ପୁରୁଣା ଭୁବନେଶ୍ୱର: ଭାରତର ବଡ଼ କୋରିୟର ସଂସ୍ଥା ଫାଷ୍ଟ୍ ଫ୍ଲାଏ ଏକ୍ସ୍ପ୍ରେସ୍ର ଓଡ଼ିଶା ଶାଖା କାର୍ଯ୍ୟାଳୟ ବାପୁଜୀନଗର ନିମାପଡ଼ା ସୁଇଟ୍ସ ନିକଟରେ ଉଦ୍ଘାଟିତ ହୋଇଯାଇଛି। ଏହାକୁ ବିଧାୟକ ସୁରେଶ ରାଉତରାୟ, ବିଧାୟକ ଅନନ୍ତ ନାରାୟଣ ଜେନା, ଫାଷ୍ଟ୍ ଫ୍ଲାଏ ଏକ୍ସ୍ପ୍ରେସ୍ର ସିଓଓ ଦୀପକ ଅନିଜା, ସାହିଲ କୁମାର ଓ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର, ନିମାପଡ଼ା ସୁଇଟ୍ସର ମୁଖ୍ୟ ବିମ୍ବାଧର ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଫାଷ୍ଟ୍ ଫ୍ଲାଏ ଏକ୍ସ୍ପ୍ରେସ୍ର ଓଡ଼ିଶା ମୁଖ୍ୟ ଗଦାଧର ଦାସ ଏହାକୁ ପରିଚାଳନା କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us