ବାଳିକାମାନଙ୍କର ଦକ୍ଷତା ବିକାଶ ପାଇଁ ଫିକି ଫ୍ଲୋ’ର ତ୍ରିପାକ୍ଷିକ ଚୁକ୍ତି ସ୍ବାକ୍ଷର

Advertisment
ବାଳିକାମାନଙ୍କର ଦକ୍ଷତା ବିକାଶ ପାଇଁ ଫିକି ଫ୍ଲୋ’ର ତ୍ରିପାକ୍ଷିକ ଚୁକ୍ତି ସ୍ବାକ୍ଷର

ଭୁବନେଶ୍ବର: ଫିକି ମହିଳା ସଂଗଠନର ଭୁବନେଶ୍ବର ଚାପ୍ଟର,  ହମାରା ବଚପନ ଟ୍ରଷ୍ଟ୍‌ ଓ ଭୁବନେଶ୍ବର ଶିଳ୍ପ ପ୍ରତିଷ୍ଠାନ (ଆଇଟିଆଇ) ମଧ୍ୟରେ ଏକ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁସାରେ ହମାରା ବଚପନ ଟ୍ରଷ୍ଟ, ଭୁବନେଶ୍ୱର ସହରାଞ୍ଚଳର ଗରିବ ସଂପ୍ରଦାୟର ବାଳିକାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆଇଟିଆଇ ଦକ୍ଷତା ବିକାଶ ତାଲିମ୍‌ ପାଇଁ ନାମ ପଞ୍ଜୀକୃତ କରିବ। ଆଇଟିଆଇ ସେମାନଙ୍କୁ ଦକ୍ଷତା ବିକାଶ ତାଲିମ୍‌ ପ୍ରଦାନ କରିବ ଏବଂ ଫିକି ଫ୍ଲୋର ସଦସ୍ୟାମାନେ ବିଭିନ୍ନ କର୍ମଶାଳା ମାଧ୍ୟମରେ ସେମାନଙ୍କର ଦକ୍ଷତା, ଆତ୍ମବିଶ୍ବାସ ଏବଂ ସାମର୍ଥ ବୃଦ୍ଧିରେ ସହାୟତା କରିବ‌େ। ଏହି ତ୍ରିପାକ୍ଷିକ ସହଭାଗିତା ବାଳିକାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ସେମାନଙ୍କୁ ସୁସ୍ଥ ଓ ଉଦ୍ଦେଶ୍ୟମୂଳକ ଜୀବନର ନୀତି ସଂପର୍କରେ ସଚେତନ କରିବାରେ ସହାୟକ ହେବ।

ଏହି ଅବସରରେ ଫିକି ଫ୍ଲୋ ଭୁବନେଶ୍ୱରର ଅଧ୍ୟକ୍ଷା ଧରିତ୍ରୀ ପଟ୍ଟନାୟକ କହିଥିଲେ ଯେ ଫିକି ଫ୍ଲୋ ସର୍ବଦା ମହିଳାମାନଙ୍କୁ ଜୀବିକା ଉପାର୍ଜନ ମାଧ୍ୟମରେ ଆତ୍ମନିର୍ଭରଶୀଳ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି। ବାଳିକାମାନଙ୍କୁ ଶିଳ୍ପଭିତ୍ତିକ ଦକ୍ଷତା ବିକାଶ ତାଲିମ୍‌ ପ୍ରଦାନ କରି ସେମାନଙ୍କୁ କର୍ମନିଯୁକ୍ତିର ସୁଯୋଗ ପ୍ରଦାନ କରିବା ଉଦ୍ଦେଶ୍ୟରେ ଫିକି ଫ୍ଲୋ ଏହି ଚୁକ୍ତିନାମା ସ୍ବାକ୍ଷର କରିଛି। ଆଇଟିଆଇ ଭୁବନେଶ୍ୱରର ପ୍ରଧାନ ଅଧ୍ୟକ୍ଷା ଇଂ ଜିତାମିତ୍ରା ଶତପଥୀ କହିଥିଲେ, ଭୁବନେଶ୍ୱର ଆଇଟିଆଇ ରାଜ୍ୟର ସର୍ବାଧିକ ବାଳିକାମାନଙ୍କୁ ଦକ୍ଷତା ବୃଦ୍ଧି ତାଲିମ୍‌ ପ୍ରଦାନ କରି ସେମାନଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ସ୍ବାବଲମ୍ବୀ କରାଇବାର ଗୌରବ ଅର୍ଜନ କରିଛି। ଏହି ସହଭାଗିତା ରାଜ୍ୟର ଶତାଧିକ ଉଚ୍ଚାକାଂକ୍ଷୀ ବାଳିକା ସୃଷ୍ଟି କରିବାରେ ସହାୟକ ବୋଲି ଶ୍ରୀମତୀ ଶତପଥୀ ଆଶା ପ୍ରକଟ କରିଥିଲେ।

publive-image

ହମାରା ବଚପନ୍‌ ଟ୍ରଷ୍ଟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅର୍ପିତା ପଟ୍ଟନାୟକ କହିଥିଲେ ଯେ ଏନଏସଡିସିର ସ୍ବତନ୍ତ୍ର ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ଭାବେ ହମାରା ବଚପନ୍‌ ଭୁବନେଶ୍ୱର ବସ୍ତି ଅଞ୍ଚଳରେ ବାସ କରୁଥିବା ୧୫୦୦ ଯୁବତୀଙ୍କୁ ଦକ୍ଷତା ବୃଦ୍ଧି ତାଲିମ୍‌ ପ୍ରଦାନ କରିବା ସହ ସେମାନଙ୍କୁ ନିଯୁକ୍ତିର ସୁଯୋଗ ଦେଇଛି। ଗ୍ରାମାଞ୍ଚଳରେ ମଧ୍ୟ ମହିଳା ଚାଷୀମାନଙ୍କୁ କୃଷିଭିତ୍ତିକ ବିଭିନ୍ନ ତାଲିମ୍‌ ପ୍ରଦାନ କରି ସେମାନଙ୍କୁ ଉପାର୍ଜନକ୍ଷମ କରିବାରେ ଏହି ସଂସ୍ଥା ଅଗ୍ରଣୀ ଭୂମିକା ନେଇଛି। ଏହି ତ୍ରିପାକ୍ଷିକ ସହଭାଗିତା ଗରିବ ଶ୍ରେଣୀର ବାଳିକାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ନିଯୁକ୍ତଭିତ୍ତିକ ତାଲିମ୍‌ ମାଧ୍ୟମରେ ଆତ୍ମନିର୍ଭରଶୀଳ କରିବା ଦିଗରେ ସହାୟକ ହେବ। ଏହି ଅବସରରେ ଫିକି ଫ୍ଲୋ ଭୁବନେଶ୍ୱରର ସଦସ୍ୟାବୃନ୍ଦ, ଆଇଟିଆଇର ଶିକ୍ଷକ/ଶିକ୍ଷୟିତ୍ରୀ ଓ ହମାରା ବଚପନ୍‌ର କର୍ମୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe