ରାଜଧାନୀରେ ସଟ୍‌ଡାଉନ୍‌ ଭୟ

Advertisment

ଏବେ ରାଜଧାନୀରେ ପୂରା ସଟ୍‌ଡାଉନ୍ ସ୍ଥିତି ନାହିଁ: ବିଏମ୍‌ସି କମିସନର

ଏବେ ରାଜଧାନୀରେ ପୂରା ସଟ୍‌ଡାଉନ୍ ସ୍ଥିତି ନାହିଁ: ବିଏମ୍‌ସି କମିସନର

ରାଜଧାନୀରେ ସଟ୍‌ଡାଉନ୍‌ ଭୟ

ଭୁବନେଶ୍ବର : ରାଜଧାନୀରେ ଆଜିଠାରୁ ପୁଣି ସଟ୍‌ଡାଉନ୍‌ ହୋଇଯିବ ବୋଲି ସକାଳୁ ଜୋରଦାର ଗୁଜବ ହୋଇଥିଲା। ଫଳରେ ରାଜଧାନୀରେ ସବୁ ହାଟ, ବଜାରରେ ଅସମ୍ଭାଳ ଭିଡ଼ ହୋଇଯାଇଥିଲା। ଏପରିକି ଜନପଥରେ ଲୋକ ଗାଡ଼ି ଚଳାଇବା କଷ୍ଟକର ହୋଇପଡ଼ିଥିଲା। ୟୁନିଟ୍‌-୧, ୟୁନିଟ-୨, ବାପୁଜୀନଗରରେ ସ୍ଥିତି ଅଣାୟତ୍ତ ହୋଇଯାଇଥିଲା। ସଟ୍‌ଡାଉନ୍ ହୋଇଗଲେ, ଦୋକାନ ବଜାର ବନ୍ଦ ହୋଇଯିବାର ଭୟ ଲୋକଙ୍କୁ ଘାରିଥିବାରୁ ଲୋକମାନେ ବସ୍ତାରେ ସଉଦା, ପରିବା ବୋଝେଇ କରି ନେଇଯାଉଥିବା ଦେଖିବାକୁ ମିଳିଥିଲା। ଆଜି ଦିନତମାମ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଥିଲା, କେତେବେଳେ ସଟ୍‌ଡାଉନ୍ ଘୋଷଣା ହେବ

publive-image

ଶନିବାର କଟକ ମହାନଗର ନିଗମ କର୍ତ୍ତୃପକ୍ଷ ଆସନ୍ତା ୮ ତାରିଖ ଯାଏ ହଠାତ୍‌ ସଟ୍‌ଡାଉନ୍ ଘୋଷଣା କରିଦେଲେ। ଯଦିଓ ସଉଦା, ପରିବା ଓ ଔଷଧ ଦୋକାନ ସମେତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ବୋଲି ଘୋଷଣା କରିଥିଲେ କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷ କାଳେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବେ, ସେ ଭୟ ଲୋକଙ୍କୁ ଘାରିଥିଲା। ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲି ଥିବାରୁ ଲୋକଙ୍କ ଆଶଙ୍କା ବି ସ୍ବାଭାବିକ ଥିଲା। ତେଣୁ ସମସ୍ତେ ସଟ୍‌ଡାଉନ୍ ସମୟରେ ଯେପରି ହଇରାଣ ନ ହେବେ, ସେ ବ୍ୟବସ୍ଥା କରିବାରେ ଆଜି ଦିନତମାମ ଲାଗି ପଡ଼ିଥିଲେ। ଏମିତିରେ ବି ଆଜି ଦୁଇଦିନିଆ ସଟ୍‌ଡାଉନ୍‌ ପରେ ଦୋକାନ ବଜାର ଖୋଲିଥିବାରୁ କିଛି ଲୋକ ଆବଶ୍ୟକ ସାମଗ୍ରୀ କିଣିବାକୁ ଦୋକାନକୁ ଆସିଥିଲେ। ତେଣୁ ଭିଡ଼ ଅସମ୍ଭାଳ ହୋଇଯାଇଥିଲା।

ଆଜି ଦିନତମାମ ରାଜଧାନୀବାସୀ ସଟ୍‌ଡାଉନ୍‌ରେ ଚଳିବା ପା‌ଇଁ ପ୍ରସ୍ତୁତିରେ ଲାଗିଥିବା ବେଳେ ବିଏମ୍‌ସି କମିସନର ପ୍ରେମ ଚନ୍ଦ୍ର ଚୌଧରୀ ଅପରାହ୍‌ଣରେ କହିଥିଲେ ଯେ ଏବେ ରାଜଧାନୀରେ ପୂରା ସଟ୍‌ଡାଉନ୍‌ ହେବାର ନାହିଁ। ଯେମିତି ସପ୍ତାହକୁ ଦୁଇଦିନ ହେଉଛି, ତାହା ହେବ। କମିସନର କହିଥିଲେ ଯେ ମୋ ନଜରରେ ରାଜଧାନୀରେ ବର୍ତ୍ତମାନ ଯାହା ସ୍ଥିତି ଅଛି, ସେଥିରେ ପୂରା ସଟ୍‌ଡାଉନ୍ ଆବଶ୍ୟକ ନାହିଁ। ଆଗକୁ ଯଦି ସ୍ଥିତିରେ ପରିବର୍ତ୍ତନ ହୁଏ ତେବେ କିଛି ନିଷ୍ପତ୍ତି ନିଆଯାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe