ଆଶ୍ରୟସ୍ଥଳୀରେ ପିତୃ ଦିବସ

Advertisment
ଆଶ୍ରୟସ୍ଥଳୀରେ ପିତୃ ଦିବସ

ଭୁବନେଶ୍ବର: ପିତୃତ୍ବର ଉପଲବ୍ଧି ସତ୍ତ୍ବେ ସେମାନେ ଆଜି ନିରାଶ୍ରିତ। ସନ୍ତାନ ସନ୍ତତି ଥାଇ ବି ଆଜି ସେମାନେ ତାଙ୍କ ପାଇଁ ସାତପର। ମାତ୍ର ସେମାନଙ୍କୁ ଏ ଅଭାବବୋଧରୁ ଦୂରେଇ ରଖି ତାଙ୍କ ପିତୃତ୍ବର ମୂଲ୍ୟାୟନ ସ୍ବରୂପ ନିରାଶ୍ରିତ ପିତାମାନଙ୍କୁ ନେଇ ଅନୁଷ୍ଠିତ ହୋଇଛି ପିତୃ ଦିବସ। ଓଡ଼ିଶା ପତିତା ଉଦ୍ଧାର ସମିତି ପକ୍ଷରୁ ଗଙ୍ଗନଗରସ୍ଥିତ ବାସହୀନଙ୍କ ଆଶ୍ରୟସ୍ଥଳୀରେ କେକ୍‌ କାଟି ଏହି ଦିବସକୁ ନିଆରା ଭାବେ ପାଳନ କରାଯାଇଛି। ଏହି ଅବସରରେ ନିରାଶ୍ରିତ ବୃଦ୍ଧମାନେ କେକ୍‌ କାଟି ପରସ୍ପରକୁ ଖୁଆଇବା ସହ ପିତୃ ଦିବସ ପାଳିଥିଲେ। ଦିବସ ସମ୍ପର୍କରେ ସେମାନେ ସଚେତନ ନଥିଲେ ହେଁ ସେମାନଙ୍କ ନିକଟରେ ଆଜି ଏହି ଦିବସର ମହତ୍ତ୍ବକୁ ମନେ ପକେଇ ଦେବା ପାଇଁ ସତସଙ୍ଗ ସହ ଭୋଜିଭାତ ଆୟୋଜନ କରାଯାଇଥିଲା। ‘ସାୱନ କ୍ରିପାଳ ରୁହାନି ମିସନ୍‌’ ପକ୍ଷରୁ ଏକ ସତସଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପରେ ଭୋଜିଭାତର ଆସର ଜମିଥିଲା। ସେମାନଙ୍କ ପିଲାମାନେ ତାଙ୍କୁ ପର କରିଦେଇଥିଲେ ହେଁ ଆଶ୍ରୟସ୍ଥଳୀରେ ମୁଣ୍ଡ ଗୁଞ୍ଜିବା ପରେ ସେମାନେ ଏଠି ନିଜର ପିତୃତ୍ବକୁ ଉପଲବ୍ଧି କରିବାକୁ ସ‌ୁଯୋଗ ପାଇଛନ୍ତି। ଏଠି ଗୋଟେ ନୂଆ ପରିବାର ପାଇଛନ୍ତି। ତାଙ୍କ ମନରୁ ନିରାଶ୍ରିତର ବୋଝ ହଟେଇବା ପାଇଁ ଏଇଭଳି କାର୍ଯ୍ୟକ୍ରମ ଆୟୋଜନ ଆମର ଲକ୍ଷ୍ୟ ବୋଲି ପତିତା ଉଦ୍ଧାର ସମିତିର ସମ୍ପାଦିକା ଆଭାରାଣୀ ଚୌଧୁରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe