁସାରେ, ଆଳିସି, ରାଜସ, ଭାପୁର, ଆମେଣାକୁଦ, ମଝିହରା, ନରିଶୋ, ମୁକୁନ୍ଦଦାସପୁର ପଞ୍ଚାୟତର କୃଷି ବିଭାଗ ଚିଠା ଅନୁଯାୟୀ ସହାୟତା ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ଉଦ୍ୟାନ ବିଭାଗ ଅଧୀନରେ ଥିବା ପାନବରଜ ଓ ନଡ଼ିଆ ଚାଷୀଙ୍କୁ ସହାୟତା ମିଳିନାହିଁ। ବାଲିପାଟଣା ତହସିଲଦାର ପଦ୍ମଜା ଦାଶଙ୍କ କହିବା ଅନୁଯାୟୀ, ଉଦ୍ୟାନ ବିଭାଗ ତରଫରୁ ଦିଆଯାଇଥିବା ତଥ୍ୟରେ ତାଳମେଳ ରହୁ ନାହିଁ। ଚାଷୀଙ୍କ ଆକାଉଣ୍ଟ ନମ୍ବର ସହ ନାମ ମିଶୁ ନାହିଁ। ସେହିପରି ନଡ଼ିଆ ଗଛ କ୍ଷତିଗ୍ରସ୍ତ ତଥ୍ୟରେ ବିଭ୍ରାଟ ଦେଖାଦେଇଛି। ସଠିକ୍‌ ତଥ୍ୟ ତୁରନ୍ତ ଦେବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀମତୀ ଦାଶ କହିଛନ୍ତି।

ଅପରପକ୍ଷରେ ବାଲିପାଟଣା ଉଦ୍ୟାନ ବିଭାଗର ବରିଷ୍ଠ ଅଧିକାରୀ ମହେନ୍ଦ୍ର ସ୍ବାଇଁଙ୍କ କହିବା ଅନୁସାରେ ଆମେ ସମସ୍ତ ତଥ୍ୟ ତହସିଲକୁ ପଠାଇ ଦେଇଛୁ। ଜିଲ୍ଲାପାଳ ମଧ୍ୟ ଅନୁମୋଦନ କରିସାରିଛନ୍ତି। ଏଥର ଯାହା କରିବ, ତହସିଲ କରିବ। ଆମର କିଛି କରିବାର ନାହିଁ ବୋଲି ଶ୍ରୀ ସ୍ବାଇଁ କହିଛନ୍ତି। ତହସିଲ ଓ ଉଦ୍ୟାନ ବିଭାଗ କଥାରେ ତାଳମେଳ ରହୁନଥିବାରୁ ଚାଷୀମାନେ ସହାୟତା ପାଇ ପାରୁନାହାନ୍ତି ବୋଲି ଅଭିଯୋଗ ହେଉଛି। ତୁରନ୍ତ ବାତ୍ୟା କ୍ଷତିଗ୍ରସ୍ତ ସହାୟତା ଦିଆ ନ ଗଲେ ଚାଷୀମାନେ ଆନ୍ଦୋଳନର ପନ୍ଥା ଆପଣାଇବେ ବୋଲି ପରୋକ୍ଷରେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe