କମେଣ୍ଟମରାରୁ ତୁମୁଳକାଣ୍ଡ: ପୁଲିସକୁ ମାଡ଼, ଗାଡ଼ି ଭଙ୍ଗାରୁଜା

Advertisment
ସାରୁଆଳି ଗାଁରେ ସରକାରୀ ଜାଗାକୁ ନେଇ ଦୁଇ ପରିବାର ମଧ୍ୟରେ ହଣାକଟା

DNA India

ବାଲିଅନ୍ତା: କମେଣ୍ଟମରାକୁ କେନ୍ଦ୍ର କରି ଆଜି ସାନବଇଁଚୁଆ ଗ୍ରାମରେ ତୁମୁଳକାଣ୍ଡ ଘଟିଛି। ଘଟଣାରେ ହସ୍ତକ୍ଷେପ କରିବାକୁ ଯାଇଥିବା ପୁଲିସ୍‌କୁ ଗ୍ରାମବାସୀ ମାଡ଼ ମାରିବା ସହ ପୁଲିସ୍‌ ଗାଡ଼ି ଭଙ୍ଗାରୁଜା କରିଛନ୍ତି। ଏହି ଘଟଣାରେ ୩ ପୁଲିସ ସମେତ ୨ ଗ୍ରାମବାସୀ, ମୋଟ ୫ଜଣ ଆହତ ହୋଇଛନ୍ତି। ଆଜି ସଂଧ୍ୟା ପ୍ରାୟ ୭ଟା ବେଳେ ଏହି ଅଘଟଣ ଘଟିଛି। ଖବର ପାଇ ବାଲିଅନ୍ତା ଥାନା ଅଧିକାରୀ ଏବଂ ସ୍ଥାନୀୟ ମୁରବୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ତେବେ ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ଫୋର୍ସ ମୁତୟନ କରାଯାଇଛି।

ପୁଲିସ ସୂଚନା ଅନୁଯାୟୀ, ସାନବଇଁଚୁଆ ଗ୍ରାମରେ ପଞ୍ଚାୟତ ପୋଖରୀ ପୋତା ଘଟଣାକୁ କେନ୍ଦ୍ର କରି ବୁଢ଼ାଲୋ ଗ୍ରାମର ଏକ ଗୋଷ୍ଠୀ ସହ ବିବାଦ ଲାଗି ରହିଛି। ଆଜି ସକାଳେ ବୁଢ଼ାଲୋ ଗ୍ରାମର କିଛି ଯୁବକଙ୍କୁ ସାନ ବଇଁଚୁଆର କିଛି ଯୁବକ କମେଣ୍ଟ ମାରିଥିଲେ। ଅନୁରୂପ ଭାବେ ସଂଧ୍ୟାରେ ବୁଢ଼ାଲୋ ଗ୍ରାମର କିଛି ଯୁବକ ସାନବଇଁଚୁଆ ଯୁବକଙ୍କୁ କମେଣ୍ଟ ମାରିଥି‌ଲେ। ଏଥିରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। କଥା ବଢ଼ିବାରୁ ଉଭୟ ଗ୍ରାମର ଦୁଇଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଥିଲା। ଖବର ପାଇ ବାଲିଅନ୍ତା ଥାନା ପୁଲିସ ସାନ ବଇଁଚୁଆ ଗ୍ରାମରେ ପହଞ୍ଚିଥିଲା। ତେବେ ସେଠାର ପୁଲିସ ସହ ଗ୍ରାମର କିଛି ଯୁବକଙ୍କ ପ୍ରଥମେ ଉଚ୍ଚବାଚ ହୋଇଥିଲା। ଏଥିରେ ରାଗିଯାଇ କିଛି ପୁଲିସ କର୍ମଚାରୀ ଉକ୍ତ ଯୁବକମାନଙ୍କୁ ପ୍ରଥମେ ମାଡ଼ ମାରିଥି‌ଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଘଟଣା ଗାଁରେ ପ୍ରଚାରିତ ହେବା ପରେ ଗ୍ରାମବାସୀମାନେ ସଂଘବଦ୍ଧ ଭାବେ ପୁଲିସକୁ ଆକ୍ରମଣ କରିଥିଲେ। ଖାଲି ସେତିକି ନୁହେଁ, ପୁଲିସ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ଏହି ମାଡ଼ପିଟ୍‌ରେ ୩ ପୁଲିସ ସମେତ ୨ ଗ୍ରାମବାସୀ ଆହତ ହୋଇଥିଲେ। ତେବେ ପରିସ୍ଥିତି ଅଧିକ ଜଟିଳ ହେବାରୁ ଖବର ପାଇ ବାଲିଅନ୍ତା ଥାନା ଅଧିକାରୀ ଓ ଗାଁର କିଛି ମୁରବୀ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe