ଗଣେଶ ପୂଜାରେ ବାପର ବର୍ବର କାଣ୍ଡ: ମା’ ସାମ୍ନାରେ ପୁଅକୁ ଗୁଳି କରି ହତ୍ୟା

Advertisment
ପତ୍ନୀଙ୍କୁ ହତ୍ୟାକରି ବିଜେପି ନେତାଙ୍କ ଆତ୍ମହତ୍ୟା

The Sentinel

ବାଇଗଣ ତୋଳିବାକୁ ମନା କରିବାରୁ ଛାତିକୁ ଦୁଇ ରାଉଣ୍ଡ ଗୁଳି
ବନ୍ଧୁକ ଧରି ବାପ ଫେରାର; ପୁଲିସର ତନାଘନା

ଭୁବନେଶ୍ବର/ବାରଙ୍ଗ : ‘ମୁଁ ତୋ ବାପା। ତତେ ମୁଁ ଜନ୍ମ ଦେଇଛି। କିଆରିରୁ ବାଇଗଣ ତୋଳିବାକୁ ମନା କରିବାକୁ ତୁ କିଏ? ତୁ କଣ ମୋତେ କହିବୁ ମୁଁ ବାଇଗଣ ତୋଳିବି କି ନାହିଁ?’ ବାପା-ପୁଅଙ୍କ ଭିତରେ ଏମିତି ବଚସା ଚାଲିଥିଲା। ହାତରେ ବନ୍ଧୁକ ଧରି ବାପା ପୁଅକୁ ଧମକାଇ ଚାଲିଥିଲା। ପାଖରେ ଛିଡ଼ା ହୋଇଥିବା ମା’ ନିଜ ସ୍ବାମୀଙ୍କ ଗୋଡ଼ ଧରି ନେହୁରା ହେଉଥିଲା ବନ୍ଧୁକ ଛାଡ଼ିଦେବା ପାଇଁ। କିନ୍ତୁ ନିଷ୍ଠୁର ବାପ କିଛି ଶୁଣିଲାନି। ହିତାହିତ ଭୁଲି ପୁଅର ଛାତିକୁ ଅତି ନିକଟରୁ ଗୁଳି କରିଦେଲା। ଆଉ ମା’ ଆଖି ସାମ୍ନାରେ ଘଟଣାସ୍ଥଳରେ ହିଁ ଟଳି ପଡ଼ିଲା ପୁଅ। ଶୁକ୍ରବାର ଗଣେଶ ପୂଜା ଭଳି ଦିନରେ ସମସ୍ତେ ହସଖୁସିରେ ମାତିଥିବାବେଳେ ରାଜଧାନୀ ଉପକଣ୍ଠ ବାରଙ୍ଗ ଥାନା ଅଧୀନ ବେଣ୍ଟୁଆ ବସ୍ତିରେ ଏଭଳି ଏକ ଅଭାବନୀୟ ଘଟଣା ଆଲୋଡ଼ନ ସୃଷ୍ଟି କରିଛି।

ମୃତ ନାବାଳକ ହେଲେ ଯଦୁମଣି ମୁଣ୍ଡାର ୧୬ ବର୍ଷର ପୁଅ ଶିବ ମୁଣ୍ଡା। ଘଟଣା ପରେ ବାପ ଯଦୁମଣି ବନ୍ଧୁକ ଧରି ଫେରାର ହୋଇଯାଇଛି। କଟକ ଜିଲ୍ଲା ଜୋନ୍-୬ ଏସିପି, ବାରଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହି ଘଟଣାକୁ ନେଇ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ପୁଲିସ ସୂଚନା ଅନୁସାରେ, ଯଦୁମଣିର ଘର ନିକଟରେ ଏକ ବାଇଗଣ କିଆରି ରହିଛି। ଶୁକ୍ରବାର ଅପରାହ୍ନରେ ଯଦୁମଣି ବାଇଗଣ ତୋଳୁଥିଲା ଏବଂ ପୁଅକୁ ମଧ୍ୟ ତା’ ସାଙ୍ଗରେ ତୋଳିବାକୁ କହିଥିଲା। ତେବେ ଗଣେଶ ପୂଜା ଥିବାରୁ ବଡ଼ପୁଅ ଶିବ ବାହାରକୁ ଯାଇ ସାଙ୍ଗମାନଙ୍କ ସହ ଖେଳିବ କହି ବାଇଗଣ ତୋଳିବାକୁ ମନା କରିଥିଲା। ଆସନ୍ତାକାଲି ତୋଳିବା ବୋଲି କହିଥିଲା। ମାତ୍ର ପୁଅର ଏତିକି କଥାରେ ହଠାତ୍ ରାଗି ଯାଇଥିଲା ଯଦୁମଣି। ଏହାକୁ ନେଇ ସେମାନଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ନିକଟସ୍ଥ ଏକ ଜଙ୍ଗଲରେ ଯଦୁମଣି ଲୁଚାଇ ରଖିଥିବା ବନ୍ଧୁକ ଆଣି ପୁଅ ଶିବକୁ ଗୁଳି କରିବାକୁ ଧମକାଇଥିଲା। ସ୍ବାମୀର ଏପରି ଉଗ୍ର ରୂପ ଦେଖି ଯଦୁମଣିକୁ ତାଙ୍କ ପତ୍ନୀ ନେହୁରା ହେବା ସହ ବନ୍ଧୁକ ଛାଡ଼ିଦେବା ପାଇଁ କହିଥିଲେ। କିନ୍ତୁ ରାଗ ପଞ୍ଚମକୁ ଚଢ଼ି ଯାଇଥିବା ଯଦୁମଣି ସବୁ ସମ୍ପର୍କକୁ ଭୁଲି ଯାଇ ପୁଅର ଛାତିକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। ଆଉ ସେହିଠ‌ାରେ ହିଁ ଶିବର ପ୍ରାଣବାୟୁ ଉଡ଼ି ଯାଇଥିଲା। ଖବର ପାଇ ବାରଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖୋଖା, ରକ୍ତ ନମୁନା ଜବତ କରିବା ସହ ଏ ସଂକ୍ରାନ୍ତରେ ଏକ ହତ୍ୟା ମାମଲା ରୁଜୁ କରିଛି। ଯଦୁମଣିକୁ ଧରିବା ପାଇଁ ପୁଲିସର ଏକ ଟିମ୍ ଚଢ଼ଉ ଜାରି ରଖିଛି। ଆସନ୍ତାକାଲି ଶିବର ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe