ଫ୍ୟାସନ୍‌ରେ ‘କଞ୍ଚୁ ଡିଜାଇନ୍‌’

Advertisment
ଫ୍ୟାସନ୍‌ରେ ‘କଞ୍ଚୁ ଡିଜାଇନ୍‌’

publive-imageବାହାଘର ପାର୍ଟି ଓ ଅଫିସ ପାର୍ଟିରେ ସୁନ୍ଦର ଓ ଗ୍ଲାମର୍‌ ଦେଖାଯିବା ପାଇଁ ସମସ୍ତେ ଚାହାନ୍ତି। ସେଥିପାଇଁ ଅଧିକାଂଶ ପାର୍ଟିରେ ଲେହେଙ୍ଗା, ସାଲଓ୍ଵାର-ସୁଟ୍‌ ଓ ଶାଢ଼ି ପିନ୍ଧିବାକୁ ପସନ୍ଦ କରନ୍ତି। କିନ୍ତୁ ଯୁଗ ବଦଳିବା ସହିତ ଅନେକ ଝିଅ ଏବେ ନୂଆ ରକମର ଡ୍ରେସ୍‌ ଆପଣେଇଛନ୍ତି। ଆଜିକାଲି ବିବାହ ବଜାରରେ ପରିଧାନର ନୂଆ ଟ୍ରେଣ୍ଡ୍‌ ପାଲଟିଛିି ‘କଞ୍ଚୁ ଡ୍ରେସ୍‌’। ସବୁବେଳେ ଗୋଟିଏ ଷ୍ଟାଇଲ୍‌ର ପୋଷାକ ପିନ୍ଧିବାକୁ କାହାକୁ ଭଲ ଲାଗେ ନାହିଁ, ସେଥିପାଇଁ ଡିଜାଇନର୍ସମାନେ ଏବେ ଚୁନ୍ନିକୁ ନୂଆ ରୂପଦେଇ ବଜାରକୁ ଛାଡ଼ୁଛନ୍ତି। ଇଣ୍ଡୋ-େଓ୍ଵଷ୍ଟର୍ଣ୍ଣ ଷ୍ଟାଇଲରୁ କଞ୍ଚୁ ଡିଜାଇନ୍‌କୁ ପରିବର୍ତନ ହୋଇଛି। ଏହାକୁ ଇଣ୍ଡୋ- ଓ୍ଵଷ୍ଟର୍ଣ୍ଣ ପୋଷାକରେ ପିନ୍ଧିହେଉଛି। ଜଣେ ଚାହିଁଲେ ସାଲଓ୍ଵାର-ସୁଟ ଓ ଲେହେଙ୍ଗା ଚୋଲିରେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ ବୋଲି କହିଛନ୍ତି ଉମାରାଣୀ ପରିଡ଼ା। ଏବେ ଝିଅମାନେ ଏହାକୁ ଅଧିକ ପସନ୍ଦ କରୁଥିବାରୁ ମଲ୍‌ଠାରୁ ଆରମ୍ଭ କରି ଛୋଟ ବଡ଼ ଦୋକାନରେ ଦେଖିବା ପାଇଁ ମିଳୁଛି। ବଜାରରେ ଏହା ଗୋଟିକିଆ ପୋଷାକ ଓ ଗାଉନ ରୂପରେ ଉପଲବ୍ଧ ହେଉଛି। ଉଭୟରେ ଚୁନି ପକାଇବା ପରି ଡିଜାଇନ ଅଛି।

ବ୍ୟବସାୟୀ ପରେଶ ଗୌରଙ୍କ କହିବା ଅନୁଯାୟୀ, ଆଜିକାଲିର ଝିଅମାନଙ୍କର ଏହି ପୋଷାକ ପ୍ରଥମ ପସନ୍ଦ। ବାହାଘର କିମ୍ବା ବିଭିନ୍ନ କାର୍ଯ୍ୟକ୍ରମରେ ସେମାନେ ଏହାକୁ ପିନ୍ଧିବାକୁ ପସନ୍ଦ କରୁଛନ୍ତି। ଏହାର ଦାମ ୮୫୦ଟଙ୍କାରୁ ଆରମ୍ଭ ହୋଇ ୩୭୦୦ଟଙ୍କା ପର୍ଯ୍ୟନ୍ତ ରହିଛି। ଏହାକୁ ପକାଇଲେ ଚୁନିର ବ୍ୟବହାର କରିବାକୁ ପଡ଼ିବ ନାହିଁ। ଖାଲି ବଡ଼ ପିଲା ନୁହଁ ଉଭୟ ଛୋଟପିଲାଙ୍କ ପାଇଁ ମଧ୍ୟ ଏହି ଡ୍ରେସ ଉପଲବ୍ଧ ହେଉଛି। ଏହି ଡ୍ରେସ୍‌ରେ ବେଲ୍‌ଟ ନେକ୍‌ ଥିବାରୁ ଏହା ବେକର ସୌନ୍ଦର୍ଯ୍ୟ ବଢ଼ାଇଦିଏ ବୋଲି ଜୟ କୁମାର ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe