ପ୍ରକୃତ ଚାଷୀ ଋଣ ମୁକ୍ତ ହେବାକୁ ଚାହେଁ

ପ୍ରକୃତ ଚାଷୀ ଋଣ ମୁକ୍ତ ହେବାକୁ ଚାହେଁ

ଭୁବନେଶ୍ବର : ଚାଷୀ ପାଇଁ ‌ନୂଆନୂଆ ଯୋଜନା ହେଉଛି। ହେଲେ ଚାଷୀର ବାସ୍ତବ ସମସ୍ୟା ତାକୁ ପଚରା ଯାଉନାହିଁ। ଚାଷ ଉତ୍ପାଦନ ବଢ଼ିବା ଉପରେ ‌ଗୁରୁତ୍ବ ଦେଲେ ହେବ ନାହିଁ। ବରଂ ଚାଷୀର ଆୟ କିପରି ବଢ଼ିବ, ତା’ ଉପରେ ଧ୍ୟାନ ଦେବାକୁ ପଡ଼ିବ। ନଚେତ୍‌ ଯେତେ ଯୋଜନା କଲେ ଫଳପ୍ରଦ ହେବ ନାହିଁ। ପ୍ରକୃତ ଚାଷୀ ଋଣ ଛାଡ଼ ନୁହେଁ ବରଂ ଋଣ ମୁକ୍ତ ହେବାକୁ ଚାହେଁ। ସଂପ୍ରତି ତାହା ବୁଝିବାର ଆବଶ୍ୟକତା ରହିଛି। ମୁକ୍ତ ଚିନ୍ତନ ମଞ୍ଚ ଏବଂ ଭାରତୀୟ ବିଦ୍ୟାଭବନର ମିଳିତ ଆନୁକୂଲ୍ୟରେ ଭାରତୀୟ ବିଦ୍ୟାଭବନରେ ଆୟୋଜିତ ୧୫୩ତମ ଆଲୋଚନାଚକ୍ରରେ ଅତିଥିମା‌ନେ ଏପରି ଆଲୋକପାତ କରିଛନ୍ତି।

ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, କୃଷି ବିଶ୍ବବିଦ୍ୟାଳୟର ପୂର୍ବତନ ଡିନ୍‌ ଡ.‌ବେଣୁଧର ଭୁୟାଁ ବକ୍ତା ଭାବେ ଯୋଗଦେଇ ‘ଆମର କୃଷି ସଂସ୍କୃତି ଓ ବର୍ତମାନର ପରିସ୍ଥିତି’ ଶୀର୍ଷକ ଆଲୋଚ୍ୟ ବିଷୟ ଉପରେ ମତ ରଖିଥିଲେ। କହିଲେ, ଉତ୍ପାଦନକୁ ଯେତିକି ଗୁରୁତ୍ବ ଦିଆଯାଉଛି ସେସବୁକୁ ସଞ୍ଚୟ ପାଇଁ ବ୍ୟାପକ ବଜାର ସୃଷ୍ଟି ହେବା ଉଚିତ୍‌। ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ସ୍ଥାପନ ହେବା ଉଚିତ। ନ‌ଚେତ ଯେତେ‌ ଯୋଜନା ହେଲେ ବି ତାହାର ସୁଫଳ ଚାଷୀ ପାଇପାରିବ ନାହିଁ। ଏହି ଅବସରରେ ସାରଳା ଦାସ ସ୍ମୃତି ସଂସଦ ଦ୍ବାରା ପ୍ରକାଶିତ ‘ସାରଳା କ୍ୟାଲେଣ୍ଡର’ ଉନ୍ମୋଚିତ ହୋଇଥିଲା। ପ୍ରାକ୍ତନ ପ୍ରଶାସକ ଅଲେଖ ଚନ୍ଦ୍ର ପଢ଼ିଆରୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ମଞ୍ଚର ସମ୍ପାଦକ ପୀତବାସ ରାଉତରାୟ ସ୍ବାଗତ ଭାଷଣ ଦେଇଥିଲେ। ଶେଷରେ ମଞ୍ଚର ଆବାହକ ରମାକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe