କୃଷକ ଆନ୍ଦୋଳନ ସମର୍ଥନରେ ‘ଆମ ଅଧିକାର’ର ବିନିଦ୍ର ରଜନୀ

Advertisment
କୃଷକ ଆନ୍ଦୋଳନ ସମର୍ଥନରେ ‘ଆମ ଅଧିକାର’ର ବିନିଦ୍ର ରଜନୀ

ଭୁବନେଶ୍ୱର: ମହାନ୍ ବିପ୍ଳବୀ ସହିଦ ଭଗତ ସିଂଙ୍କ ବଳିଦାନ ଦିବସ ଅବସରରେ କଳା କୃଷିନୀତି ବାତିଲ୍ ଦାବିରେ ତଥା କୃଷକ ଆନ୍ଦୋଳନ ସମର୍ଥନରେ ‘ଆମ ଅଧିକାର’ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତକାଲି ମାଷ୍ଟର କ୍ୟାଣ୍ଟିନ ଛକରେ ସନ୍ଧ୍ୟା ୬ ଘଟିକାରୁ ପରଦିନ ସକାଳ ୬ ଘଟିକା ପର୍ଯ୍ୟନ୍ତ ମୁକ୍ତାକାଶ ତଳେ ସାରା ରାତି ଉଜାଗର ରହି ‘ବିନିଦ୍ର ରଜନୀ’ ପ୍ରତିବାଦ କାର୍ଯ୍ୟକ୍ରମ ପାଳିତ ହୋଇଛି। ସହିଦ ଭଗତ ସିଂ, ସୁଖଦେବ ଓ ଜୟୀ ରାଜଗୁରୁଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ କରି ଆମ ଅଧିକାରର ଶତାଧିକ କର୍ମକର୍ତ୍ତା ଓ ସମର୍ଥକମାନେ ସାରା ରାତି ଉଜାଗର ରହି ମୋଦି ସରକାରର କଳା କୃଷିନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବା ସହ କୃଷକ ଆନ୍ଦୋଳନ ପ୍ରତି ସମର୍ଥନ ଜ୍ଞାପନ କରିଥିଲେ।

ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ୱାନକ୍ରମେ ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ ଡାକରାକୁ ମଧ୍ୟ ସଂଗଠନ ପକ୍ଷରୁ ସମର୍ଥନ ଘୋଷଣା କରାଯାଇଥିଲା। ଆମ ଅଧିକାରର ରାଜ୍ୟ ଆବାହକ ଅମୀୟ ପାଣ୍ଡବଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରଦିବାଦ କାର୍ଯ୍ୟକ୍ରମରେ ମହାସଚିବ ଗଣେଶ ଦାଶ, ସମ୍ପାଦକ ପାର୍ଥସାରଥୀ ଜେନା, ରଜନୀ କୁମାର ମହାନ୍ତି, ମାନସ ରଞ୍ଜନ ସାହୁ, ପ୍ରଦ୍ୟୁମ୍ନ ନାୟକ, ରାଖାଲ ପଟ୍ଟନାୟକ, ଶୁଭେନ୍ଦୁ ଜେନା, ସଞ୍ଜୟ ପରିଡ଼ା, ସୁବାସ କୁମାର ତାରଣିଆଁ, ଅରୁଣ ଜେନା, ସଂଗ୍ରାମ ମଲ୍ଲିକ, ପ୍ରଭୁଦତ୍ତ ମିଶ୍ର, ପ୍ରିୟବ୍ରତ ମହାନ୍ତି, ପ୍ରତାପ କୁମାର ସାହୁ, ମୀର୍‌ ଅହମ୍ମଦ ଅଲ୍ଲୀ, ଶାରଦା ପ୍ରସନ୍ନ ସ୍ୱାଇଁ, ସତ୍ୟଜିତ ପଟ୍ଟନାୟକ, ନଗେନ୍‌ ରଥ, କ୍ରିଷ୍ଣା ଶତପଥୀ, ନିରଞ୍ଜନ ସାହୁ ପ୍ରମୁଖ ଉଦ୍‌ବୋଧନ ଦେଇ ବୃହତ୍ତର ଲଢେଇ ପାଇଁ ପ୍ରସ୍ତୁତ ହେବକୁ ଶପଥ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe