ଏକତରଫା ପ୍ରେମରୁ ରାସ୍ତାରେ ଗଡ଼ିଲେ ସ୍କୁଲ୍‌ ଛାତ୍ର

ଟେଡି ଡେରେ ହାତାହାତି

ଏକତରଫା ପ୍ରେମରୁ ରାସ୍ତାରେ ଗଡ଼ିଲେ ସ୍କୁଲ୍‌ ଛାତ୍ର

ଚନ୍ଦ୍ରଶେଖରପୁର: ଆଜି ଥିଲା ଭାଲେଣ୍ଟାଇନ୍‌ ସପ୍ତାହର ଟେଡି ଡେ। ଏକ ତରଫା ଟିନ୍‌ ଏଜ୍‌ ଲଭ୍‌କୁ ନେଇ ଆଜି ଆଜି ସନ୍ଧ୍ୟାରେ ମଞ୍ଚେଶ୍ୱରସ୍ଥିତ କେଳୁଚରଣ ପାର୍କରେ ୫ଜଣ ନାବାଳିକା ଛାତ୍ରୀ ଓ ୨ଜଣ ନାବାଳକ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। କାନ୍ଧରେ ସ୍କୁଲ ବ୍ୟାଗ୍‌ ଓ ସ୍କୁଲ୍‌ ୟୁନିଫର୍ମ ପିନ୍ଧି ଛାତ୍ରଛାତ୍ରୀମାନେ ପାର୍କକୁ ପ୍ରବେଶ କରିଥିଲେ। ଏକତରଫା ପ୍ରେମ ନିବେଦନ କରୁଥିବା ଦୁଇ ଛାତ୍ରଙ୍କୁ ଛାତ୍ରୀମାନେ ବିଧା ଗୋଇଠା ମାରୁଥିବା ବେଳେ ପାର୍କରେ ଉପସ୍ଥିତ ଲୋକ ସେମାନଙ୍କର ଏଭଳି ଆଚରଣ ଦେଖି ପାର୍କ ବାହାରକୁ ଯିବାକୁ କହିଥିଲେ। ପାର୍କ ବାହାରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଆଚରଣରେ କୌଣସି ପରିବର୍ତନ ଦେଖାଯାଇ ନଥିଲା। ପାର୍କ ବାହାରେ ଥିବା ଏକ ଅନ୍ଧାରିଆ ସ୍ଥାନରେ ଠିଆହୋଇ ପରସ୍ପର ମଧ୍ୟରେ ଝଗଡ଼ା କରିଥିଲେ। ଦୁଇ ଜଣ ନାବାଳକ ହାତରେ ଟେଡି ଓ ଗୋଲାପ ଫୁଲ ନାବାଳିକାମାନଙ୍କୁ ଦେଉଥିବା ଘଟଣାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଶେଷରେ ଦୁଇ ଛାତ୍ର ପ୍ରେମ ନିବେଦନ କରି ରାସ୍ତାରେ ଗଡ଼ିବାକୁ ଲାଗିଥିଲେ। ଏହା ଦେଖି ନବାଳିକାମାନେ ସେଠାରୁ ପଳାଇବାରୁ ରାସ୍ତାରେ ଗଡ଼ୁଥିବା ବାଳକମାନଙ୍କୁ ସ୍ଥାନୀୟ ଲୋକ ଅଟକ ରଖି ସୋମନଙ୍କ ଅଭିଭାବକଙ୍କୁ ଡାକି ଜିମା ଦେଇଥିଲେ। ଦୁଇ ଛାତ୍ର ଦଶମ ଶ୍ରେଣୀର ହୋଇଥିବା ବେଳେ ଉଭୟ ନିକଟସ୍ଥ ଗାଁର ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe