image source--long island press
ବାଲିଅନ୍ତା : ବାଲିଅନ୍ତା ପଞ୍ଚାୟତ ସରପଞ୍ଚ ଓ ତାଙ୍କ ସ୍ବାମୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତ ଦୁଇ ଦିନ ପୂର୍ବେ ତିରଣପଦା ଗ୍ରାମରେ ଅନୁଷ୍ଠିତ ହୋଇଥିବା କୋଭିଡ୍ ପରୀକ୍ଷା କେନ୍ଦ୍ରରେ ସେମାନେ ସ୍ବାବ୍ ପରୀକ୍ଷା କରାଇଥିଲେ। ଆଜି ସେମାନଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ତେବେ ସେମାନେ ସୁସ୍ଥ ଥିବାରୁ ଏବେ ଗୃହ ସଂଗରୋଧରେ ରହିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅଧିକାଂଶ ଜନ ପ୍ରତିନିଧି ପଜିଟିଭ୍ ଚିହ୍ନଟ ଭୟରେ ନିଜ ପଞ୍ଚାୟତରେ ଅନୁଷ୍ଠିତ ହେଉଥିବା ପରୀକ୍ଷା କେନ୍ଦ୍ରରେ କୋଭିଡ୍ ପରୀକ୍ଷା କରିବାକୁ ଭୟ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି।
Follow Us