କାଳବୈଶାଖୀ ପ୍ରଭାବିତ ଅଞ୍ଚଳ ବୁଲିଲେ ଅର୍ଥମନ୍ତ୍ରୀ

Advertisment

ତୁରନ୍ତ ରିପୋର୍ଟ ପ୍ରସ୍ତୁତ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ

ତୁରନ୍ତ ରିପୋର୍ଟ ପ୍ରସ୍ତୁତ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ

କାଳବୈଶାଖୀ ପ୍ରଭାବିତ ଅଞ୍ଚଳ ବୁଲିଲେ ଅର୍ଥମନ୍ତ୍ରୀ

ବାଲିପାଟଣା: ବାଲିପାଟଣା ବ୍ଲକରେ ଗତକାଲି କାଳବୈଶାଖୀ ଦ୍ୱାରା ପ୍ରଭାବିତ ହୋଇଥିବା ଅଞ୍ଚଳକୁ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଆଜି ବୁଲି ଦେଖିଛନ୍ତି। ଏଥିସହ କ୍ଷତିଗ୍ରସ୍ତ ଲୋକଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ମନ୍ତ୍ରୀ ମଧ୍ୟାହ୍ନରେ ସରାଟ ମୌଜାର ମାନସ ମଲ୍ଲିକଙ୍କ କୁକୁଡ଼ା ଫାର୍ମରେ ପହଞ୍ଚିଥିଲେ। ଗତକାଲି ଭୟଙ୍କର ପବନରେ ମାଟିରେ ମିଶିଥିବା ଫାର୍ମଟି ଦେଖିବା ସହ ମାନସଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଏଥିସହ କାଳବୈଶାଖୀରେ ମୃତ ଗୃହପାଳିତ ପଶୁ ଓ ବିଭିନ୍ନ ଗ୍ରାମରେ ହୋଇଥିବା କ୍ଷୟକ୍ଷତି ସଂପର୍କରେ ଟିକିନିଖି ତଥ୍ୟ ବୁଝିଥିଲେ। ପ୍ରଶାସନକୁ ତୁରନ୍ତ ରିପୋର୍ଟ ପ୍ରସ୍ତୁତ କରି ଦେବାକୁ ମନ୍ତ୍ରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀଙ୍କ ସହ ବିଜେଡି ବ୍ଲକ ସଭାପତି ପ୍ରତାପ ନାୟକ, ଅଶୋକ କୁମାର ରାଉତରାୟ, ବିଶ୍ୱରଞ୍ଜନ ମହାନ୍ତି, ମୁକୁନ୍ଦ ପଣ୍ଡା, କାବୁଲା ପାଣିଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ। ଦୁଇଦିନ ହେଲା ହଜାର ହଜାର ଲୋକ ଅନ୍ଧାରରେ ବାଲିପାଟଣା ବ୍ଲକର ନରଦା ବିଦ୍ୟୁତ୍‌ ଫିଡ଼ର ଅଧୀନରେ ଥିବା ହଜାର ହଜାର ବିଦ୍ୟୁତ୍‌ ଉପଭୋକ୍ତା ଗତକାଲି କାଳବୈଶାଖୀ ପରଠାରୁ ଅନ୍ଧାରରେ ରହିଛନ୍ତି। ପ୍ରାୟ ୩୦ ଘଣ୍ଟା ବିତିବାକୁ ବସିଥିଲେ ବି ଲାଇନ୍‌ ନପାଇ ଲୋକମାନେ ପ୍ରଚଣ୍ଡ ଗୁଳୁଗୁଳୁରେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଏହି ଫିଡ଼ର ଅଧିନରେ ପ୍ରାୟ ୨୦ଟି ଖୁଣ୍ଟି ଭାଙ୍ଗିବା ସହ ବହୁ ସ୍ଥାନରେ ତାରରେ ଗଛପଡ଼ି ବିଦ୍ୟୁତ୍‌ ଯୋଗାଣ ଗତକାଲିଠାରୁ ଠପ୍‌ ରିହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe