ଫାୟାର୍ ଷ୍ଟେସନ ଛକ ରଣକ୍ଷେତ୍ର: ଓଲା, ଅଟୋ ଚାଳକ ‌ଗୋଷ୍ଠୀ ପିଟାପିଟି

Advertisment
ଆସନ୍ତା ବର୍ଷଠାରୁ ଇଲେକ୍ଟ୍ରିକ କାର ଚଳାଇବା ପାଇଁ ଓଲା, ଉବରକୁ ସରକାର ନିର୍ଦ୍ଦେଶ ଦେବେ !

Livemint

ଖଣ୍ଡଗିରି: ଗୁରୁବାର ରାତି ପ୍ରାୟ ୮ଟାବେଳେ ସ୍ଥାନୀୟ ଫାୟାର୍ ଷ୍ଟେସନ ଛକରେ ଓଲା ଓ ଅଟୋ ଚାଳକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଦୁଇ ପକ୍ଷ ମଧ୍ୟରେ ପିଟାପିଟି ହେବାରୁ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ଫାୟାର୍ ଷ୍ଟେସନ ଛକ ରଣକ୍ଷେତ୍ର ପାଲଟିଥିଲା। ଏହି ଗଣ୍ଡଗୋଳରେ ଉଭୟ ପକ୍ଷରୁ ପ୍ରାୟ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୁଲିସ ପହଞ୍ଚି ଗଣ୍ଡଗୋଳକୁ ନିୟନ୍ତ୍ରଣ କରିଛି। ଉଭୟ ପକ୍ଷରୁ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲେ ହେଁ ପୁଲିସ କାହାକୁ ଗିରଫ କରିନାହିଁ। ସୂଚନାନୁସାରେ ଆଜି ରାତି ପ୍ରାୟ ୮ଟାବେଳେ ଓଲା କାର୍ ଚାଳକ ପରେଶ ବିଶ୍ବାଳ ଫାୟାର୍ ଷ୍ଟେସନ ଛକରେ ଗାଡ଼ି ରଖି ଯାତ୍ରୀ ନେବାକୁ ଅପେକ୍ଷା କରିଥିଲେ। କିଛି ସମୟ ପରେ ପରେଶଙ୍କ ସହ ଜଣେ ଯାତ୍ରୀ ମୂଲଚାଲ କରୁଥିଲେ। କିନ୍ତୁ ସେତିକିବେଳେ ଜଣେ ଅଟୋଚାଳକ ସେଠାରେ ପହଞ୍ଚି ଯିବାରୁ ଯାତ୍ରୀ ଜଣଙ୍କ ଅଟୋରେ ଯିବା ପାଇଁ ବାହାରିଥିଲେ। ଏଥିରେ ପରେଶ ଉକ୍ତ ଅଟୋ ଚାଳକଙ୍କ ସହ ପାଟିତୁଣ୍ଡ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ଓ ଉଭୟ ସେମାନଙ୍କ ସାଙ୍ଗସାଥୀଙ୍କୁ ଫୋନ୍ କରି ଡକାଇଥିଲେ। ତେବେ ଅଟୋ ଚାଳକ ଗୋଷ୍ଠୀ ପ୍ରଥମେ ଏକାଠି ହୋଇଯିବାରୁ ସେମାନଙ୍କ ଆକ୍ରମଣରେ ପରେଶ ଓ ଗଙ୍ଗାଧର ପାତାଳସିଂହ ଆହତ ହୋଇଥିଲେ। ଏହା ପରେ ଓଲା ଚାଳକମାନେ ସେଠାରେ ପହଞ୍ଚି ଅଟୋଚାଳକମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଫଳରେ ପ୍ରାୟ ୩ଟି ଅଟୋ ଭାଙ୍ଗି ଯାଇଥିଲା ଓ ତିନି ଜଣ ଆହତ ହୋଇଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ଥାନାକୁ ନେଇଥିଲା। ପୁଲିସ ଉଭୟ ପକ୍ଷର ଅଭିଯୋଗ ଗ୍ରହଣ କରି ଅଧିକ ତଦନ୍ତ ଚାଲୁ ରଖିଛି ଓ ଗଣ୍ଡଗୋଳକାରୀଙ୍କୁ ଗିରଫ କରିବ ବୋଲି ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe