୫ ହଜାର ଟଙ୍କାରେ ଦୁଇପୁଅକୁ ବିକ୍ରି କରିଛି ବାପା, ଅଭିଯୋଗ କଲେ ମା’

୫ ହଜାର ଟଙ୍କାରେ ଦୁଇପୁଅକୁ ବିକ୍ରି କରିଛି ବାପା, ଅଭିଯୋଗ କଲେ ମା’

indiatimes.com

ଭୁବନେଶ୍ବର: ୫ ହଜାର ଟଙ୍କାରେ ଛୁଆକୁ ବିକ୍ରି କରିଛି ବାପା। ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଛୁଆଙ୍କର ମା। ଭୁବନେଶ୍ବରର ଛୁଆ ବିକ୍ରି ହେଲା ଭଦ୍ରକ ଧାମନଗରରେ। ଭୁବନେଶ୍ବର ଚନ୍ଦ୍ରଶେଖରପୁର ଇଶାନେଶ୍ଵର ବସ୍ତିର ଶେଖ ମୁସିବୁଲ ଦୁଇ ପୁଅ ଶେଖ ମୁସ୍ତାକ ଓ ଶେଖ ରୋହିତଙ୍କୁ ଧାମନଗରରେ ଜଣଙ୍କୁ ବିକ୍ରି କରିଦେଇଥିବା ଛୁଆଙ୍କ ମା ରୋଜି ରାଓ ଅଭିଯୋଗ କରିଛନ୍ତି। ବଡ ପୁଅ ଧାମନଗରରେ ଜଣଙ୍କ ଘରେ ଥିବା ଜାଣିବା ପରେ ସେଠି ପହଞ୍ଚି ପୁଅକୁ ଭେଟିଥିଲେ। କିନ୍ତୁ ଛୁଆ ବିକ୍ରି ସରିଛି, ଆଉ ଦେଇହେବ ନାହିଁ କହି ଫେରାଇଦେଲେ କ୍ରେତା।

ପରବର୍ତ୍ତୀ ସମୟରେ ପୁଲିସ ସାହାଯ୍ୟରେ ସେହି ଘରେ ପହଞ୍ଚିଲାବେଳକୁ ରୋଜା ପାଇନଥିଲେ ତାଙ୍କ ପୁଅକୁ। ସାନ ପୁଅ ବି କୁଆଡେ ଯାଇଛି ସେ ଖବର କାହାରି ପାଖରେ ନାହିଁ। ଭୁବନେଶ୍ବର ଚାଇଲ୍ଡ ଲାଇନ ଇଶାନେଶ୍ଵର ବସ୍ତିରେ ଅଭିଯୋଗକାରୀ ମାଙ୍କ ସହ ଘଟଣା ସମ୍ପର୍କରେ ବୁଝିଛନ୍ତି। ଛୁଆ ବିକ୍ରି ଘଟଣାରେ ଚନ୍ଦ୍ରଶେଖରପୁର ଥାନାରେ ସ୍ବାମୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି ରୋଜି ରାଓ। ତେବେ ଏହା ପଛରେ ଶିଶୁ ଚାଲାଣ ରାକେଟ କାମ କରୁଥିବା ଚାଇଲ୍ଡ ଲାଇନ ସନ୍ଦେହ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe