ମାଂସ ପାଇଁ ଦୋକାନୀଙ୍କୁ ଆକ୍ରମଣ, ୨ ଗିରଫ

ମାଂସ ପାଇଁ ଦୋକାନୀଙ୍କୁ ଆକ୍ରମଣ, ୨ ଗିରଫ

ClipartLogo.com

ଭୁବନେଶ୍ବର: ମାଂସ କିଣିବାକୁ କେନ୍ଦ୍ରକରି ଦଣେ ଦୋକାନୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଲକ୍ଷ୍ମୀସଗାର ଥାନା ପୁଲିସ୍‌ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, ଲକ୍ଷ୍ମୀସାଗର ପିଡବ୍ଲୁଡି ଷ୍ଟୋର୍‌ ବସ୍ତିର ସନ୍ତୋଷ ପ୍ରଧାନ ଓ ହିଟଲର ରେଡ୍ଡୀ। ପୁଲିସ ସୂଚନା ଅନୁସାରେ, ସନ୍ତୋଷ ଓ ହିଟଲା୍‌ ଝିଲିମିଲି ଗଳିରେ ଥିବା ମକତବ୍ ଅଲ୍ଲୀଙ୍କ ମାଂସ ଦୋକାନକୁ ଗତକାଲି ମଧ୍ୟାହ୍ନରେ ଯାଇଥିଲେ। ଦୋକାନରେ ତାଙ୍କ ପୁଅ ଅମିର ଖାଁ ଥିଲେ। ସେତେବେଳକୁ ଦୋକାନ ବନ୍ଦ ଥିଲା। କିନ୍ତୁ ଉଭୟ ଅମିର୍‌ଙ୍କୁ ମାଂସ ଦେବାକୁ ବାଧ୍ୟ କରିଥିଲେ। ମନା କରିବାରୁ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦୁଇ ଅଭିଯୁକ୍ତ ଏକ ମଦ ବୋତଲରେ ଅମିରଙ୍କୁ ଆକ୍ରମଣ କରି ମୁଣ୍ଡ ଫଟାଇ ଦେଇଥିଲେ। ଏ ସଂକ୍ରାନ୍ତରେ ପୁଲିସ୍‌ ଏକ ମାମଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe