ସ୍କୁଲ୍‌ରେ ଭଙ୍ଗାରୁଜା, ଶିକ୍ଷକଙ୍କୁୁ ମାଡ଼ 

Advertisment
ସ୍କୁଲ୍‌ରେ ଭଙ୍ଗାରୁଜା, ଶିକ୍ଷକଙ୍କୁୁ ମାଡ଼ 

ବାଲିପାଟଣା: ବାଲିପାଟଣା ଥାନା ଅନ୍ତର୍ଗତ ବନମାଳିପୁର ହାଇସ୍କୁଲ ପରିସରରେ ଆଜି ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ସ୍କୁଲ ପରିସରରେ ପଶି ଜଣେ ଶିକ୍ଷକଙ୍କୁ ମାଡ଼ ମାରିବା ସହ ଭଙ୍ଗାରୁଜା ବି କରିଛନ୍ତି। ଉତ୍ତ୍ୟକ୍ତ ଲୋକଙ୍କ ଅଭିଯୋଗ ଥିଲା ଯେ, ଶିକ୍ଷକ ଜଣକ ସ୍କୁଲର ଜଣେ ଛାତ୍ରୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଛନ୍ତି। ଦୁଇଦିନ ତଳେ ଏହି ଘଟଣା ଘଟିଥିବା ବେଳେ ଆଜି ଏହା ପ୍ରଚାରିତ ହୋଇଯାଇଥିଲା। ଶହଶହ ଲୋକ ସ୍କୁଲ ପରିସରରେ ରୁଣ୍ତ ହୋଇଯାଇଥିଲେ। କେତେକ ଲୋକେ ଶିକ୍ଷକଙ୍କୁ ମାଡ଼ ବି ମାରିଥିଲେ। ବନମାଳିପୁର ଫାଣ୍ତି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସ˚ପୃକ୍ତ ଶିକ୍ଷକଙ୍କୁ ସ୍କୁଲର ଉପର ମହଲାରେ ଲୁଚାଇ ଦେଇଥିଲା। ପରେ ତାଙ୍କୁ ପୁଲିସ୍‌ ଫୋର୍ସ ସହାୟତାରେ ଉଦ୍ଧାର କରାଯାଇ ବାଲିପାଟଣା ଥାନାକୁ ଅଣାଯାଇଥିଲା। ତେବେ ସ˚ପୃକ୍ତ ଶିକ୍ଷକଙ୍କ ବିରୋଧରେ ଛାତ୍ରୀ କି ତାଙ୍କ ପରିବାର ପକ୍ଷରୁ ପୁଲିସ୍‌ରେ କୌଣସି ଅଭିଯୋଗ ହୋଇ ନଥିଲା। ଏ ସ˚ପର୍କରେ ଥାନା ଅଧିକାରୀ ଆକାଶ ରଣାଙ୍କୁ ପଚାରିବାରୁ ସେ କହିଛନ୍ତି ଶିକ୍ଷକଙ୍କ ବିରୋଧରେ କେହି ଲିଖିତ ଅଭିଯୋଗ କରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe