ଓଲଡ୍‌ ଟାଉନ୍‌ ଗୌରୀନଗରରେ ପକୁଡ଼ି ଛାଣୁ ଥିବା ଫେଲୁ ମଉସାଙ୍କ ଉପରେ ବି କରୋନା ମାଡ

Advertisment
ଓଲଡ୍‌ ଟାଉନ୍‌ ଗୌରୀନଗରରେ ପକୁଡ଼ି ଛାଣୁ ଥିବା ଫେଲୁ ମଉସାଙ୍କ ଉପରେ ବି କରୋନା ମାଡ

ଭୁବନେଶ୍ୱର: ଫେଲୁ ମଉସା ! ଭୁବନେଶ୍ୱରର ଏକ ଚିହ୍ନା ନାଁ । କଟକର ରଘୁ ଦହିବରା ପରି ଭୁବନେଶ୍ୱରରେ ଫେଲୁ ମଉସାଙ୍କ ପକୁଡିର ରହିଛି ବେସ୍‌ ପ୍ରସିଦ୍ଧି । ରାଜଧାନୀବାସୀ କିଛି ଜାଣନ୍ତୁ କି ନଜାଣନ୍ତୁ କିନ୍ତୁ ଫେଲୁ ମଉସା ପକୁଡି ସହ ଭାରି ପରିଚିତ । ବିଭିନ୍ନ ପରିବା ସହ ଶାଗରେ ମିଶାଇ ପକୁଡି ଛାଣୁଥିବାରୁ ତାଙ୍କ ହାତ ତିଆରି ପକୁଡି ଖାଇବାକୁ ଓଲଡ୍‌ ଟାଉନ୍‌ ଗୌରୀନଗରର ଏହି ଗଛମୂଳେ ଲାଗେ ଲୋକଙ୍କ ଲମ୍ବା ଲାଇନ। ଆଉ ବେଳ ବୁଡିବା ପରେ ପାଟିର ଭୋକକୁ ମାରିବାକୁ ହାଜର ହୋଇଯାଆନ୍ତି ଶହ ଶହ ଲୋକ।

କରୋନା ପୂର୍ବରୁ ଫେଲୁ ମଉସା ଭଲ ଦୁଇ ପଇସା ରୋଜଗାର କରୁଥିଲେ । ସ୍ୱାଦିଷ୍ଟ ପକୁଡି, ମେଳାପୀ ପ୍ରକୃତି ପାଇଁ ଲୋକେ ଆପେ ଆପେ ତାଙ୍କ ପାଖକୁ ଆସନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣ ଯଦି ତାଙ୍କ ଦୋକାନକୁ ଯିବେ ତାହାଲେ ସେ ପ୍ରଥମେ ପକୁଡି ଚାଖିବାକୁ ହାତରେ ଦେବେ ଆଉ କହିବେ ଯଦି ଭଲ ଲାଗିବ ନେବ।

ଏବେ କରୋନା ମହାମାରୀ ପାଇଁ ଲକଡାଉନ, ସଟଡାଉନ ଜାରି ରହିଥିବା ହେତୁ ଫେଲୁ ମଉସାଙ୍କ ବେପାର ହେଉ ନଥିବାରୁ ଦିନକୁ ୧୦୦ ଟଙ୍କା ବି ହେବା ମୁସ୍କିଲ ହୋଇପଡ଼ୁଛି। ଦିନେ ଯେଉଁ ଦୋକନରୁ ଦୁଇ ହଜାର ଟଙ୍କା ରୋଜଗାର ହୁଏ ସେଠୁ ଏତେ କମ୍‌ ଟଙ୍କା ଆସୁଥିବାରୁ ଦିନେ ଦିନେ ଉପାସରେ ଶୋଇ ପଡନ୍ତି ଫେଲୁ ମଉସା ଓ ତାଙ୍କ ପରିବାର । ତେବେ ମହାମାରୀ ମାଡରେ ଭାଙ୍ଗି ନଯାଇ ମୁହଁରେ ମେଞ୍ଚାଏ ହସ ନେଇ ପୁଣି ପକୁଡି ଛାଣି ପରିବାର ପୋଷିବାକୁ ପଦାକୁ ଓହ୍ଲାଇଛନ୍ତି ଫେଲୁ । ଆଉ ହସି ହସି, ଜୀବନ ମୃତ୍ୟୁ କଥା କହି କହି ଲୋକଙ୍କୁ ପକୁଡି ଖୁଆଇ ଆସୁଛନ୍ତି ସେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe