ପୂର୍ବ ଶତ୍ରୁତାରୁ ପ୍ରାଣାନ୍ତକ ଆକ୍ରମଣ: ଯୁବକଙ୍କୁ ଚାପଡ଼ରେ ହାଣିଲେ ବାପ-ପୁଅ

Advertisment

୪ ଆଙ୍ଗୁଠି କଟିଲା, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

୪ ଆଙ୍ଗୁଠି କଟିଲା, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ବାଲେଶ୍ୱର: ୨ ଯୁବକଙ୍କୁ ଛୁରାମାଡ଼ ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି

Deccan Chronicle

ଭୁବନେଶ୍ବର: ପୂର୍ବ ଶତ୍ରୁତାରୁ ରାଜଧାନୀରେ ନୃଶଂସ କାଣ୍ଡ। ବାପ ପୁଅ ମିଶି ଜଣେ ଯୁବକଙ୍କୁ ବୀଭତ୍ସ ଭାବେ ହାଣିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଚାପଡ଼ ଚୋଟରେ ଯୁବକଙ୍କ ଗୋଟିଏ ଗୋଡ଼ର ୪ଟି ଆଙ୍ଗୁଠି କଟି ଯାଇଛି। ଆକ୍ରମଣର ଶିକାର ଜୟନ୍ତ କୁମାର ଜେନାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ କଟକ ଏସସିବି ମେଡିକାଲ ଓ ପରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ଘଟିଛି ନୂଆପଲ୍ଲୀ ବେହେରା ସାହିରେ। ଏହି ଘଟଣାରେ ଆକ୍ରମଣ କରିଥିବା ନୂଆପଲ୍ଲୀ ବେହେରା ସାହିର ବସନ୍ତ ନାୟକକୁ ପୁଲିସ ଅଟକ ରଖିଛି। ବସନ୍ତର ପୁଅ ଫେରାର ହୋଇଯାଇଛି।

ପୁଲିସ ସୂଚନା ଅନୁସାରେ, ଜୟନ୍ତଙ୍କ ଘର ଯାଜପୁର ବିଞ୍ଝାରପୁର ଅଞ୍ଚଳରେ। ସେ ଏକ ଘରୋଇ କମ୍ପାନିରେ କାମ କରିବା ସହ ବେହେରା ସାହିରେ ରୁହେ। ତାଙ୍କ ଘର ନିକଟରେ ବସନ୍ତ ନାୟକ ପରିବାର ସହ ରୁହନ୍ତି। ଗତ କିଛିବର୍ଷ ହେଲା ସେମାନଙ୍କ ଭିତରେ ଜମିଜମା ନେଇ ବିବାଦ ରହିଥିଲା। ସେମାନଙ୍କ ଭିତରେ ଏକାଧିକ ଥର ଗଣ୍ଡଗୋଳ ମଧ୍ୟ ହୋଇଛି। ଗତକାଲି ରାତି ପ୍ରାୟ ସାଢେ ୧୦ଟାରେ ବସନ୍ତ ଓ ତା’ ପୁଅ ଜୟନ୍ତଙ୍କ ଘରେ ପହଞ୍ଚିଥିଲେ। ବାପ, ପୁଅ କବାଟ ବାଡ଼େଇ ଜୟନ୍ତଙ୍କୁ ଡାକିଥିଲେ। ଜୟନ୍ତ ଉଠିବା ପରେ ତାଙ୍କୁ ଚାପଡ଼ରେ ଅତର୍କିତ ଆକ୍ରମଣ କରିଥିଲେ। ଜୟନ୍ତଙ୍କ ପାଟି ଶୁଣି ସ୍ଥାନୀୟ ଲୋକ ପହଞ୍ଚି ଯିବାରୁ ବାପ, ପୁଅ ଫେରାର ହୋଇ ଯାଇଥିଲେ। ଏ ନେଇ ଲୋକ ନୂଆପଲ୍ଲୀ ଥାନାକୁ ଖବର ଦେଇଥିଲେ। ଜୟନ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା। ନୂଆପଲ୍ଲୀ ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହ ଫେରାର ହୋଇ ଯାଇଥିବା ବସନ୍ତର ପୁଅକୁ ଖୋଜୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe