ଭୁବନେଶ୍ବରରେ ପ୍ରଥମ: ବାପୁଜୀନଗରରେ ଅଡ୍‌-ଇଭିନ୍‌ ପାର୍କିଂ ବ୍ୟବସ୍ଥା ଶୀଘ୍ର

Advertisment
ଭୁବନେଶ୍ବରରେ ପ୍ରଥମ: ବାପୁଜୀନଗରରେ ଅଡ୍‌-ଇଭିନ୍‌ ପାର୍କିଂ ବ୍ୟବସ୍ଥା ଶୀଘ୍ର

Telegraph India

ଭୁବନେଶ୍ୱର: ବାପୁଜୀନଗରରେ ଟ୍ରାଫିକ ଜାମ୍‌କୁ ଦୃଷ୍ଟିରେ ରଖି ଟ୍ରାଫିକ୍‌ ପୁଲିସ ପ୍ରସ୍ତୁତ କରିଥିବା ନୂଆ ଟ୍ରାଫିକ୍‌ ପ୍ଲାନରେ ବିଏମ୍‌ସି ମୋହର ମାରିବା ପରେ ଆଜି ମିଳିତ ସର୍ଭେ କରାଯାଇଛି। କାର୍‌ କେଉଁଠି ପାର୍କିଂ କରାଯିବ ଓ ବାଇକ୍‌ କେଉଁଠି; ସେଥିପାଇଁ ଜାଗା ଚିହ୍ନଟ କରାଯାଇଛି। ଅଡ୍‌-ଇଭିନ୍‌ ବ୍ୟବସ୍ଥାରେ ରାସ୍ତାପାର୍ଶ୍ବରେ ଗାଡ଼ି ପାର୍କିଂ ହେବା ପାଇଁ ସ୍ଥିର କରାଯାଇଛି। ତାରିଖ ଅନୁଯାୟୀ ପାର୍କିଂର ସ୍ଥାନ ପରିବର୍ତ୍ତନ ହେବ। ଅର୍ଥାତ୍‌ ଆଜି ଯେଉଁ ପଟେ ପାର୍କିଂ ହୋଇଛି, ଆସନ୍ତାକାଲି ତା’ ବିପରୀତ ପାର୍ଶ୍ବରେ ପାର୍କିଂ ହେବ। ସେହିଭଳି ବାପୁଜୀନଗର ଭିତରକୁ ପ୍ରବେଶ ପାଇଁ ଗୋଟିଏ ଓ ପ୍ରସ୍ଥାନ ପାଇଁ ଆଉ ଏକ ରାସ୍ତା ବ୍ୟବହାର କରାଯିବ। ଏହି ରାସ୍ତା ସବୁକୁ ଆଜି ଚିହ୍ନଟ କରାଯାଇଛି। ଏଥିପାଇଁ ଏକ ସ୍ବତନ୍ତ୍ର-ନକ୍ସା ପ୍ରସ୍ତୁତ ହୋଇଛି। ମନଇଚ୍ଛା ପାର୍କିଂ କଲେ ମୋଟା ଅଙ୍କର ଜରିମାନା ଗଣିବାକୁ ପଡ଼ିବ। ସେହିଭଳି ଏହି ଅଞ୍ଚଳରେ ରହିଥିବା ଉଠାଦୋକାନୀଙ୍କୁ ଶୃଙ୍ଖଳିତ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବାକୁ ଯାଉଛି। ମନଇଚ୍ଛା କେହି କୌଣସି ସ୍ଥାନରେ ଏଠାରେ ଛିଡ଼ା ହୋଇପାରିବେ ନାହିଁ। ଏଥିପାଇଁ ଜାଗା ଚିହ୍ନଟ କରାଯାଇଛି। ନିର୍ଦ୍ଧାରିତ ଜାଗାରେ ଉଠା ଦୋକାନୀ ଛିଡ଼ା ହୋଇ ବ୍ୟବସାୟ କରିବେ। ଏହାକୁ ଅମାନ୍ୟ କଲେ ସେମାନଙ୍କୁ ବି ଜରିମାନା ଦେବାକୁ ପଡ଼ିବ।

ଏହି ନୂଆ ବ୍ୟବସ୍ଥା ପାଇଁ ନିର୍ଦ୍ଦିଷ୍ଟ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ସାଧାରଣ ଲୋକମାନଙ୍କୁ ଏ ନେଇ ଯଥେଷ୍ଟ ପୂର୍ବରୁ ସୂଚନା ଦିଆଯିବ। ଏହା ପରେ ବ୍ୟବସ୍ଥା ଲାଗୁ ହେବ। ସଫଳ ହେଲେ ଅନ୍ୟ ସମସ୍ତ ମାର୍କେଟ୍‌ ସ୍ଥଳରେ ଏଭଳି ବ୍ୟବସ୍ଥା ଲାଗୁ କରାଯାଇ ଟ୍ରାଫିକ୍‌ ବ୍ୟବସ୍ଥାକୁ ଶୃଙ୍ଖଳିତ କରାଯିବ ବୋଲି ସୂଚନା ଦେଇଛନ୍ତି ଟ୍ରାଫିକ୍‌ ଡିସିପି ସାଗରିକା ନାଥ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe