ସ୍ୱିଗି ବୟ ଓ ଭାଇକୁ ପ୍ରାଣାନ୍ତକ ଆକ୍ରମଣ ଘଟଣା: ୨୧ଦିନର ସଂଘର୍ଷ ପରେ ପ୍ରାଣ ହାରିଲେ ସୌମ୍ୟରଂଜନ

Advertisment

ଆହୁରି ୩ ଅଭିଯୁକ୍ତ ଫେରାର୍

ଆହୁରି ୩ ଅଭିଯୁକ୍ତ ଫେରାର୍

ସ୍ୱିଗି ବୟ ଓ ଭାଇକୁ ପ୍ରାଣାନ୍ତକ ଆକ୍ରମଣ ଘଟଣା: ୨୧ଦିନର ସଂଘର୍ଷ ପରେ ପ୍ରାଣ ହାରିଲେ ସୌମ୍ୟରଂଜନ

(ଫାଇଲ ଫଟୋ)

ଭୁବନେଶ୍ବର : ଗତ ୨୬ ସେପ୍ଟେମ୍ବରରେ ଫାୟାର୍‌ ଷ୍ଟେସନ୍‌ ନିକଟରେ ମହାବୀର ଫାଇନାନ୍ସର କିଛି କର୍ମଚାରୀ ଓ ସେମାନଙ୍କ ଭଡ଼ାଟିଆ ଗୁଣ୍ଡା ଭୁଲ୍ ବୁଝାମଣାକୁ କେନ୍ଦ୍ର କରି ସ୍ୱିଗି ବୟ ସୁପ୍ରଭାସ ଓ ବଡ଼ ଭାଇ ସୌମ୍ୟରଂଜନ ମାନ୍ଧାତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ସେବେଠାରୁ ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରୁଥିବା ସୌମ୍ୟରଂଜନ ଶେଷରେ ହାର୍‌ ମାନି ଯାଇଛନ୍ତି।

ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୮ଟା‌‌ରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥା‌ରେ ତାଙ୍କର ମୃତ୍ୟୁ ଘଟିଛି। ଦୀର୍ଘ ୨୧ ଦିନ କାଳ ସେ ଡାକ୍ତରଖାନାରେ ଚିକିତ୍ସା ହେଉଥିଲେ। ଅଭିଯୁକ୍ତମାନେ ଏକ ଧାରୁଆ ଖଣ୍ଡାରେ ତାଙ୍କ ମୁଣ୍ଡକୁ ହାଣିବା ଯୋଗୁଁ ସେ ଗୁରୁତର ହୋଇପଡ଼ିଥିଲେ। ମୁଣ୍ଡରେ ଶକ୍ତ ଆଘାତ ଲାଗିବା ଯୋଗୁଁ ତାଙ୍କ ଖପୁରି ୨ଖଣ୍ଡ ହୋଇଯାଇଥିଲା। ଘଟଣାରେ ସଂପୃକ୍ତ ୬ଜଣଙ୍କ ମଧ୍ୟରୁ ପୁଲିସ ଫାଇନାନ୍ସ କର୍ମଚାରୀଙ୍କ ସମେତ ୩ଜଣ ଭଡ଼ାଟିଆ ଗୁଣ୍ଡାକୁ ଗିରଫ କରିଛି। ମାତ୍ର ଅନ୍ୟ ୩ଜଣ ଅଭିଯୁକ୍ତ ଏବେ ବି ଫେରାର୍ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe