ବାଲିଅନ୍ତା: ଆଜି ପୂର୍ବାହ୍ନରେ ତିନିଜଣିଆ କୃଷି ବିଶେଷଜ୍ଞ ଦଳ ବାଲିଅନ୍ତା ବ୍ଲକର ବିଭିନ୍ନ ମୌଜା ବୁଲି ଧାନ ଫସଲରେ ଲାଗିଥିବା ଜଉ ପୋକ ଜନିତ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଉପ କୃଷିନିର୍ଦ୍ଦେଶକ ସତ୍ୟନାରାୟଣ ମିଶ୍ରଙ୍କ ସହିତ ଶସ୍ୟ ସଂରକ୍ଷଣ ଅଧିକାରୀ ତୁଷାରକାନ୍ତି ତୁଙ୍ଗ ଓ ଜିଲ୍ଲା କୃଷି ଅଧିକାରୀ ରବିନାରାୟଣ ମିଶ୍ର ପ୍ରମୁଖ ପ୍ରତାପଶାସନ, ପୂରଣଶାସନ, ସରକଣା, ରଣପୁର, ବୁଦ୍ଧିପଡ଼ା, ବ୍ରାହ୍ମଣସୁଆଲୋ, ଭାରତୀବାଗ, ପୂରଣପ୍ରଧାନ, ସତ୍ୟଭାମାପୁର ଝିଣ୍ଟିଶାସନ, ବାରିଜଙ୍ଗ, କାକରୁଦ୍ରପୁର ଆଦି ମୌଜାରେ ଜଉ ସଂକ୍ରମିତ କ୍ଷତିଗ୍ରସ୍ତ ଧାନଫସଲର ଆକଳନ କରିଥିଲେ। ଏ ସଂପର୍କରେ ଖବର ପାଇ ଉପରୋକ୍ତ ମୌଜାର ଚାଷୀମାନେ ସେଠାରେ ପହଞ୍ଚି ସଂପୃକ୍ତ ଅଧିକାରୀଙ୍କୁ ଫସଲ ଦେଖାଇବା ସହ କିପରି ରୋଗପୋକ ନିରାକରଣ ହୋଇପାରିବ, ସେ ସଂପର୍କରେ ବିସ୍ତତ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରଭାବିତ ଚାଷୀଙ୍କ ନାମରେ ତୁରନ୍ତ ରିପୋର୍ଟ ପ୍ରସ୍ତୁତ କରି ଜିଲ୍ଲା ଦପ୍ତରକୁ ପଠାଇବାକୁ ସ୍ଥାନୀୟ କୃଷି ଅଧିକାରୀ ଓ କୃଷି କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ରିପୋର୍ଟକୁ ଆଧାର କରି ପରବର୍ତୀ ସମୟରେ ରବି ଋତୁରେ ଚାଷୀଙ୍କୁ ବିହନ, ସାର, କୀଟନାଶକ ଓ ଅନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଉପକୃଷି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବାଳକାଟି ସହକାରୀ କୃଷି ଅଧିକାରୀ ନକ୍ଷତ୍ରମୋହନ ରାଉଳ, ଭିଙ୍ଗାରପୁର ଅଧିକାରୀ ମନୋରଂଜନ ରାଉଳଙ୍କ ସମେତ କୃଷି କର୍ମଚାରୀ ରଶ୍ମିତା ପ୍ରଧାନ ଓ ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟନାରାୟଣ ଦାସ ପ୍ରମୁଖ ତଦନ୍ତରେ ସାମିଲ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us