ସ୍ବାସ୍ଥ୍ୟକର୍ମୀଙ୍କ ‘ଟିକା’ ଭୟ ଦୂର ହେଉନି

Advertisment

ଅନିଚ୍ଛୁକ ସ୍ବାସ୍ଥ୍ୟକର୍ମୀଙ୍କୁ ପରେ ମାଗଣା ଟିକା ମିଳିବନି

ଅନିଚ୍ଛୁକ ସ୍ବାସ୍ଥ୍ୟକର୍ମୀଙ୍କୁ ପରେ ମାଗଣା ଟିକା ମିଳିବନି

ଜଟିଳ ହେଉଛି ଟିକା ଅଭାବ, ବନ୍ଦ ହେଲାଣି ୭ଶହ ଟିକାକରଣ କେନ୍ଦ୍ର

ଭୁବନେଶ୍ବର : ଦୁଇ ଦିନ ହେଲା ରାଜ୍ୟରେ ଟିକାକରଣ ଚାଲିଥିବା ସତ୍ତ୍ବେ ଏବେ ବି ଟିକାକୁ ନେଇ ‌କିଛି ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଛି। ନିଜ ନାମ ଗୋପନ ରଖିବା ସର୍ତ୍ତରେ କିଛି ସ୍ବାସ୍ଥ୍ୟକର୍ମୀ କହିଛନ୍ତି ଯେ ଯଦିଓ ସେମାନଙ୍କୁ ଟିକା ନେବା ପାଇଁ ମେସେଜ୍ ଆସିଛି ମାତ୍ର ସେମାନେ ନେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର କିଭଳି ସେମାନଙ୍କ ମନରୁ ଭୟ ଦୂର କରିବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅବସରପ୍ରାପ୍ତ ଚିକିତ୍ସକ ଡା.କ୍ଷୀରୋଦ କୁମାର ରାଉତ କହିଛନ୍ତି, ସ୍ବାସ୍ଥ୍ୟକର୍ମୀ/ଲୋକମାନଙ୍କ ମନରୁ ଭୟଟି କିଭଳି ଦୂର ହୋଇପାରି ତାହା ନେଇ ବିଶେଷ ଉଦ୍ୟମ କରାଯାଇ ନାହିଁ। ଆଇଇସି ଓ ଗଣମାଧ୍ୟମ ଜରିଆରେ ଯେଉଁଭଳି ଭାବେ ସଚେତନ କରାଯିବା କଥା ତାହା ହୋଇପାରି ନାହିଁ। ତେବେ ସବୁଠାରୁ ବଡ଼ କଥା ହେଲା, ଏହି ଦୁଇ ଦିନ ଭିତରେ ଟିକା ନେଇଥିବା କୌଣସି ସ୍ବାସ୍ଥ୍ୟକର୍ମୀଙ୍କଠାରେ ଆନଫାଇଲେକ୍ସିସ୍ (ଗୁରୁତର ଆଲର୍ଜି) ଦେଖିବାକୁ ମିଳିନାହିଁ। ଯେ କୌଣସି ଟିକା ଏହା ହୋଇପାରେ। ମାତ୍ର ରାଜ୍ୟରେ ଦିଆ ଯାଉଥିବା ଦୁଇଟି ଟିକାରେ ଏଭଳି କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯିବାର ଆଶଙ୍କା କମ୍। ଏହାସହ ୫/୬ଦିନ ପରେ ମଧ୍ୟ କିଛି ପାର୍ଶ୍ବ ପ୍ରତିକ୍ରିୟା ଦେଖା ଦେଇପାରେ। ମାତ୍ର ଏହାର ଏ ଯ‌ାଏଁ ଆସିନାହିଁ। ତେଣୁ ଏସବୁ ଠିକ୍ ଭାବେ ନିରୀକ୍ଷଣ କରାଯିବାର ଆବଶ୍ୟକତା ରହିଛି ବୋଲି ଡା.ରାଉତ କହିଛନ୍ତି।

ରାଜ୍ୟ ଟିକାକରଣ ମୁଖ୍ୟ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ଯେହେତୁ ଆଜି ୯୫ ପ୍ରତିଶତ ଟିକାଦାନ ହୋଇଛି ତେଣୁ ସ୍ବାସ୍ଥ୍ୟକର୍ମୀମାନେ ଟିକା ନେବା ପାଇଁ ଆସୁଥିବା ଏଥିରୁ ସ୍ପଷ୍ଟ ହେଉଛି। ହୁଏତ କିଛି ସ୍ବାସ୍ଥ୍ୟକର୍ମୀ ଏଭଳି ଆଶଙ୍କା କରି ଗଣମାଧ୍ୟମ ଆଗରେ କହିଥାଇ ପାରନ୍ତି ବୋଲି ଡା.ପାଣିଗ୍ରାହୀ କହିଛନ୍ତି। ଅନ୍ୟପକ୍ଷରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକଥା ସ୍ପଷ୍ଟ କରି ଦିଆଯାଇଛି ଯେ ଏବେ ଯେଉଁ ସ୍ବାସ୍ଥ୍ୟକର୍ମୀମାନେ ବିଭିନ୍ନ କାରଣରୁ ଟିକା ନେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି, ପରବର୍ତ୍ତୀ ସମୟରେ ସେମାନଙ୍କୁ ଆଉ ମାଗଣା କୋଭିଡ୍‌ ଟିକା ଦିଆଯିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe