ଭୁବନେଶ୍ୱର: ଫ୍ୟୁଚର୍ ମେକର୍ର ମୁଖ୍ୟ ପରିଚାଳନା ନିର୍ଦେଶକ ରାଧେଶ୍ୟାମ ଓ ଶ୍ରୀକାନ୍ତ ସାହୁ ଗ୍ରୁପ୍ର ମୁଖ୍ୟ ଶ୍ରୀକାନ୍ତ ଚନ୍ଦ୍ର ସାହୁଙ୍କ ପୁତ୍ର ପୃଥ୍ଵୀ ସାହୁଙ୍କ ଜନ୍ମଦିବସ ପାଳନ ଅବସରରେ ଆଇଆର୍ସି ଭିଲେଜ୍ ସ୍ଥିତ ଫ୍ୟୁଚର୍ କାର୍ଯ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ୩୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଆୟୋଜିତ ଏହି ଶିବିରକୁ କର୍ପୋରେଟର୍ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଓ ଅଶୋକ ରାଜ୍ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଶ୍ରୀକାନ୍ତ ଚନ୍ଦ୍ର ସାହୁ ଶିବିର ପରିଚାଳନା କରିଥିଲେ। ଅଶୋକ ରାଜ୍, ବିନୋଦ କୁମାର ସାହୁ, ନାରାୟଣ ପ୍ରଧାନ, ଦୀପକ କୁମାର ଦାସ, ଚିତ୍ତରଂଜନ ଶତପଥୀ, ସୁଶୀଳା ମିଶ୍ର, ଅମିତ କୁନାଲ, ରଂଜନ ରାଉତ ଓ ଏସ୍କେ କଲିମ୍ ସହଯୋଗ କରିଥିଲେ। ଅନୁଷ୍ଠାନର ସଦସ୍ୟ ସଦସ୍ୟା ଓ ସହକର୍ମୀ ତଥା ଅନ୍ୟ ସ୍ୱେଚ୍ଛାରକ୍ତଦାତାମାନେ ଏହି ଶିବିରରେ ରକ୍ତଦାନ କରିଥିଲେ। ମୁନିସିପାଲିଟି ରକ୍ତଭଣ୍ଡାରର ସହକର୍ମୀମାନେ ଏହି ଶିବିରରୁ ରକ୍ତସଂଗ୍ରହ କରିଥିଲେ। ‘ଆମ ଓଡ଼ିଶା’ କର୍ମକର୍ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିବିର ଅନୁଷ୍ଠିତ ହୋଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us