କୃତ୍ରିମ ଶାଗୁଣା ପ୍ରଜନନକୁ ଝଟ୍‌କା, ନନ୍ଦନକାନନରେ ପ୍ରଥମ ଶାଗୁଣା ଛୁଆ ମୃତ

Advertisment
କୃତ୍ରିମ ଶାଗୁଣା ପ୍ରଜନନକୁ ଝଟ୍‌କା, ନନ୍ଦନକାନନରେ ପ୍ରଥମ ଶାଗୁଣା ଛୁଆ ମୃତ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଚିକିତ୍ସା କେନ୍ଦ୍ରର କ୍ବାରେନ୍‌ଟାଇନ୍‌‌‌‌ରେ ଜନ୍ମିତ ପ୍ରଥମ ଲମ୍ବା ବେକ ଶାଗୁଣା ଛୁଆର ଆଜି ମୃତ୍ୟୁ ହୋଇଛି। ୧୩ ଦିନର ଏହି ଛୁଆର ମୃତ୍ୟୁ ଫଳରେ ନନ୍ଦନକାନନରେ କୃତ୍ରିମ ଶାଗୁଣା ପ୍ରଜନନକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ଫେବ୍ରୁଆରି ୨୮ ତାରିଖରେ ରାଜ୍ୟ ଉଦ୍ଭିଦ ଉଦ୍ୟାନ ପରିସର କୃତ୍ରିମ ପ୍ରଜନନ କେନ୍ଦ୍ରରେ ଶାଗୁଣା ଅଣ୍ତାରୁ ଛୁଆ ବାହାରିଥିଲା। ମା’ ଶାଗୁଣା ଛୁଆଟିର ଠିକ୍‌ ଭାବେ ଯତ୍ନ ନେଉଥିବା ଦେଖିବାକୁ ମିଳିଥିଲା। ତେବେ ଗତ ୬ ତାରିଖରେ ଛୁଆଟି ଅସୁସ୍ଥ ଥିବା ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିବା ପରେ ତାକୁ ଚିକିତ୍ସା ଲାଗି ମା’ଠାରୁ ଅଲଗା କରି ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଛୁଆଟିର ଥଣ୍ଟ ଭିତରେ ଲାଖି ରହିଥିବା ବିଣ୍ତାଳିଆ ସୂତା ପଦାର୍ଥ କଢ଼ାଯିବା ପରେ ସେ ସୁସ୍ଥ ହୋଇଥିଲା। ରୋଗ ପ୍ରତିଷେଧକ ଓ ଭିଟାମିନ୍‌ ଦେଇ ତା’ର ଚିକିତ୍ସା କରାଯାଇଥିଲା। ତାକୁ ଦୈନିକ ଖାଦ୍ୟ ଆକାରରେ କୁକୁଡ଼ା ମାଂସ ଗୁଣ୍ତ ଦିଆଯାଉଥିଲା। ତେବେ ଆଜି ସକାଳୁ ସେ ମରି ଯାଇଥିବା ଦେଖିବାକୁ ମିଳିଥିଲା। ଓୟୁଏଟିରେ ପ୍ରଫେସର୍‌ ସୁଶେଣ ପଣ୍ଡା ମୃତ ଛୁଆର ବ୍ୟବଚ୍ଛେଦ କରିଛନ୍ତି। ଯକୃତ ଖରାପ ଯୋଗୁଁ ତା’ର ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାଯାଇଛି। ଉଲ୍ଲେଖଯୋଗ୍ୟ, ୧୯୯୯ ମସିହା ମହାବାତ୍ୟା ପରେ ଓଡ଼ିଶାରୁ ଲୋପ ପାଇ ଯାଇଥିବା ଶାଗୁଣା ବଂଶ ବୃଦ୍ଧି ପାଇଁ ଗତ ନଭେମ୍ବର ୨୬ ତାରିଖରେ ୬ ହଳ ଲମ୍ବା ବେକ ଶାଗୁଣା ଗ୍ବାଲିୟରରୁ ନନ୍ଦନକାନନକୁ ଆଣାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe