ବାଲିଅନ୍ତା: ବାଲିଅନ୍ତା ବ୍ଲକ୍‌ ହୀରାପୁରସ୍ଥିତ ଚଉଷଠୀ ଯୋଗିନୀ ପୀଠରେ ଏକତ୍ରିତ ହେବେ ଦେଶର ବିଭିନ୍ନ ଅଞ୍ଚଳରୁ ସାଂସ୍କୃତିକ ଦଳ। ନାଚ, ଗୀତ ଓ ସଭାସମିତିକୁ ନେଇ ଏହି ପୀଠ ତିନି ଦିନ ଧରି ବେଶ୍‌ ଚଳଚଞ୍ଚଳ ରହିବ। ଚଳିତ ମାସ ୨୩ରୁ ଆରମ୍ଭ ହେବାକୁ ଥିବା ଉନବିଂଶତିତମ ଆନ୍ତର୍ଜାତୀୟ ଚଉଷଠୀ ଯୋଗିନୀ ମହୋତ୍ସବ ଅବସରରେ ଏହି ପୀଠରେ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ ପ୍ରବଳ ଜନସମାଗମ ହେବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ୨୫ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପୀ ଏହି ମହୋତ୍ସବ ଚାଲିବ। 

Advertisment

୨୩ ତାରିଖ ମହୋତ୍ସବ ଆରମ୍ଭ ହେବାକୁ ଥିବାବେଳେ ସେଦିନ ସନ୍ଧ୍ୟାରେ କଳାମଣ୍ଡପରେ ‘ନୃତ୍ୟ ପ୍ରତିଭା’ ଅନୁଷ୍ଠାନର ଆଦ୍ୟାଶା ଦାଶ ଓଡ଼ିଶୀ ସଙ୍ଗୀତ ପରିବେଷଣ କରିବେ।  ଛାତ୍ରଛାତ୍ରୀମାନେ ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ। କୋଲକାତା ଓ ମଣିପୁରର ସାଂସ୍କୃତିକ ଦଳ ନୃତ୍ୟ ପରିବେଷଣ କରିବେ। ପୁରୀର ସନାତନ ନାୟକଙ୍କ ଦଳ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିବେ। ୨୪ ତାରିଖରେ ସତ୍ୟବାନ ସେଠୀ ତାଳବାଦ୍ୟ ଓ ସୋନାଲି ମହାପାତ୍ର ଓ ସାଥୀ ଶିଳ୍ପୀ ଦଳଗତ ଓଡ଼ିଶୀ ଓ ଲୋକନୃତ୍ୟ ପରିବେଷଣ କରିବେ। ୨୫ ତାରିଖରେ ପଦ୍ମଶ୍ରୀ ଇଲିଆନା ସୀତାରିଷ୍ଟଙ୍କ ଏକକ ଓଡ଼ିଣୀ ନୃତ୍ୟ ସହ ଗୁରୁ ପ୍ରଭାତ ସ୍ବାଇଁ ଓ ସାଥୀ ଶିଳ୍ପୀ ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ।

Horoscope 2025 December 20: ଜାଣନ୍ତୁ ଆଜିର ରାଶିଫଳ

୨୩ରୁ ଉନବିଂଶତିତମ ଚଉଷଠୀ ଯୋଗିନୀ ମହୋତ୍ସବ
ପାଳିତ ହେବ ଅଟଳବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ

ଅନ୍ତିମ ପର୍ଯ୍ୟାୟରେ ‘ଶତାବ୍ଦୀ’ର କଳାକାରମାନେ ବାଜପେୟୀଙ୍କ ଜୀବନୀ ଆଧାରିତ ନାଟକ ପରିବେଷଣ କରିବେ ବୋଲି ଜଣାଯାଇଛି। ୨୫ ତାରିଖ ଉତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ସାଂସ୍କୃତିକ କଳାମଣ୍ଡପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ବର୍ଗତ ଅଟଳବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ପାଳନ କରାଯିବ। ଏହି ଅବସରରେ ଧୀରେନ୍ଦ୍ରନାଥ ମଲ୍ଲିକଙ୍କ ନିର୍ଦ୍ଦେଶନାରେ ‘ଶତାବ୍ଦୀ’ର କଳାକାରମାନେ ପାଜପେୟୀଙ୍କ ଜୀବନୀ ଉପରେ ଏକ ନାଟକ ପରିବେଷଣ କରିବେ। ଏନେଇ ଆଜି ମହାମାୟା ଅତିଥି ଭବନ ସଭାକକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମହୋତ୍ସବ କମିଟିର ଅଧ୍ୟକ୍ଷ ଡ. ଅରବିନ୍ଦ ଢାଲି, ନୃତ୍ୟପ୍ରତିଭା ସଂପାଦିକା ପ୍ରତିଭା ପଣ୍ଡା, ସଭାପତି ଡ. ରଜନୀ ରଞ୍ଜନ ଦାଶ, ଉପସଭାପତି ବଙ୍କିମ ଜନ୍ଦ୍ର ନାୟକ, ସ୍ଥାନୀୟ ସରପଞ୍ଚ ରମାଲତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

UAE Floods: ଅବିଶ୍ରାନ୍ତ ବର୍ଷା ପରେ ୟୁଏଇରେ ବନ୍ୟା ପରିସ୍ଥିତି: ବୁଡ଼ିଲା ରାସ୍ତା, ବିମାନ ବାତିଲ, ଜଳବନ୍ଦୀ ଜୀବନ…