ଚିତ୍ରରେ ଚିତ୍ରରେ ଜାତିର ଜନକ

Advertisment
ଚିତ୍ରରେ ଚିତ୍ରରେ ଜାତିର ଜନକ

ଭୁବନେଶ୍ୱର: ସୁଭଦ୍ରା ଆର୍ଟ ଗ୍ୟାଲେରି ପକ୍ଷରୁ ଗ୍ୟାଲେରି ପରିସରରେ ଆୟୋଜିତ ହୋଇଛି ଚିତ୍ରକଳା ପ୍ରଦର୍ଶନୀ ‘ଦି ଗାନ୍ଧୀ’। ଗାନ୍ଧୀଙ୍କ ତିରୋଧାନ ଦିବସରେ ଆୟୋଜିତ ଏହି ପ୍ରଦର୍ଶନୀରେ ୬୦ ଜଣ ଶିଳ୍ପୀଙ୍କ ଚିତ୍ର ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ଗାନ୍ଧିଜୀଙ୍କ ଖଦି ପରିଧାନ ନେଇ ସଚେତନତା ବାର୍ତା ଦିଆଯାଇଥିଲା। ଖ୍ୟାତନାମା ଚିତ୍ରଶିଳ୍ପୀ ବଳଦେବ ମହାରଥା, ରବିନାରାୟଣ ରଥ, ଅନୁପ ଚାନ୍ଦ, ଆଶିଷ ପାଣ୍ଡେ, ଜ୍ଞାନେଶ ମିଶ୍ର, ଚନ୍ଦ୍ରମଣି ବିଶ୍ୱାଳ, ମାନସ ଜେନା, ବିନୋଦିନୀ ବେହେରାଙ୍କ ଭଳି କଳାକାର ସାମିଲ୍‌ ହୋଇଥିଲା। ଶିଳ୍ପୀ ଶ୍ରୀ ରଥଙ୍କ ଦ୍ୱାରା ପ୍ରସ୍ତୁତ ଗାନ୍ଧୀଙ୍କ ପ୍ରତିମୂର୍ତିକୁ ଚିତ୍ରପ୍ରେମୀ ବେଶ୍‌ ପସନ୍ଦ କରିଛନ୍ତି। ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ, ଓଡ଼ିଶା ଖଦି ଓ ଗ୍ରାମଦ୍ୟୋଗ ବୋର୍ଡର ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସମାଜସେବୀ ମଧୁସୂଦନ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଦର୍ଶନୀ ଲୋକାର୍ପିତ ହୋଇଥିଲା। ଶେଷରେ ଗ୍ୟାଲେରିରର ମୁଖ୍ୟ ଇଂ ସୂର୍ଯ୍ୟ ରଥ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe