ମୋବାଇଲ୍‌ ଚୋରି ଅଭିଯୋଗରେ ବାପା,ପୁଅ ଗିରଫ

Advertisment
ମୋବାଇଲ୍‌ ଚୋରି ଅଭିଯୋଗରେ ବାପା,ପୁଅ ଗିରଫ

ଭୁବନେଶ୍ବର : ବସ୍ତିରେ ଚୋରା ମୋବାଇଲ୍‌ ବିକିବାକୁ ଆସି ବାପା ଓ ପୁଅ ପୁଲିସ ହାବୁଡ଼ରେ ପଡ଼ିଛନ୍ତି। ସେମାନେ ହେଲେ ଓଗାଳପଡ଼ା ଅଞ୍ଚଳର ଅଶୋକ ଦାସ ଓ ପୁଅ ଆଶୁତୋଷ ଦାସ। ଖବର ଅନୁଯାୟୀ, ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ଭରତପୁରସ୍ଥିତ ନାକା ଗେଟ୍ ପାଖରେ ଏହି ଦୁଇ ଜଣ କିଛି ବସ୍ତି ବାସିନ୍ଦାଙ୍କୁ ମୋବାଇଲ୍ ବିକିବା ପାଇଁ ମୂଲଚାଲ କରୁଥିଲେ। ଖବର ପାଇ ଭରତପୁର ଥାନା ପୁଲିସ ଉଭୟଙ୍କୁ ଥାନାକୁ ଉଠାଇନେଇ ପଚରାଉଚରା କରିବା ପରେ ସେମାନଙ୍କଠାରୁ ୫ଟି ଚୋରା ମୋବାଇଲ୍‌ ଜବତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe